ରିଲାଏନ୍ସ ନିବେଶକ ମାଲାମାଲ: ପ୍ରଥମ ଭାରତୀୟ କମ୍ପାନୀ ହାସଲ କଲା ଏହି ଉପଲବ୍ଧି

ନୂଆଦିଲ୍ଲୀ, ୧୫।୨: ଭାରତୀୟ ଷ୍ଟକ ମାର୍କେଟର ବୃହତ୍ତମ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନାମରେ ଆଉ ଏକ ନୂଆ ରେକର୍ଡ ହାସଲ କରିଛି। ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନୀର ବଜାର କ୍ୟାପ(MCAP) ୨୦ ଲକ୍ଷ କୋଟି ଅତିକ୍ରମ କରିଛି। ପ୍ରଥମ ଭାରତୀୟ କମ୍ପାନୀ ଏହି ଉପଲବ୍ଧି ହାସଲ କରିଛି ରିଲାଏନ୍ସ। ଏହି ଚମତ୍କାର ରେକର୍ଡରେ ପହଞ୍ଚିବା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁକେଶ ଅମ୍ବାନୀଙ୍କୁ ତଥା ଏହାର ନିବେଶକମାନଙ୍କୁ ଧନୀ କରିପାରିଛି। ପ୍ରାୟ […] The post ରିଲାଏନ୍ସ ନିବେଶକ ମାଲାମାଲ: ପ୍ରଥମ ଭାରତୀୟ କମ୍ପାନୀ ହାସଲ କଲା ଏହି ଉପଲବ୍ଧି appeared first on Dharitri Odia News.

ରିଲାଏନ୍ସ ନିବେଶକ ମାଲାମାଲ: ପ୍ରଥମ ଭାରତୀୟ କମ୍ପାନୀ ହାସଲ କଲା ଏହି ଉପଲବ୍ଧି

ନୂଆଦିଲ୍ଲୀ, ୧୫।୨: ଭାରତୀୟ ଷ୍ଟକ ମାର୍କେଟର ବୃହତ୍ତମ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନାମରେ ଆଉ ଏକ ନୂଆ ରେକର୍ଡ ହାସଲ କରିଛି। ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନୀର ବଜାର କ୍ୟାପ(MCAP) ୨୦ ଲକ୍ଷ କୋଟି ଅତିକ୍ରମ କରିଛି। ପ୍ରଥମ ଭାରତୀୟ କମ୍ପାନୀ ଏହି ଉପଲବ୍ଧି ହାସଲ କରିଛି ରିଲାଏନ୍ସ। ଏହି ଚମତ୍କାର ରେକର୍ଡରେ ପହଞ୍ଚିବା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁକେଶ ଅମ୍ବାନୀଙ୍କୁ ତଥା ଏହାର ନିବେଶକମାନଙ୍କୁ ଧନୀ କରିପାରିଛି।
ପ୍ରାୟ ୨୦ ବର୍ଷ ପୂର୍ବେ ଲକ୍ଷ ଲକ୍ଷ କୋଟି ଟଙ୍କାର କ୍ଲବରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ପ୍ରବେଶ କରାଯାଇଥିଲା। ପ୍ରଥମ ଥର ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୨୦୦୫ରେ ୧ ଲକ୍ଷ କୋଟି ଟଙ୍କା MCAP ହାସଲ କରିଥିଲା। ବର୍ତ୍ତମାନ କମ୍ପାନୀର ମୂଲ୍ୟ ୨୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଏହି ଯାତ୍ରାରେ ୧ ଲକ୍ଷ କୋଟିରୁ ୨୦ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏହାର ନିବେଶକମାନଙ୍କୁ ପ୍ରାୟ ୩୦ ଗୁଣ ରିଟର୍ଣ୍ଣ ଦେଇଛି।
ପ୍ରାୟ ୨୦ ବର୍ଷ ପୂର୍ବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଗୋଟିଏ ଅଂଶର ମୂଲ୍ୟ ମାତ୍ର ୧୧୦ ଟଙ୍କା ଥିଲା। ଫେବୃଆରୀ ୨୦୦୫ ରୁ ବର୍ତ୍ତମାନ ପର୍ଯ୍ୟନ୍ତ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଶେୟାର ମୂଲ୍ୟ ୨,୬୦୦ ପ୍ରତିଶତ ବୃଦ୍ଧି ପାଇଛି। ଅର୍ଥାତ୍‌ ଶେୟାର ମୂଲ୍ୟ ୨୭ ଗୁଣ ବୃଦ୍ଧି ପାଇଛି। ଜୁଲାଇ ୨୦୦୨ରୁ ବର୍ତ୍ତମାନ ପର୍ଯ୍ୟନ୍ତ, ଷ୍ଟକ ପ୍ରାୟ ୫,୫୦୦ ପ୍ରତିଶତ ଅର୍ଥାତ୍‌ ୫୬ ଥର ବୃଦ୍ଧି ପାଇଛି। ସେତେବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଗୋଟିଏ ଅଂଶ ମାତ୍ର ୫୩ ଟଙ୍କା ଥିଲା।

The post ରିଲାଏନ୍ସ ନିବେଶକ ମାଲାମାଲ: ପ୍ରଥମ ଭାରତୀୟ କମ୍ପାନୀ ହାସଲ କଲା ଏହି ଉପଲବ୍ଧି appeared first on Dharitri Odia News.