ପୂଜାଛୁଟି ପରେ ଗାଡ଼ିରେ ସାଙ୍ଗକୁ ବସାଇ ସ୍କୁଲ ଯାଉଥିଲେ ନାବାଳକ: ପିଟିଦେଲା ବୋଲେରୋ
ତୁମୁଡିବନ୍ଧ,୨୧।୧୦(ଦୀପକ କୁମାର ପରା ସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧର ବାହାଲପଦା ଛକଠାରେ ସମୋବାର ପୂର୍ବାହ୍ନରେ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଓ ବାଇକ୍ ମୁହାଁ ମୁହିଁ ହେବା ଫଳରେ ୨ଜଣ ବାଇକ୍ ଅରୋହି ଗୁରୁତର ହୋଇଛନ୍ତି। ସେମାନଙ୍କୁ ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନେ ହେଲେ କୋଟଗଡ ବ୍ଲକ ପକାରୀ ପଞ୍ଚାୟତର ସିଦୁର ପାଦେରି ଗ୍ରାମର ପିଣ୍ଟୁ ପ୍ରଧାନ(୧୫)ଓ ସଙ୍ଗୀତା ପ୍ରଧାନ(୧୩)। ସୂଚନା ଅନୁସାରେ ପିଣ୍ଟୁ ଓ ସଙ୍ଗୀତା […] The post ପୂଜାଛୁଟି ପରେ ଗାଡ଼ିରେ ସାଙ୍ଗକୁ ବସାଇ ସ୍କୁଲ ଯାଉଥିଲେ ନାବାଳକ: ପିଟିଦେଲା ବୋଲେରୋ appeared first on Dharitri Odia News.
ତୁମୁଡିବନ୍ଧ,୨୧।୧୦(ଦୀପକ କୁମାର ପରା ସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧର ବାହାଲପଦା ଛକଠାରେ ସମୋବାର ପୂର୍ବାହ୍ନରେ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଓ ବାଇକ୍ ମୁହାଁ ମୁହିଁ ହେବା ଫଳରେ ୨ଜଣ ବାଇକ୍ ଅରୋହି ଗୁରୁତର ହୋଇଛନ୍ତି। ସେମାନଙ୍କୁ ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସେମାନେ ହେଲେ କୋଟଗଡ ବ୍ଲକ ପକାରୀ ପଞ୍ଚାୟତର ସିଦୁର ପାଦେରି ଗ୍ରାମର ପିଣ୍ଟୁ ପ୍ରଧାନ(୧୫)ଓ ସଙ୍ଗୀତା ପ୍ରଧାନ(୧୩)।
ସୂଚନା ଅନୁସାରେ ପିଣ୍ଟୁ ଓ ସଙ୍ଗୀତା କୋଟଗଡ଼ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଛନ୍ତି। ଦଶହରା ଛୁଟି ସରିବା ପରେ ନିଜ ଘରୁ କୋଟଗଡ଼ ଉଚ୍ଚ ବିଦ୍ୟାଳୟକୁ ନିଜ କକା ମୋଟର ସାଇକେଲ ଓଡି-୧୨ଇ-୩୧୪୧ ରେ ଯାଉଥିବା ବେଳେ ତୁମୁଡିବନ୍ଧଠାରୁ ମୁନୀ ଗୁଡ଼ାକୁ ସଂଯୋଗ କରୁଥିବା ୫ନମ୍ବର ରାଜ୍ୟ ରାଜ ପଥର ବାହାଲ ପଦା ଛକଠାରେ ବାଇକକୁ ବୋଲେରୋ ପିଟିଥିଲାା। ଘଟଣାଳରେ ୩ଜଣ ବାଇକ ଅରୋହି ପଡ଼ିଯାଇଥିଲେ। ଛକରେ ଥିବା ଲୋକମାନେ ଦୌଡ଼ି ଯାଇ ଉଠାଇ ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ୩ ଜଣଙ୍କ ମଧ୍ୟରୁ ୨ଜଣ ଗୁରୁତର ଆହତ ହେେଇଛନ୍ତି।
The post ପୂଜାଛୁଟି ପରେ ଗାଡ଼ିରେ ସାଙ୍ଗକୁ ବସାଇ ସ୍କୁଲ ଯାଉଥିଲେ ନାବାଳକ: ପିଟିଦେଲା ବୋଲେରୋ appeared first on Dharitri Odia News.