ସାଢେ ୧୦ଟାରେ ହେବ ସ୍କୁଲ ଛୁଟି

ଭୁବନେଶ୍ୱର,୫।୪: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓଡିଶା ସରକାର ସକାଳୁଆ ସ୍କୁଲ ପାଇଁ ସୂଚନା ଜାରି କରିଛନ୍ତି। ରାଜ୍ୟ ସରକାର ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ କ୍ଲାସଗୁଡିକ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ରହିଛି। ସେହିପରି ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକୁ ମଧ୍ୟ ସକାଳୁଆ ହେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ ପ୍ରବଳ ଖରାକୁ ଦେଖି ଖୋର୍ଦ୍ଧା ଜିଲାପାଳ ଆଜି ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି। ଖୋର୍ଦ୍ଧା […] The post ସାଢେ ୧୦ଟାରେ ହେବ ସ୍କୁଲ ଛୁଟି appeared first on Dharitri Odia News.

ସାଢେ ୧୦ଟାରେ ହେବ ସ୍କୁଲ ଛୁଟି

ଭୁବନେଶ୍ୱର,୫।୪: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓଡିଶା ସରକାର ସକାଳୁଆ ସ୍କୁଲ ପାଇଁ ସୂଚନା ଜାରି କରିଛନ୍ତି। ରାଜ୍ୟ ସରକାର ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ କ୍ଲାସଗୁଡିକ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ରହିଛି। ସେହିପରି ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକୁ ମଧ୍ୟ ସକାଳୁଆ ହେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ତେବେ ପ୍ରବଳ ଖରାକୁ ଦେଖି ଖୋର୍ଦ୍ଧା ଜିଲାପାଳ ଆଜି ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି। ଖୋର୍ଦ୍ଧା ଜିଲାରେ ସବୁ ସ୍କୁଲ ସକାଳ ସାଢେ ୬ରୁ ସାଢେ ୧୦ ଯାଏଁ ରହିବ ବୋଲି ସୂଚନା ଜାରି କରିଛନ୍ତି। ସରକାରୀ, ଘରୋଇ ଓ ଅନୁଦାନପ୍ରାନ୍ତ ସ୍କୁଲ ସାଢେ ୧୦ଯାଏଁ ଖୋଲା ରହିବ।

ସୂଚନାଥାଉ କି, ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଗତକାଲି ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଜିଲାରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ସାଢେ ୬ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ଖୋଲିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।

The post ସାଢେ ୧୦ଟାରେ ହେବ ସ୍କୁଲ ଛୁଟି appeared first on Dharitri Odia News.