ରିହାତି ମୂଲ୍ୟରେ ଷ୍ଟକ୍‌ ଅପ୍ସନ ପ୍ରଦାନ

ନୂଆଦିଲ୍ଲୀ,୩।୧: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅଭିନବ ଯୋଜନା ‘ଏମ୍ପ୍ଲଇ ଷ୍ଟକ୍‌ ଅପନ୍ସସ (ଇଏସ୍‌ଓପି)ର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରାଯାଇଛି। ଏପରିକି କମ୍ପାନୀର ସମସ୍ତ ବରିଷ୍ଠ କର୍ମଚାରୀଙ୍କ ପାଇଁ କର୍ମଚାରୀ ଷ୍ଟକ୍‌ ଅପ୍ସନ୍‌ ଯୋଜନା ଅଧୀନରେ କାର୍ଯ୍ୟକାରୀ ହେଉଥିବା ଇଏସ୍‌ଓପି ଏବଂ ପ୍ରତିବନ୍ଧିତ ଷ୍ଟକ୍‌ ୟୁନିଟ୍‌ ବା ଆର୍‌ଏସ୍‌ୟୁ ମାଧ୍ୟମରେ ୧୨,୪୨,୭୩୬ ଷ୍ଟକ୍‌ ଅପ୍ସନ୍‌ ରିହାତି ମୂଲ୍ୟରେ ପ୍ରଦାନ କରାଯାଇଛି। ଏହିକ୍ରମରେ ଗତ ବର୍ଷ ଡିସେମ୍ବରରେ କମ୍ପାନୀ ଦେଇଥିବା ଷ୍ଟକ୍‌ ଅପ୍ସନକୁ ମଧ୍ୟ […] The post ରିହାତି ମୂଲ୍ୟରେ ଷ୍ଟକ୍‌ ଅପ୍ସନ ପ୍ରଦାନ appeared first on Dharitri Odia News.

ରିହାତି ମୂଲ୍ୟରେ ଷ୍ଟକ୍‌ ଅପ୍ସନ ପ୍ରଦାନ

ନୂଆଦିଲ୍ଲୀ,୩।୧: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅଭିନବ ଯୋଜନା ‘ଏମ୍ପ୍ଲଇ ଷ୍ଟକ୍‌ ଅପନ୍ସସ (ଇଏସ୍‌ଓପି)ର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରାଯାଇଛି। ଏପରିକି କମ୍ପାନୀର ସମସ୍ତ ବରିଷ୍ଠ କର୍ମଚାରୀଙ୍କ ପାଇଁ କର୍ମଚାରୀ ଷ୍ଟକ୍‌ ଅପ୍ସନ୍‌ ଯୋଜନା ଅଧୀନରେ କାର୍ଯ୍ୟକାରୀ ହେଉଥିବା ଇଏସ୍‌ଓପି ଏବଂ ପ୍ରତିବନ୍ଧିତ ଷ୍ଟକ୍‌ ୟୁନିଟ୍‌ ବା ଆର୍‌ଏସ୍‌ୟୁ ମାଧ୍ୟମରେ ୧୨,୪୨,୭୩୬ ଷ୍ଟକ୍‌ ଅପ୍ସନ୍‌ ରିହାତି ମୂଲ୍ୟରେ ପ୍ରଦାନ କରାଯାଇଛି। ଏହିକ୍ରମରେ ଗତ ବର୍ଷ ଡିସେମ୍ବରରେ କମ୍ପାନୀ ଦେଇଥିବା ଷ୍ଟକ୍‌ ଅପ୍ସନକୁ ମଧ୍ୟ ଜାରି ରଖଛି। ଏହି ଷ୍ଟକ୍‌ ଅପ୍ସନଗୁଡ଼ିକୁ ପ୍ରଦର୍ଶନ ଆଧାରରେ ୪ ବର୍ଷ ଧରି ଦିଆଯିବ। ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ର ସିଏଚ୍‌ଆର୍‌ଓ (ମୁଖ୍ୟ ମାନବ ସମ୍ବଳ ଅଧିକାରୀ) ସୁଶୀଲ ବାଭେଜା କହିଛନ୍ତି, କର୍ମଚାରୀଙ୍କ ଅଭିବୃଦ୍ଧି ଉପରେ ଆମେ ଗୁରୁତ୍ୱ ଦେବା ସହ ମିଳିତ ସଫଳତା ପାଇଁ କମ୍ପାନୀ ସୁଯୋଗ ସୃଷ୍ଟି କରିବା ଦିଗରେ ପ୍ରତିଶ୍ରୁତିବଦ୍ଧ ରହିଛି। ଏଭଳି ପଦକ୍ଷେପ ଆମ କର୍ମଚାରୀମାନଙ୍କ ସମ୍ପତ୍ତି ବୃଦ୍ଧିକୁ ସକ୍ଷମ କରିବା ସହ ମାଲିକାନାରେ ଅଂଶୀଦାର ହେବାରେ ମଧ୍ୟ ସହାୟକ ହେବ। ଏହା କାର୍ଯ୍ୟକ୍ଷେତ୍ରରେ ଅଧିକ ସମ୍ପୃକ୍ତି, ପ୍ରେରଣା ଏବଂ ଆନୁଗତ୍ୟକୁ ପ୍ରୋତ୍ସାହିତ କରିଥାଏ। ପ୍ରତିବଦଳରେ ସମସ୍ତ ଅଂଶୀଦାର ଏହାଦ୍ୱାରା ଲାଭାନ୍ବିତ ଏବଂ ଉତ୍ପାଦକତା ବୃଦ୍ଧି ହେବା ସହ ଆମ କମ୍ପାନୀ ସଂସ୍କୃତି ସୁଦୃଢ଼ ହେବ। ଏହାଦ୍ୱାରା ଲୋକେ ଓ ସଂସ୍ଥା ଉଭୟ ଲାଭ ପାଇବେ। ଚଳିତ ବର୍ଷ ଜିନ୍ଦଲ ଷ୍ଟେନ୍‌ଲେସ୍‌ ପକ୍ଷରୁ ଏହା ଦ୍ୱିତୀୟ ଇଏସ୍‌ଓପି ଘୋଷଣା ହୋଇଛି। କର୍ମଚାରୀମାନଙ୍କୁ ସେମାନଙ୍କ ପ୍ରତିବଦ୍ଧତା ଏବଂ କାର୍ଯ୍ୟଦକ୍ଷତା ପାଇଁ ପୁରସ୍କୃତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।

The post ରିହାତି ମୂଲ୍ୟରେ ଷ୍ଟକ୍‌ ଅପ୍ସନ ପ୍ରଦାନ appeared first on Dharitri Odia News.