ରୁଷ ଉପରେ ୟୁକ୍ରେନର ବଡ଼ ଧରଣର ଆକ୍ରମଣ
ଭୁବନେଶ୍ବର: ରୁଷ ଉପରେ ୟୁକ୍ରେନର ବଡ଼ ଧରଣର ଡ୍ରୋନ ଆକ୍ରମଣ। ରୁଷର ରାଜଧାନୀ ଠାରୁ ୭୨୦ କିଲୋମିଟର ଦୂର କାଜାନ ସହରରେ ବଡ଼ ଡ୍ରୋନ୍ ଆକ୍ରମଣ ହୋଇଛି। କଜାନ ସହରରେ ବିରାଟ ଅଟ୍ଟାଳିକା ଉପରେ ୯/୧୧ ପରି ଆକ୍ରମଣ ହୋଇଛି । ୩ଟି ବହୁତଳ କୋଠାକୁ ୟୁକ୍ରେନ୍ ଟାର୍ଗେଟ୍ କରିଛି । କାଜାନ ସହରରେ କୃର୍ସକ ଏବଂ ରିଲୋର୍ଶ ସାହରେ ଏହି ଆକ୍ରମଣ ହୋଇଛି । ଏଥିରେ ୨ ଜଣ ଶିଶୁଙ୍କ ସହ ୬ ଜଣଙ୍କ ମୃତ୍ୟୁ […]

ଭୁବନେଶ୍ବର: ରୁଷ ଉପରେ ୟୁକ୍ରେନର ବଡ଼ ଧରଣର ଡ୍ରୋନ ଆକ୍ରମଣ। ରୁଷର ରାଜଧାନୀ ଠାରୁ ୭୨୦ କିଲୋମିଟର ଦୂର କାଜାନ ସହରରେ ବଡ଼ ଡ୍ରୋନ୍ ଆକ୍ରମଣ ହୋଇଛି। କଜାନ ସହରରେ ବିରାଟ ଅଟ୍ଟାଳିକା ଉପରେ ୯/୧୧ ପରି ଆକ୍ରମଣ ହୋଇଛି । ୩ଟି ବହୁତଳ କୋଠାକୁ ୟୁକ୍ରେନ୍ ଟାର୍ଗେଟ୍ କରିଛି । କାଜାନ ସହରରେ କୃର୍ସକ ଏବଂ ରିଲୋର୍ଶ ସାହରେ ଏହି ଆକ୍ରମଣ ହୋଇଛି । ଏଥିରେ ୨ ଜଣ ଶିଶୁଙ୍କ ସହ ୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ଆକ୍ରମଣ ଘଟଣାରେ ୟୁକ୍ରେନକୁ ଦାୟୀ କଲା ରୁଷ । ମୋଟ ୮ଟି ଡ୍ରୋନରେ ଆକ୍ରମଣ ହୋଇଛି । କ୍ଷୟକ୍ଷତି ସଂପର୍କରେ ସବିଶେଷ କିଛି ଜଣାପଡ଼ିନାହିଁ। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
କଜାନ ସହରରେ ୩ଟି ବିଲ୍ଡିଂ ଉପରେ ୟୁକ୍ରେନ୍ର କିଲର୍ ଡ୍ରୋନ୍ ମାଡ଼ କରିଛି । ଡ୍ରୋନ ମାଡ଼ରେ ବିଲ୍ଡିଂଗୁଡିକ ନଷ୍ଟ ହୋଇଯାଇଛି ଏବଂ ସେଠାରେ ଭୟଙ୍କର ନିଆଁ ମଧ୍ୟ ଲାଗିଛି। ଏହି ପୂରା ଆକ୍ରମଣ ଘଟଣାର ଫଟୋ ଏବଂ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି ।
କଜାନ ସହରରେ ହୋଇଥିବା ଆକ୍ରମଣକୁ ନେଇ ସମଗ୍ର ବିଶ୍ବରେ ଏବେ ଚର୍ଚ୍ଚା ଚାଲିଛି। ଚଳିତବର୍ଷ ରୁଷର ଏହି ସହରରେ ବ୍ରିକ୍ସ ସମ୍ମେଳନ ହେବାକୁ ରହିଛି। ଏହି ଆକ୍ରମଣ ଆମେରିକାର ୯/୧୧ ୱାଲର୍ଡ ଟ୍ରେଡ ସେଣ୍ଟର ଭଳି ଆକ୍ରମଣ ହୋଇଛି । ତେବେ ଏହି ମାମଲାରେ ରୁଷ ରକ୍ଷା ମନ୍ତ୍ରଣାଳୟ କହିବା ଅନୁଯାୟୀ, ଏୟାର ଡିଫେନ୍ସ ସିଷ୍ଟମ କଜାନ ସହରରେ ଏକ ୟୁକ୍ରେନ ଡ୍ରୋନକୁ ନଷ୍ଟ କରିଛି। ଡ୍ରୋନ ଆକ୍ରମଣ ଫଳରେ ସେଠିକାର ୩ଟି ସ୍ଥାନରେ ନିଆଁ ଲାଗିଛି। ସେସିଆଲ ମିଡିଆରେ ମଧ୍ୟ ଏହି ଡ୍ରୋନ ଆକ୍ରମଣର ଛାତିଥରା ଦୃଶ୍ୟ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି।