ରୁଷ ନିୟନ୍ତ୍ରିତ ସହରରେ ରକେଟ୍ ମାଡ଼ କଲା ୟୁକ୍ରେନ, ୨୮ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ରୁଷ ନିୟନ୍ତ୍ରଣରେ ଥିବା ଲିସିଚାଂସ୍କା ସହରର ଏକ ବେକରିରେ ୟୁକ୍ରେନ ଦ୍ୱାରା ଆକ୍ରମଣରେ ଅତି କମରେ ୨୮ ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ନେତା ଲିୟୋନିଡ ପେସ୍କନିକ ଟେଲିଗ୍ରାମରେ ଏକ ବୟାନ ଜାରି କହିଛନ୍ତି ଯେ ଶନିବାର ହୋଇଥିବା ଏହି ଆକ୍ରମଣରେ ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଅଛି । ସେ କହିଛନ୍ତି ଯେ ଜରୁରୀକାଳୀନ ସେବାର କର୍ମଚାରୀ ଉଦ୍ଧାରକାର୍ଯ୍ୟ କରିଛନ୍ତି । ଭଗ୍ନାବଶେଷ ତଳୁ ୧୦ ଜଣଙ୍କ ମୃତ ଦେହ ବାହାର କରାଯାଇଛି । ଅନ୍ୟପଟେ ୟୁକ୍ରେନର ଅଧିକାରୀ ଏହି ଘଟଣା ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ରୁଷ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜଖାରୋଭା ରବିବାର କହିଛନ୍ତି ଯେ ଆମେରିକା ଦେଇଥିବା ହାଇ ମୋବିଲିଟି ଆର୍ଟିଲରି ରକେଟ୍ ସିଷ୍ଟମ ବ୍ୟବହାର କରି ୟୁକ୍ରେନ ଏହି ଆକ୍ରମଣ କରିଛି । ଆକ୍ରମଣ ବେଳେ ବିଲ୍ଡିଂରେ ପାଖାପାଖି ୩୦ ଜଣ ଥିଲେ । ଅଲଜଜିରାର ରିପୋର୍ଟ ଅନୁସାରେ, ଏକ ମହଲା ବିଶିଷ୍ଟ କୋଠାରେ ଆଣ୍ଡ୍ରିଆଟିକ୍ ନାମକ ଏକ ବେକରି ଥିଲା । ସପ୍ତାହନ୍ତ ଛୁଟି ପାଇଁ ଲୋକମାନେ ଏଠାରେ ଖାଦ୍ୟ-ପେୟର ମଜା ନେଉଥିଲେ । ଏହି ବେକରି ସ୍ଥାନୀୟ ଅଞ୍ଚଳରେ ଲୋକପ୍ରିୟ ଥିବା କାରଣରୁ ଏଠାରେ ଭିଡ଼ ଥିଲା । ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ପ୍ରାୟ ୨ ବର୍ଷ ଧରି ଚାଲିଛି । ଉଭୟ ପକ୍ଷକୁ ସ୍ଥିତି ଭୟାନକ ହୋଇ ରହିଛି । ୟୁକ୍ରେନକୁ ସମ୍ପୂର୍ଣ୍ଣ ଧ୍ୱଂସ ନକରିବା ଯାଏ ରୁଷ ଯୁଦ୍ଧ ବନ୍ଦ କରିବା ନାହିଁ ବୋଲି ସ୍
ନୂଆଦିଲ୍ଲୀ: ରୁଷ ନିୟନ୍ତ୍ରଣରେ ଥିବା ଲିସିଚାଂସ୍କା ସହରର ଏକ ବେକରିରେ ୟୁକ୍ରେନ ଦ୍ୱାରା ଆକ୍ରମଣରେ ଅତି କମରେ ୨୮ ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ନେତା ଲିୟୋନିଡ ପେସ୍କନିକ ଟେଲିଗ୍ରାମରେ ଏକ ବୟାନ ଜାରି କହିଛନ୍ତି ଯେ ଶନିବାର ହୋଇଥିବା ଏହି ଆକ୍ରମଣରେ ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଅଛି । ସେ କହିଛନ୍ତି ଯେ ଜରୁରୀକାଳୀନ ସେବାର କର୍ମଚାରୀ ଉଦ୍ଧାରକାର୍ଯ୍ୟ କରିଛନ୍ତି । ଭଗ୍ନାବଶେଷ ତଳୁ ୧୦ ଜଣଙ୍କ ମୃତ ଦେହ ବାହାର କରାଯାଇଛି । ଅନ୍ୟପଟେ ୟୁକ୍ରେନର ଅଧିକାରୀ ଏହି ଘଟଣା ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।
ରୁଷ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜଖାରୋଭା ରବିବାର କହିଛନ୍ତି ଯେ ଆମେରିକା ଦେଇଥିବା ହାଇ ମୋବିଲିଟି ଆର୍ଟିଲରି ରକେଟ୍ ସିଷ୍ଟମ ବ୍ୟବହାର କରି ୟୁକ୍ରେନ ଏହି ଆକ୍ରମଣ କରିଛି । ଆକ୍ରମଣ ବେଳେ ବିଲ୍ଡିଂରେ ପାଖାପାଖି ୩୦ ଜଣ ଥିଲେ ।
ଅଲଜଜିରାର ରିପୋର୍ଟ ଅନୁସାରେ, ଏକ ମହଲା ବିଶିଷ୍ଟ କୋଠାରେ ଆଣ୍ଡ୍ରିଆଟିକ୍ ନାମକ ଏକ ବେକରି ଥିଲା । ସପ୍ତାହନ୍ତ ଛୁଟି ପାଇଁ ଲୋକମାନେ ଏଠାରେ ଖାଦ୍ୟ-ପେୟର ମଜା ନେଉଥିଲେ । ଏହି ବେକରି ସ୍ଥାନୀୟ ଅଞ୍ଚଳରେ ଲୋକପ୍ରିୟ ଥିବା କାରଣରୁ ଏଠାରେ ଭିଡ଼ ଥିଲା ।
ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ପ୍ରାୟ ୨ ବର୍ଷ ଧରି ଚାଲିଛି । ଉଭୟ ପକ୍ଷକୁ ସ୍ଥିତି ଭୟାନକ ହୋଇ ରହିଛି । ୟୁକ୍ରେନକୁ ସମ୍ପୂର୍ଣ୍ଣ ଧ୍ୱଂସ ନକରିବା ଯାଏ ରୁଷ ଯୁଦ୍ଧ ବନ୍ଦ କରିବା ନାହିଁ ବୋଲି ସ୍ପଷ୍ଟ କରିସାରିଛି । ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରୁଷ ଆଗରେ ମୁଣ୍ଡ ନୁଆଁଇବେ ନାହିଁ ବୋଲି କରିସାରିଛନ୍ତି । ରୁଷର ଆକ୍ରମଣ ପୂର୍ବରୁ ଲିସିଚାଂସ୍କର ଜନସଂଖ୍ୟା ପ୍ରାୟ ୧,୧୦,୦୦୦ ଥିଲା । ୨୦୨୨ରେ ଯୁଦ୍ଧ ଆରମ୍ଭ ପରେ ଏହି ସହର ଉପରେ ରୁଷ ସେନା କବଜା କରିଛି ।
The post ରୁଷ ନିୟନ୍ତ୍ରିତ ସହରରେ ରକେଟ୍ ମାଡ଼ କଲା ୟୁକ୍ରେନ, ୨୮ ଜଣଙ୍କ ମୃତ୍ୟୁ appeared first on Prameya News7.