୧୧୭ ତମ ଜନ୍ମଦିନ ପାଳିଲେ ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି, କହିଲେ ଦୀର୍ଘାୟୁ ହେବାର ସିକ୍ରେଟ୍
ନୂଆଦିଲ୍ଲୀ: ଦୁନିଆର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ନାମ ହେଉଛି ମାରିଆ ବ୍ରାନିଆସ୍ ମୋରେରା। ମାର୍ଚ୍ଚ ୪ରେ ସ୍ପେନର ମୋରେରା ତାଙ୍କର ୧୧୭ ତମ ଜନ୍ମଦିନ ପାଳନ କରିଛନ୍ତି। ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ସ୍ଥାନ ପାଇଛନ୍ତି ମାରିଆ। ୧୯୦୭ ମସିହାରେ ଜନ୍ମ ହୋଇଥିବା ମାରିଆ ମୋରେରା ୨ଟି ବିଶ୍ୱଯୁଦ୍ଧ ଦେଖିଛନ୍ତି। ମୋରେନା ସ୍ପେନର ଗୃହଯୁଦ୍ଧକୁ ମଧ୍ୟ ଦେଖିଛନ୍ତି ଏବଂ ଦୁଇଟି ମହାମାରୀ, ସ୍ପେନୀୟ ଫ୍ଲୁ ଏବଂ କୋଭିଡ-19ର ମହାମାରୀର ସାକ୍ଷୀ। ମାରିଆଙ୍କ ଜନ୍ମଦିନ ଅବସରରେ X ରେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ମଧ୍ୟ ଏକ ପୋଷ୍ଟ କରିଛି। ମାରିୟାଙ୍କ ଜନ୍ମ 4 ମାର୍ଚ୍ଚ 1907ରେ ଆମେରିକାର ସାନ ଫ୍ରାନ୍ସିସକୋରେ ହୋଇଥିଲା। କିନ୍ତୁ ଯେତେବେଳେ ତାଙ୍କୁ ଆଠ ବର୍ଷ ହୋଇଥିଲା, ମାରିୟାଙ୍କ ପିତା ତାଙ୍କ ଦେଶ ସ୍ପେନକୁ ଯିବାକୁ ସ୍ଥିର କଲେ। ଏହା 1915 ମସିହାର କଥା। ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଥିଲା, ଯେଉଁ କାରଣରୁ ଆଟଲାଣ୍ଟିକ୍ ଦେଇ ଯାଉଥିବା ଜାହାଜରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ମାରିୟାଙ୍କ ପିତା ସ୍ପେନରେ ପହଞ୍ଚିବା ପୂର୍ବରୁ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ୧୯୩୧ ମସିହାରେ, ମାରିଆ ଜଣେ ଡାକ୍ତର ଜୋନ୍ ମୋରେଟଙ୍କୁ ବିବାହ କରିଥିଲେ। ସେମାନଙ୍କ ବିବାହର ୫ ବର୍ଷ ପରେ, ସ୍ପେନରେ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା, ଯାହା ପ୍ରାୟ ତିନି ବର୍ଷ ଧରି ଚାଲିଥିଲା। ସେମାନଙ୍କର ଦାମ୍ପତ୍ୟ ଜୀବନ ଚାରି ଦଶନ୍ଧି ଧରି ଚ
ନୂଆଦିଲ୍ଲୀ: ଦୁନିଆର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ନାମ ହେଉଛି ମାରିଆ ବ୍ରାନିଆସ୍ ମୋରେରା। ମାର୍ଚ୍ଚ ୪ରେ ସ୍ପେନର ମୋରେରା ତାଙ୍କର ୧୧୭ ତମ ଜନ୍ମଦିନ ପାଳନ କରିଛନ୍ତି। ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ସ୍ଥାନ ପାଇଛନ୍ତି ମାରିଆ। ୧୯୦୭ ମସିହାରେ ଜନ୍ମ ହୋଇଥିବା ମାରିଆ ମୋରେରା ୨ଟି ବିଶ୍ୱଯୁଦ୍ଧ ଦେଖିଛନ୍ତି। ମୋରେନା ସ୍ପେନର ଗୃହଯୁଦ୍ଧକୁ ମଧ୍ୟ ଦେଖିଛନ୍ତି ଏବଂ ଦୁଇଟି ମହାମାରୀ, ସ୍ପେନୀୟ ଫ୍ଲୁ ଏବଂ କୋଭିଡ-19ର ମହାମାରୀର ସାକ୍ଷୀ। ମାରିଆଙ୍କ ଜନ୍ମଦିନ ଅବସରରେ X ରେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ମଧ୍ୟ ଏକ ପୋଷ୍ଟ କରିଛି।
ମାରିୟାଙ୍କ ଜନ୍ମ 4 ମାର୍ଚ୍ଚ 1907ରେ ଆମେରିକାର ସାନ ଫ୍ରାନ୍ସିସକୋରେ ହୋଇଥିଲା। କିନ୍ତୁ ଯେତେବେଳେ ତାଙ୍କୁ ଆଠ ବର୍ଷ ହୋଇଥିଲା, ମାରିୟାଙ୍କ ପିତା ତାଙ୍କ ଦେଶ ସ୍ପେନକୁ ଯିବାକୁ ସ୍ଥିର କଲେ। ଏହା 1915 ମସିହାର କଥା। ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଥିଲା, ଯେଉଁ କାରଣରୁ ଆଟଲାଣ୍ଟିକ୍ ଦେଇ ଯାଉଥିବା ଜାହାଜରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ମାରିୟାଙ୍କ ପିତା ସ୍ପେନରେ ପହଞ୍ଚିବା ପୂର୍ବରୁ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ୧୯୩୧ ମସିହାରେ, ମାରିଆ ଜଣେ ଡାକ୍ତର ଜୋନ୍ ମୋରେଟଙ୍କୁ ବିବାହ କରିଥିଲେ। ସେମାନଙ୍କ ବିବାହର ୫ ବର୍ଷ ପରେ, ସ୍ପେନରେ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା, ଯାହା ପ୍ରାୟ ତିନି ବର୍ଷ ଧରି ଚାଲିଥିଲା। ସେମାନଙ୍କର ଦାମ୍ପତ୍ୟ ଜୀବନ ଚାରି ଦଶନ୍ଧି ଧରି ଚାଲିଥିଲା। 1976 ରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା।
Bon dia, món. Avui compleixo 117 anys. Fins aquí he arribat.
“La vellesa és una espècie de sagrament. Perds oïda, però hi sents més, perquè escoltes la vida, no els sorolls… A la llum de la mort, la vida adquireix un pes específic, més definitiu” (Pere Casaldàliga)— Super Àvia Catalana (@MariaBranyas112) March 4, 2024
ମାରିଆଙ୍କର ତିନୋଟି ସନ୍ତାନ ଥିଲେ, ସେମାନଙ୍କ ମଧ୍ୟରୁ ଜଣେ 86 ବର୍ଷ ବୟସରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ତାଙ୍କର ୧୧ ନାତି ନାତୁଣୀ ଅଛନ୍ତି। ମୋରେରାଙ୍କ ସାନ ଝିଅ ବୟସ 78 ବର୍ଷ।
ପ୍ରକାଶଥାଉକି ମାରିୟା ବ୍ରାନିଆ ମୋରେନା ଗତ ୨୩ ବର୍ଷ ଧରି ନର୍ସିଂହୋମରେ ରହି ଆସୁଛନ୍ତି। ସୂଚନା ଅନୁଯାୟୀ, ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଛି। 2020 ମସିହାରେ, ମାରିୟାଙ୍କୁ କରୋନାରେ ଆକ୍ରାନ୍ତ ହୋଇଥିଲେ କିନ୍ତୁ ସେ କିଛି ସପ୍ତାହ ମଧ୍ୟରେ ସୁସ୍ଥ ହୋଇଗଲେ। ସେ ଦୁନିଆର ସବୁଠୁ ଅଧିକ ବୟସ ଭାବେ କୋଭିଡରୁ ସୁସ୍ଥ ହୋଇଛନ୍ତି।
ପୂର୍ବରୁ ସବୁଠାରୁ ଅଧିକ ସମୟ ବଞ୍ଚିଥିବା ବ୍ୟକ୍ତି ହେଉଛନ୍ତି ଫରାସୀ ମହିଳା ଜାନେ କାଲମେଣ୍ଟ। ସେ ୧୨୨ ବର୍ଷ ୧୬୪ ଦିନ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା।
The post ୧୧୭ ତମ ଜନ୍ମଦିନ ପାଳିଲେ ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି, କହିଲେ ଦୀର୍ଘାୟୁ ହେବାର ସିକ୍ରେଟ୍ appeared first on Prameya News7.