ରୁଷକୁ ରୋକିବାକୁ ଆମେରିକା ଟାର୍ଗେଟ୍ରେ ଭାରତ, ୫୦୦% ଶୁଳ୍କ ଲଗାଇବାକୁ ଧମକ
ନୂଆଦିଲ୍ଲୀ : ୟୁକ୍ରେନ୍ ବିରୁଦ୍ଧରେ ଋଷର ଆକ୍ରମଣ ରୋକିବାକୁ ହେଲେ ପ୍ରଥମେ କ୍ରିମ୍ଲିନ୍କୁ ପାଣ୍ଠି ଶୂନ୍ୟ କରିବାକୁ ହେବ। ଏଥିପାଇଁ ଭାରତକୁ ଅଟକାଇବାକୁ ପଡ଼ିବ। ଯାହାଫଳରେ ଋଷକୁ ରୋକିବାକୁ ଆମେରିକା ଟାର୍ଗେଟ୍ରେ ଭାରତ ରହିଛି। ଏହି ଚିନ୍ତାଧାରା ସହିତ ଆମେରିକା ବର୍ତ୍ତମାନ ଭାରତ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରୁଛି। ଋଷଠାରୁ ତେଲ, ପେଟ୍ରୋଲ, କିମ୍ବା ପେଟ୍ରୋକେମିକାଲ୍ସ କିଣିଲେ ଭାରତ ଉପରେ ୫୦୦% ଶୁଳ୍କ ଲାଗିବ। ଏହି ଧମକ ଏବେ ଦେଉଛି ଆମେରିକା। ଆମେରିକାର ସାଂସଦ ରିଚାର୍ଡ […]

ନୂଆଦିଲ୍ଲୀ : ୟୁକ୍ରେନ୍ ବିରୁଦ୍ଧରେ ଋଷର ଆକ୍ରମଣ ରୋକିବାକୁ ହେଲେ ପ୍ରଥମେ କ୍ରିମ୍ଲିନ୍କୁ ପାଣ୍ଠି ଶୂନ୍ୟ କରିବାକୁ ହେବ। ଏଥିପାଇଁ ଭାରତକୁ ଅଟକାଇବାକୁ ପଡ଼ିବ। ଯାହାଫଳରେ ଋଷକୁ ରୋକିବାକୁ ଆମେରିକା ଟାର୍ଗେଟ୍ରେ ଭାରତ ରହିଛି। ଏହି ଚିନ୍ତାଧାରା ସହିତ ଆମେରିକା ବର୍ତ୍ତମାନ ଭାରତ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରୁଛି। ଋଷଠାରୁ ତେଲ, ପେଟ୍ରୋଲ, କିମ୍ବା ପେଟ୍ରୋକେମିକାଲ୍ସ କିଣିଲେ ଭାରତ ଉପରେ ୫୦୦% ଶୁଳ୍କ ଲାଗିବ। ଏହି ଧମକ ଏବେ ଦେଉଛି ଆମେରିକା। ଆମେରିକାର ସାଂସଦ ରିଚାର୍ଡ ବ୍ଲୁମେନ୍ଥାଲ ଏହି ପ୍ରସ୍ତାବ ଦେଇଛନ୍ତି। ଆସନ୍ତା ସପ୍ତାହରେ ଏହା ଉପରେ ଆଲୋଚନା ହୋଇପାରେ। ସେପଟେ ଭାରତରୁ ଇସ୍ପାତ ଆମଦାନୀ ଉପରେ ମଧ୍ୟ ଟ୍ରମ୍ପ ସରକାରଙ୍କ ୫୦% ଶୁଳ୍କ ବୃଦ୍ଧି ଭାରତୀୟ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି।
ଋଷ ୟୁକ୍ରେନ୍ ଯୁଦ୍ଧ ଥମିବାର ନାଁ ନେଉନି। ଯୁଦ୍ଧ ବନ୍ଦ କରି ବାହା ବାହା ନେବାକୁ ଚାହୁଁଥିବା ଆମେରିକାର ଉଦ୍ଦେଶ୍ୟ ପୂରା ହୋଇପାରୁନି। ତେଣୁ ଔଷଧ ରାଗରେ ତାଟିଆ କାମୁଡ଼ିବା ଭଳି ଏବେ ଆମେରିକା ଭାରତ ଉପରେ ଟାର୍ଗେଟ୍ କରୁଛି। ଭାରତ ଋଷଠାରୁ ତେଲ, ପେଟ୍ରୋଲ କିମ୍ବା ପେଟ୍ରୋକେମିକାଲ୍ସ କିଣୁଛି, ଆଉ ଏହି ଅର୍ଥରେ ଋଷ ବଳିଆନ ହେଉଛି ବୋଲି ଆମେରିକା ଭାବୁଛି। ତେଣୁ ଭାରତକୁ ଅଟକାଇବାକୁ ଶୁଳ୍କକୁ ଅସ୍ତ୍ର କରିଛି ଆମେରିକା। ଋଷଠାରୁ ତେଲ, ପେଟ୍ରୋଲ, କିମ୍ବା ପେଟ୍ରୋକେମିକାଲ୍ସ କିଣିଲେ ୫୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି ଆମେରିକା ସାଂସଦ ରିଚାର୍ଡ ବ୍ଲୁମେନ୍ଥାଲ୍। ବିଶେଷ କରି ଚୀନ ଓ ଭାରତ ଉପରେ ଚାପ ପକାଇବାକୁ ସେ ଏପରି କହିଛନ୍ତି। ତେବେ ଏପ୍ରିଲରେ ଆମେରିକା ସାଂସଦ ଲିଣ୍ଡସେ ଗ୍ରାହାମଙ୍କ ଦ୍ୱାରା ଏକ ଦ୍ୱିପାକ୍ଷିକ ପ୍ରତିବନ୍ଧକ ବିଲ୍ ଆଗତ ହୋଇଥିଲା। ଯେଉଁଥିରେ ବ୍ଲୁମେନ୍ଥାଲ୍ ୫୦୦ % ଶୁଳ୍କ ପ୍ରସ୍ତାବ ଦେଇଥିଲେ। ଆସନ୍ତା ସପ୍ତାହରେ ଏହି ବିଲ୍ ଉପରେ ଆଲୋଚନା ହୋଇପାରେ। ଭାରତ ଓ ଚୀନ ଋଷଠାରୁ ୭୯% ତେଲ, ପେଟ୍ରୋଲ, କିମ୍ବା ପେଟ୍ରୋକେମିକାଲ୍ସ କିଣୁଛନ୍ତି। ପ୍ରତିବନ୍ଧକ ସତ୍ତ୍ୱେ ବି ଭାରତ ମେ ମାସରେ ଋଷ ଠାରୁ ୧୯ ଲକ୍ଷ ୬୦ ହଜାର ବ୍ୟାରେ ଲ ଆଶୋଧÒତ ତେଲ କିଣିଛି।
ଅପରପକ୍ଷେ ଇସ୍ପାତ ଓ ଆଲୁମିନିମୟ ଆମଦାନୀ ଉପରେ ଟ୍ରମ୍ପ ୫୦% ଶୁଳ୍କ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି, ଯାହାକୁ ଭାରତ ବିରୋଧ କରିଛି। ୨୦୧୮ରେ ଟ୍ରମ୍ପ ରାଷ୍ଟ୍ରପତି ଥିବା ସମୟରେ ଆମେରିକା ଇସ୍ପାତ ଉପରେ ୨୫% ଓ ଆଲୁମିନିୟମ ଉପରେ ୧୦% ଶୁଳ୍କ ଲଗାଇଥିଲା। ଫଳରେ ଭାରତକୁ ୭.୬ ଆରବ ଡଲାରର କ୍ଷତି ସହିବାକୁ ପଡ଼ିଥିଲା। ଜବାବରେ ଭାରତ ବିଶ୍ୱ ବାଣିଜ୍ୟ ସଂଗଠନର ଦ୍ୱାରସ୍ଥ ହୋଇଥିଲା। ଟିକସ କମାଇବା ପାଇଁ ୨୦୧୮ରୁ ୨୦୨୫ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିଲେ ବି ବିଫଳ ହୋଇଛି। ତେଣୁ ବର୍ତ୍ତମାନ ଭାରତ ଆମେରିକାର ୨୯ ଆମେରିକା ସାମଗ୍ରୀ ଉପରେ ଶୁଳ୍କ ଲଗାଇବାକୁ ଯୋଜନା କରୁଛି। ଯଦି ଏହା ହୁଏ ତେବେ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇପାରେ।