ରୁଷଠାରୁ ଭାରତର ତେଲ କିଣିବା ଉପରେ ୟୁକ୍ରେନର ଆପତ୍ତି ନାହିଁ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ୟୁକ୍ରେନ ବିଦେଶ ମନ୍ତ୍ରୀ ଦିମିତ୍ରୋ କୁଲେବା କିଭ୍ ଏବଂ ନୂଆଦିଲ୍ଲୀ ସମ୍ପର୍କରେ ପରିବର୍ତ୍ତନ ଦେଖୁଛନ୍ତି । ସେ କହିଛନ୍ତି ଯେ ପୂର୍ବେ ରୁଷ ମିଶି ଭାରତ ଅଧିକ କାମ କରୁଥିଲା ଏବଂ ୟୁକ୍ରେନ ସହ କମ, କିନ୍ତୁ ଏବେ ସ୍ଥିତି ବଦଳିଛି । କୁଲେବା ଭାରତୀୟ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ନିମନ୍ତ୍ରଣରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆକୁ ପ୍ରତିକ୍ରିୟା ଦେଇ କୁଲେବା କହିଛନ୍ତି ଯଏ ୟୁକ୍ରେନ ଯୁଦ୍ଧ ବଢିବାରେ ଲାଗିଛି । ଆକାଶରେ ରୁଷର ଅଧିପତ୍ୟ ସତ୍ତ୍ୱେ ସମୁଦ୍ରରେ ୟୁକ୍ରେନ ରୁଷଠାରୁ ଆଗରେ ଅଛି । ସେ ଆଶା ପ୍ରକାଶ କରିଛନ୍ତି ଯେ ୟୁକ୍ରେନ ପାଖରେ ପର୍ଯ୍ୟାପ୍ତ ଏୟାର ଡିଫେନ୍ସ ସିଷ୍ଟମ ଏବଂ ଯୁଦ୍ଧ ବିମାନ ମିଳିବା ପରେ ଆକାଶରେ ବି ତାର ଦବଦବା ରହିବ । ୟୁକ୍ରେନ ଭାରତ-ରୁଷ ସହଯୋଗ ବିରୋଧରେ ନାହିଁ । କୁଲେବା ଏହା ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି ଯେ ଆମେରିକା ଏବଂ ୟୁରୋପୀୟ ଦେଶରୁ ଏବେ ବି ୟୁକ୍ରେନକୁ ସମର୍ଥନ ଏବଂ ସହଯୋଗ ମିଳୁଛି । ସେ ଭାରତ ପ୍ରତି ଆଶା ବ୍ୟକ୍ତ କରି କହିଛନ୍ତି ଯେ ଆମେ ଏପରି କ୍ଷେତ୍ରର ଅନ୍ୱେଷଣ କରୁଛୁ ଯେଉଁଠି ଭାରତ ନିଜର ଶକ୍ତିର ବ୍ୟବହାର କରି ଅନ୍ୟ ଦେଶଙ୍କ ନେତୃତ୍ୱ ନେଇପାରିବ ।ରୁଷଠାରୁ ଭାରତର ତେଲ କିଣିବା ଉପରେ ସେ କହିଛନ୍ତି ଯେ ଭାରତ ରୁଷର ତେଲ କିଣିଛୁ କିନ୍ତୁ ଯେଉଁ ଟଙ୍କାରେ ସେ ଏହି ତେଲ କିଣିଛୁ ତାହା ରୁଷର ଅର୍ଥବ୍ୟବସ୍ଥା ଯା

ରୁଷଠାରୁ ଭାରତର ତେଲ କିଣିବା ଉପରେ ୟୁକ୍ରେନର ଆପତ୍ତି ନାହିଁ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ୟୁକ୍ରେନ ବିଦେଶ ମନ୍ତ୍ରୀ ଦିମିତ୍ରୋ କୁଲେବା କିଭ୍ ଏବଂ ନୂଆଦିଲ୍ଲୀ ସମ୍ପର୍କରେ ପରିବର୍ତ୍ତନ ଦେଖୁଛନ୍ତି । ସେ କହିଛନ୍ତି ଯେ ପୂର୍ବେ ରୁଷ ମିଶି ଭାରତ ଅଧିକ କାମ କରୁଥିଲା ଏବଂ ୟୁକ୍ରେନ ସହ କମ, କିନ୍ତୁ ଏବେ ସ୍ଥିତି ବଦଳିଛି । କୁଲେବା ଭାରତୀୟ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ନିମନ୍ତ୍ରଣରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆକୁ ପ୍ରତିକ୍ରିୟା ଦେଇ କୁଲେବା କହିଛନ୍ତି ଯଏ ୟୁକ୍ରେନ ଯୁଦ୍ଧ ବଢିବାରେ ଲାଗିଛି । ଆକାଶରେ ରୁଷର ଅଧିପତ୍ୟ ସତ୍ତ୍ୱେ ସମୁଦ୍ରରେ ୟୁକ୍ରେନ ରୁଷଠାରୁ ଆଗରେ ଅଛି । ସେ ଆଶା ପ୍ରକାଶ କରିଛନ୍ତି ଯେ ୟୁକ୍ରେନ ପାଖରେ ପର୍ଯ୍ୟାପ୍ତ ଏୟାର ଡିଫେନ୍ସ ସିଷ୍ଟମ ଏବଂ ଯୁଦ୍ଧ ବିମାନ ମିଳିବା ପରେ ଆକାଶରେ ବି ତାର ଦବଦବା ରହିବ । ୟୁକ୍ରେନ ଭାରତ-ରୁଷ ସହଯୋଗ ବିରୋଧରେ ନାହିଁ । କୁଲେବା ଏହା ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି ଯେ ଆମେରିକା ଏବଂ ୟୁରୋପୀୟ ଦେଶରୁ ଏବେ ବି ୟୁକ୍ରେନକୁ ସମର୍ଥନ ଏବଂ ସହଯୋଗ ମିଳୁଛି । ସେ ଭାରତ ପ୍ରତି ଆଶା ବ୍ୟକ୍ତ କରି କହିଛନ୍ତି ଯେ ଆମେ ଏପରି କ୍ଷେତ୍ରର ଅନ୍ୱେଷଣ କରୁଛୁ ଯେଉଁଠି ଭାରତ ନିଜର ଶକ୍ତିର ବ୍ୟବହାର କରି ଅନ୍ୟ ଦେଶଙ୍କ ନେତୃତ୍ୱ ନେଇପାରିବ ।

ରୁଷଠାରୁ ଭାରତର ତେଲ କିଣିବା ଉପରେ ସେ କହିଛନ୍ତି ଯେ ଭାରତ ରୁଷର ତେଲ କିଣିଛୁ କିନ୍ତୁ ଯେଉଁ ଟଙ୍କାରେ ସେ ଏହି ତେଲ କିଣିଛୁ ତାହା ରୁଷର ଅର୍ଥବ୍ୟବସ୍ଥା ଯାଏ ପହଞ୍ଚିପାରୁ ନାହିଁ । କୁଲେବା କହିଛନ୍ତି ଯେ ଭାରତ ଏବଂ ରୁଷ ସମ୍ପର୍କ ବିରୋଧରେ ୟୁକ୍ରେନ ନାହିଁ, କିନ୍ତୁ ୟୁକ୍ରେନ ତାହାକୁ ବିରୋଧ କରୁଛି ଯେଉଁମାନେ ରୁଷକୁ ଯୁଦ୍ଧ ପାଇଁ ଅର୍ଥିକ ରୂପେ ସହଯୋଗ କରୁଛନ୍ତି । ସେ ମଧ୍ୟ କହିଛନ୍ତି ଯେ ପୂର୍ବେ ଭାରତ ରୁଷ ସହ ମିଶି ଅଧିକ କାମ କରୁଥିଲା । ଏବଂ ୟୁକ୍ରେନ ସହ କମ ଥିଲା ଯାହା ଏବେ ବଦଳି ଯାଇଛି । ଏହାର ପ୍ରମାଣ ଦୁଇ ଦେଶର ନେତାଙ୍କ ମଧ୍ୟରେ ହୋଇଥିବା କଥାବର୍ତ୍ତା ଏବଂ   ସେମାନଙ୍କ ଭାରତ ଯାତ୍ରା ମଧ୍ୟ ଏହାର ପ୍ରମାଣ ।