ରୁଷିଆରେ ଜରୁରୀକାଳିନ ପରିସ୍ଥିତି ଘୋଷଣା
ମସ୍କୋ,୩୦ା୭: ରୁଷିଆର ସୁନାମି ପ୍ରଭାବିତ ଅଞ୍ଚଳରେ ବୁଧବାର ଜରୁରୀକାଳିନ ପରିସ୍ଥିତି ଘୋଷଣା କରାଯାଇଛି। କୁରିଲ୍ ଆଇଲାଣ୍ଡରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରାଯାଇ ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ରୁଷିଆର ପୂର୍ବ ସାଖାଲିନ୍ ଅଞ୍ଚଳର କର୍ତ୍ତୃପକ୍ଷ ଉତ୍ତର କୁରିଲ୍ ଦ୍ୱୀପପୁଞ୍ଜରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛନ୍ତି। ଯେଉଁଠାରେ ସୁନାମି ବଡ଼ବଡ଼ ବିଲ୍ଡିଂକୁ କ୍ଷତିଗ୍ରସ୍ତ କରିପକାଇବା ସହ ବନ୍ୟା ସୃଷ୍ଟି କରିଛି। ରୁଷିଆର କାମଚାଟକାରେ ଏକ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର […] The post ରୁଷିଆରେ ଜରୁରୀକାଳିନ ପରିସ୍ଥିତି ଘୋଷଣା appeared first on Dharitri Odia News.
ମସ୍କୋ,୩୦ା୭: ରୁଷିଆର ସୁନାମି ପ୍ରଭାବିତ ଅଞ୍ଚଳରେ ବୁଧବାର ଜରୁରୀକାଳିନ ପରିସ୍ଥିତି ଘୋଷଣା କରାଯାଇଛି। କୁରିଲ୍ ଆଇଲାଣ୍ଡରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରାଯାଇ ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ରୁଷିଆର ପୂର୍ବ ସାଖାଲିନ୍ ଅଞ୍ଚଳର କର୍ତ୍ତୃପକ୍ଷ ଉତ୍ତର କୁରିଲ୍ ଦ୍ୱୀପପୁଞ୍ଜରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛନ୍ତି। ଯେଉଁଠାରେ ସୁନାମି ବଡ଼ବଡ଼ ବିଲ୍ଡିଂକୁ କ୍ଷତିଗ୍ରସ୍ତ କରିପକାଇବା ସହ ବନ୍ୟା ସୃଷ୍ଟି କରିଛି।
ରୁଷିଆର କାମଚାଟକାରେ ଏକ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୮.୭ ରହିଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁସାରେ, ସମୁଦ୍ର ତଳେ ଭୂକମ୍ପ ହୋଇଥିଲା। ଆମେରିକା ଏବଂ ଜାପାନରେ ସୁନାମି ସତର୍କତା ଜାରି କରାଯାଇଛି। ବର୍ତ୍ତମାନ ଭୂକମ୍ପ ଯୋଗୁ କୌଣସି ପ୍ରକାରର କ୍ଷୟକ୍ଷତିର ସୂଚନା ନାହିଁ।
ରିପୋର୍ଟ ଅନୁଯାୟୀ, ଜାପାନ ପାଣିପାଗ ସଂସ୍ଥା କହିଛି, ପ୍ରାୟ ୧ ମିଟର ଉଚ୍ଚର ସୁନାମି ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳକୁ ପହଞ୍ଚିପାରେ। ଜାପାନର ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କୁ ବର୍ତ୍ତମାନର ପରିସ୍ଥିତି ବିଷୟରେ ଅବଗତ କରାଯାଇଛି। ସରକାର ଏକ ଜରୁରୀକାଳିନ ବୈଠକ ମଧ୍ୟ ଡାକିଛନ୍ତି, ଯେଉଁଥିରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ବିଷୟରେ ଆଲୋଚନା କରାଯାଇଛି। ଏଥିପାଇଁ ଦେଶରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି।
The post ରୁଷିଆରେ ଜରୁରୀକାଳିନ ପରିସ୍ଥିତି ଘୋଷଣା appeared first on Dharitri Odia News.