ରେକର୍ଡ ପରିମାଣରେ ତମାଖୁ ରପ୍ତାନି

ନୂଆଦିଲ୍ଲୀ,୨।୧: କ୍ରମାଗତ ଭାବେ ଭାରତୀୟ ଧୂମପାନ ବା ତମାଖୁ ଉତ୍ପାଦଗୁଡ଼ିକର ଚାହିଦା ବିଦେଶରେ ବହୁଳ ଭାବେ ବୃଦ୍ଧି ପାଉଛି। ଏହାର ପ୍ରଭାବ ତମାଖୁ କାରବାର ଓ ରପ୍ତାନି କ୍ଷେତ୍ରରେ ଦେଖିବାକୁ ମିଳିଛି। ଏପରିକି ୨୦୨୪ରେ ଭାରତ ପ୍ରାୟ ୧୩,୦୦୦ କୋଟି ଟଙ୍କାର ତମାଖୁ ସାମଗ୍ରୀ ବିଦେଶକୁ ରପ୍ତାନି କରିଛି। ଫଳରେ ରେକର୍ଡ ପରିମାଣର ତମାଖୁ ସାମଗ୍ରୀ ସରକାର ରପ୍ତାନି କରିଥିବାବେଳେ ବାର୍ଷିକ ଭିତ୍ତିରେ ୮% ବୃଦ୍ଧି ହୋଇଛି ବୋଲି ବାଣିଜ୍ୟ ମନ୍ତ୍ରଣାଳୟର ଅତିରିକ୍ତ ଶାସନ ସଚିବ ରାଜେଶ ଅଗ୍ରଓ୍ବାଲ […] The post ରେକର୍ଡ ପରିମାଣରେ ତମାଖୁ ରପ୍ତାନି appeared first on Dharitri Odia News.

ରେକର୍ଡ ପରିମାଣରେ ତମାଖୁ ରପ୍ତାନି

ନୂଆଦିଲ୍ଲୀ,୨।୧: କ୍ରମାଗତ ଭାବେ ଭାରତୀୟ ଧୂମପାନ ବା ତମାଖୁ ଉତ୍ପାଦଗୁଡ଼ିକର ଚାହିଦା ବିଦେଶରେ ବହୁଳ ଭାବେ ବୃଦ୍ଧି ପାଉଛି। ଏହାର ପ୍ରଭାବ ତମାଖୁ କାରବାର ଓ ରପ୍ତାନି କ୍ଷେତ୍ରରେ ଦେଖିବାକୁ ମିଳିଛି। ଏପରିକି ୨୦୨୪ରେ ଭାରତ ପ୍ରାୟ ୧୩,୦୦୦ କୋଟି ଟଙ୍କାର ତମାଖୁ ସାମଗ୍ରୀ ବିଦେଶକୁ ରପ୍ତାନି କରିଛି। ଫଳରେ ରେକର୍ଡ ପରିମାଣର ତମାଖୁ ସାମଗ୍ରୀ ସରକାର ରପ୍ତାନି କରିଥିବାବେଳେ ବାର୍ଷିକ ଭିତ୍ତିରେ ୮% ବୃଦ୍ଧି ହୋଇଛି ବୋଲି ବାଣିଜ୍ୟ ମନ୍ତ୍ରଣାଳୟର ଅତିରିକ୍ତ ଶାସନ ସଚିବ ରାଜେଶ ଅଗ୍ରଓ୍ବାଲ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।
ସେହିଭଳି ଗତ କିଛି ବର୍ଷ ହେବ ତମାଖୁ ବୋର୍ଡ ଚାଷୀମାନଙ୍କର ହିତ ପାଇଁ ଭିନ୍ନ ଭିନ୍ନ ପ୍ରକାର ଯୋଜନା ଓ ସରକାରୀ ସହାୟତା ସହ ଆବଶ୍ୟକ ସୁବିଧା ଏବଂ ସହଯୋଗ ଯୋଗାଇ ଦେଇଛନ୍ତି। ଏପରିକି ଭାରତ ବିଶ୍ୱର ୨ୟ ସର୍ବବୃହତ୍‌ ତମାଖୁ ସାମଗ୍ରୀ ଉତ୍ପାଦନକାରୀ ଭାବେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲାବେଳେ ଚାଇନା ପରେ ଭାରତ ବିଶ୍ୱର ଏକ ପ୍ରମୁଖ ରପ୍ତାନିକାରୀ ଭାବେ ନିଜର ପ୍ରଭାବ ବିସ୍ତାର କରିଛି। ଅପରପକ୍ଷରେ ଭାରତ ବିଶ୍ୱର ୪ର୍ଥ ପ୍ରମୁଖ ଓ ଶ୍ରେଷ୍ଠ ଏଫସିଭି (ଫ୍ଲ୍ୟୁ କର୍ଡ ଭିର୍ଜିନିଆ) ବର୍ଗର ତମାଖୁ ଉତ୍ପାଦନକାରୀ ଭାବେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଏପରିକି ଚାଇନା, ବ୍ରାଜିଲ ଏବଂ ଜିମ୍ବାଓ୍ବେ ପରେ ଭାରତ ଏହି ବର୍ଗର ତମାଖୁ ଉତ୍ପାଦନ କରିଥାଏ। ସେହିପରି ଭାରତ ବିଶ୍ୱର ୨ୟ ସର୍ବବୃହତ୍‌ ଅନ୍‌ମାନ୍ୟୁଫ୍ୟାକଚର୍ଡ ତମାଖୁ (କ୍ୱାଣ୍ଟିଟି ଟର୍ମ) ରପ୍ତାନିକାରୀ ଭାବେ ମଧ୍ୟ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଏହି ବର୍ଗରେ ବ୍ରାଜିଲ ପରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍‌ ରପ୍ତାନିକାରୀ ହୋଇପାରିଛି।
ଉଲ୍ଲେଖଯୋଗ୍ୟ, ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତ ମୋଟ ୧୨,୦୦୫.୮୯ କୋଟି ଟଙ୍କାର ତମାଖୁ ସାମଗ୍ରୀକୁ କଟବାଉଣ୍ଡ ଶିପ୍‌ମେଣ୍ଟ କରିଥିଲା। ଏପରିକି ବର୍ତ୍ତମାନ ଦେଶର ୮୦ ରୁ ୮୫,୦୦୦ ଚାଷୀ ବୋର୍ଡ ନିକଟରେ ପଞ୍ଜୀକୃତ ହୋଇଥିଲାବେଳେ ସରକାରୀ ସୁବିଧା ଓ ସହାୟତା ବୋର୍ଡ ପଞ୍ଜୀକୃତ ତମାଖୁ ଚାଷୀମାନଙ୍କୁ ବିଭିନ୍ନ ସମୟରେ ସହାୟତା କରିଥାଏ।

The post ରେକର୍ଡ ପରିମାଣରେ ତମାଖୁ ରପ୍ତାନି appeared first on Dharitri Odia News.