ଋଷିକୁଲ୍ୟା ମୁହାଣରେ ବିଦେଶୀ ପକ୍ଷୀଙ୍କ ସମାଗମ
ଗଞ୍ଜାମ,୨୫ା୫(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ଋଷିକୁଲ୍ୟା ମୁହାଣଠାରେ ଗତ କିଛିଦିନ ହେବ ବିଦେଶୀ ପକ୍ଷୀଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛି। ଭାରତ ମହାସାଗର ଦକ୍ଷିଣରେ ଅବସ୍ଥିତ ରିୟୁନିୟନ ଆୟର୍ଲାଣ୍ଡରେ ସାଟେଲାଇଟ ଟ୍ୟାଗ୍ ଖଞ୍ଜା ଯାଇଥିବା ୱିମେଲ୍ ପକ୍ଷୀ ‘ମର୍ଲିନ୍’ ଓଡ଼ିଶାର ଋଷିକୁଲ୍ୟା ମୁହାଣରେ ଗୁରୁବାର ଠାବ କରାଯାଇଛି। ଏହି ପକ୍ଷୀ ଗଞ୍ଜାମ ସହରରେ ଥିବା ପୋତାଗଡ଼ ଦୁର୍ଗ ନିକଟ ଋଷିକୁଲ୍ୟା ନଦୀ ପୀଠରେ ଦଳ ଦଳ ହୋଇ ରହୁଥିବା ଦେଖିବାକୁ ମିଳିଛି। ବିଶେଷକରି ଶୀତଦିନେ ପ୍ରବଳ […] The post ଋଷିକୁଲ୍ୟା ମୁହାଣରେ ବିଦେଶୀ ପକ୍ଷୀଙ୍କ ସମାଗମ appeared first on Dharitri Odia News.
ଗଞ୍ଜାମ,୨୫ା୫(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ଋଷିକୁଲ୍ୟା ମୁହାଣଠାରେ ଗତ କିଛିଦିନ ହେବ ବିଦେଶୀ ପକ୍ଷୀଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛି। ଭାରତ ମହାସାଗର ଦକ୍ଷିଣରେ ଅବସ୍ଥିତ ରିୟୁନିୟନ ଆୟର୍ଲାଣ୍ଡରେ ସାଟେଲାଇଟ ଟ୍ୟାଗ୍ ଖଞ୍ଜା ଯାଇଥିବା ୱିମେଲ୍ ପକ୍ଷୀ ‘ମର୍ଲିନ୍’ ଓଡ଼ିଶାର ଋଷିକୁଲ୍ୟା ମୁହାଣରେ ଗୁରୁବାର ଠାବ କରାଯାଇଛି। ଏହି ପକ୍ଷୀ ଗଞ୍ଜାମ ସହରରେ ଥିବା ପୋତାଗଡ଼ ଦୁର୍ଗ ନିକଟ ଋଷିକୁଲ୍ୟା ନଦୀ ପୀଠରେ ଦଳ ଦଳ ହୋଇ ରହୁଥିବା ଦେଖିବାକୁ ମିଳିଛି। ବିଶେଷକରି ଶୀତଦିନେ ପ୍ରବଳ ଥଣ୍ଡାରୁ ନିଜକୁ ରକ୍ଷା କରିବା ପାଇଁ ବରଫାଚ୍ଛନ୍ନ ଅଞ୍ଚଳଗୁଡ଼ିକରୁ ଓଡ଼ିଶାର ବିଭିନ୍ନ ହ୍ରଦ ଓ ନଦୀଗୁଡ଼ିକୁ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ। ପରେ ଫେବୃଆରୀରେ ଉତ୍ତାପ ବୃଦ୍ଧି ପାଇଲା ପରେ ସେହି ପକ୍ଷୀମାନେ ପୁଣି ଫେରି ଯାଇଥାନ୍ତି ବୋଲି ପରିବେଶବିତମାନେ ମତ ଦେଇଛନ୍ତି। ସେହି ପକ୍ଷୀମାନଙ୍କ ପରିବେଶ ଏବଂ ସଂରକ୍ଷଣ ଉପରେ ଅନୁଧ୍ୟାନ କରିବା ଉଦ୍ଦେଶ୍ୟରେ ଫେସର ଏଲ୍ଆଇଏମ୍ଆଇଓ ପ୍ରୋଜେକ୍ଟ କାର୍ଯ୍ୟ କରିଆସୁଛି।
ରିୟୁନିୟନ ଆଇଲାଣ୍ଡରେ ମର୍ଲିନଙ୍କ ଶୀତକାଳୀନ ଅବସ୍ଥାନ ସମୟରେ ଉକ୍ତ ପକ୍ଷୀର ଶରୀରରେ ଗତ ମାର୍ଚ୍ଚ ୭ ତାରିଖରେ ଜିପିଏସ୍ ଟ୍ୟାଗ୍ ଖଞ୍ଜାଯାଇଥିଲା। ସେଠାରୁ ସେ ମାର୍ଚ୍ଚ ୨୨ରେ ନିକଟସ୍ଥ ମରିସସ୍ ଯାଇ ଏପ୍ରିଲ୍ ୧୩ ପର୍ଯ୍ୟନ୍ତ ରହିଥିଲା। ପରେ ଉତ୍ତର ଦିଗକୁ ଗତି କରି ସୋକୋଟ୍ରାରେ ୩ ସପ୍ତାହ ପର୍ଯ୍ୟନ୍ତ ରହିଥିଲା। ସେଠାରୁ ପାକିସ୍ତାନର ଇଣ୍ଡସ୍ ନଦୀ ଉପତ୍ୟକାରେ ଦେଖାଯାଇଥିଲା। ଗତ ୧୭ ତାରିଖରେ ମର୍ଲିନକୁ ମଧ୍ୟପ୍ରଦେଶର ବାଲାଘାଟରେ ପ୍ରଥମେ ଦେଖିବାକୁ ମିଳିଥିଲା। ପରେ ମେ ୨୦ତାରିଖରେ ଛତିଶଗଡ଼ରେ ପକ୍ଷୀ ଅନୁସନ୍ଧାନକାରୀ ମର୍ଲିନକୁ ଠାବ କରିଥିଲେ। ୪୮ଡିଗ୍ରୀ ତାପମାତ୍ରାରେ ଉତ୍ତର ଜିଲାଇର ଏକ ଛୋଟ ପୋଖରୀ ନିକଟରେ ଦିନ ସମୟରେ ମର୍ଲିନକୁ ଦେଖିବାକୁ ମିଳିଥିଲା। ମେ’ ୨୨ରେ ସେହି ପକ୍ଷୀ ଓଡ଼ିଶାର ରୁଷିକୁଲ୍ୟା ମୁହାଣରେ ରହିଥିବା ସାଟେଲାଇଟ ଜରିଆରେ ଜଣାପଡ଼ିବା ପରେ ବାର୍ଡୱାଚର ପଞ୍ଚମୀମାନୁ ଇକିଲ୍ ସ୍ଥାନୀୟ ପରିବେଶ ସଂରକ୍ଷଣକାରୀ ରବୀନ୍ଦ୍ରନାଥ ସାହୁଙ୍କୁ ଯୋଗାଯୋଗ କରିଥିଲେ। ଗୁରୁବାର ଋଷିକୁଲ୍ୟା ନଦୀ ମଧ୍ୟରେ ଉକ୍ତ ପକ୍ଷୀଟିକୁ ଠାବ କରାଯାଇଥିଲା। ତା’ର ଗୋଡ଼ରେ ୨ଟି ସାଟେଲାଇଟ ଟ୍ୟାଗ ଲାଗିଥିବା ବେଳେ ପିଠିରେ ସାଟେଲାଇଟ ଟ୍ରାନ୍ସମିଶନ ଖଞ୍ଜାଯାଇଥିବା ଦେଖିବାକୁ ମିଳିଛି। ଜୈବବିବିଧତା ପ୍ରୋଜେକ୍ଟ ଉପରେ କାର୍ଯ୍ୟ କରୁଥିବା ଫ୍ରେଞ୍ଚର ମର୍ଲିନ ସ୍ଥାନାନ୍ତରଣ ଏନ୍ଆଇଏମ୍ଓଆଇଓ ଜରିଆରେ ମର୍ଲିନ ଉପରେ ବିଶେଷ ଅଧ୍ୟୟନ କରାଯାଇଛି। ଏହି ଆବିଷ୍କାର ହେଉଛି ଏକ ଅନ୍ତର୍ଜାତୀୟ ପ୍ରୟାସ।
The post ଋଷିକୁଲ୍ୟା ମୁହାଣରେ ବିଦେଶୀ ପକ୍ଷୀଙ୍କ ସମାଗମ appeared first on Dharitri Odia News.