ରେକର୍ଡ ସ୍ତର ଛୁଇଁଲା ଶେୟାର ମାର୍କେଟ୍
ମୁମ଼୍ବାଇ, ୧୮।୬: ମଙ୍ଗଳବାର ଶେୟାର ମାର୍କେଟ ରେକର୍ଡ ସ୍ତରରେ କାରବାର କରିଥିବା ଦେଖିବାକୁ ମିଳିଛି। ସେନ୍ସେକ୍ସ ଏବଂ ନିଫ୍ଟି ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଛି । ୭୭,୨୪୪.୧୭ ପଏଣ୍ଟରେ ପହଞ୍ଚିଛି ସେନ୍ସେକ୍ସ। ଏଥିରେ ୨୨୬.୬୨ (୦.୨୯ ପ୍ରତିଶତ) ପଏଣ୍ଟ ବୃଦ୍ଧି ପାଇଛି । କାରବାର ଆରମ୍ଭରୁ ଏହା ୭୭,୩୨୬.୮୦ ପଏଣ୍ଟ ସହ ସର୍ବକାଳୀନ ରେକର୍ଡ କରିଛି। ଅନ୍ୟ ପଟେ, ନିଫ୍ଟି ୭୮.୯୧ (୦.୩୪ ପ୍ରତିଶତ) ପଏଣ୍ଟ ହାସଲ କରି ୨୩,୫୪୪.୫୦ ଅଙ୍କରେ କାରବାର କରୁଥିବା ଦେଖାଯାଇଥିଲା । ବଜାର […] The post ରେକର୍ଡ ସ୍ତର ଛୁଇଁଲା ଶେୟାର ମାର୍କେଟ୍ appeared first on Dharitri Odia News.
ମୁମ଼୍ବାଇ, ୧୮।୬: ମଙ୍ଗଳବାର ଶେୟାର ମାର୍କେଟ ରେକର୍ଡ ସ୍ତରରେ କାରବାର କରିଥିବା ଦେଖିବାକୁ ମିଳିଛି। ସେନ୍ସେକ୍ସ ଏବଂ ନିଫ୍ଟି ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଛି । ୭୭,୨୪୪.୧୭ ପଏଣ୍ଟରେ ପହଞ୍ଚିଛି ସେନ୍ସେକ୍ସ। ଏଥିରେ ୨୨୬.୬୨ (୦.୨୯ ପ୍ରତିଶତ) ପଏଣ୍ଟ ବୃଦ୍ଧି ପାଇଛି । କାରବାର ଆରମ୍ଭରୁ ଏହା ୭୭,୩୨୬.୮୦ ପଏଣ୍ଟ ସହ ସର୍ବକାଳୀନ ରେକର୍ଡ କରିଛି। ଅନ୍ୟ ପଟେ, ନିଫ୍ଟି ୭୮.୯୧ (୦.୩୪ ପ୍ରତିଶତ) ପଏଣ୍ଟ ହାସଲ କରି ୨୩,୫୪୪.୫୦ ଅଙ୍କରେ କାରବାର କରୁଥିବା ଦେଖାଯାଇଥିଲା । ବଜାର ଖୋଲିବା ପରେ ଏହା ନିଫ୍ଟି ସର୍ବକାଳୀନ ୨୩,୫୭୩.୮୫ ପଏଣ୍ଟରେ ପହଞ୍ଚିଛି । ଆଜିର କାରବାରରେ, ଆଇଟି ସେୟାରରେ ଭଲ ଲାଭ ପରିଲିକ୍ଷିତ ହେଉଛି ।
ଘରୋଇ ବଜାରରେ ଏକ ସକାରାତ୍ମକ ପ୍ରଭାବ ହେତୁ ମଙ୍ଗଳବାର କାରବାର ଆରମ୍ଭରୁ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ସାତ ପଇସା ବୃଦ୍ଧି ପାଇ ୮୩.୪୮ ଟଙ୍କା ହୋଇଛି।
The post ରେକର୍ଡ ସ୍ତର ଛୁଇଁଲା ଶେୟାର ମାର୍କେଟ୍ appeared first on Dharitri Odia News.