ରେଖା ଗୁପ୍ତା ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ: ଆସନ୍ତାକାଲି ନେବେ ଶପଥ

ନୂଆଦିଲ୍ଲୀ:ଦିଲ୍ଲୀ ପାଇଲା ମହିଳା ମୁଖ୍ୟମନ୍ତ୍ରୀ। ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ରେଖା ଗୁପ୍ତାଙ୍କୁ ବିଧାୟକ ଦଳ ନେତା ଭାବେ ବଛାଯାଇଛି। ଦିଲ୍ଲୀ ସିଂହାସନରେ ବସିବାକୁ ଯାଇଛନ୍ତି ରେଖା । ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର ଗଢିଥିବା ବେଳେ ଜଣେ ମହିଳାଙ୍କୁ ତାର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରିଛି। ନାଁ ଘୋଷଣା ପରେ ରେଖା ଗୁପ୍ତାଙ୍କ ହାତରେ ରହିବ ଦିଲ୍ଲୀର ଶାସନ ଭାର। ବହୁ କଳ୍ପନା ଜଳ୍ପନା ପରେ ଶେଷରେ ରେଖାଙ୍କ ନାଁରେ ବାଜିଲା […]

ରେଖା ଗୁପ୍ତା  ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ: ଆସନ୍ତାକାଲି ନେବେ ଶପଥ

ନୂଆଦିଲ୍ଲୀ:ଦିଲ୍ଲୀ ପାଇଲା ମହିଳା ମୁଖ୍ୟମନ୍ତ୍ରୀ। ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ରେଖା ଗୁପ୍ତାଙ୍କୁ ବିଧାୟକ ଦଳ ନେତା ଭାବେ ବଛାଯାଇଛି। ଦିଲ୍ଲୀ ସିଂହାସନରେ ବସିବାକୁ ଯାଇଛନ୍ତି ରେଖା । ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର ଗଢିଥିବା ବେଳେ ଜଣେ ମହିଳାଙ୍କୁ ତାର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରିଛି। ନାଁ ଘୋଷଣା ପରେ ରେଖା ଗୁପ୍ତାଙ୍କ ହାତରେ ରହିବ ଦିଲ୍ଲୀର ଶାସନ ଭାର। ବହୁ କଳ୍ପନା ଜଳ୍ପନା ପରେ ଶେଷରେ ରେଖାଙ୍କ ନାଁରେ ବାଜିଲା ମୁଖ୍ୟମନ୍ତ୍ରୀ ମୋହର।ପ୍ରଥମେ ସୁଷମା, ପରେ ଶୀଲା, ତାପରେ ଆତିଶୀ ଏବଂ ଏବେ ଦିଲ୍ଲୀ ଗାଦିରେ ବସିଛନ୍ତି ଆଉ ଜଣେ ମହିଳା ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ମୁଖ୍ୟମନ୍ତ୍ରୀ ଭାବେ ବଛା ଯିବା ପରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଧନ୍ୟବାଦ ଦେଇଛନ୍ତି ରେଖା।