ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଲ୍ ପୈଠ କରି ନ ଥିଲେ ବି ବିଦ୍ୟୁତ୍ କାଟ ହେବନ
ଭୁବନେଶ୍ୱର,୨୩ା୪(ସୁନିତ୍ ମିଶ୍ର):ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜ୍ୟର ତାପମାତ୍ରା ଏବେ ଅଧିକାଂଶ ଜିଲାରେ ୪୦ ଡିଗ୍ରୀରୁ ଅଧିକ ରହୁଛି। ଏଭଳି ସ୍ଥିତିରେ ଏକାଧିକ ଥର ହେଉଥିବା ବିଦ୍ୟୁତ୍ କାଟ(ପାଓ୍ବାର୍ କଟ୍) ଲୋକମାନଙ୍କ ପାଇଁ ବଡ଼ ସମସ୍ୟା ହୋଇ ଉଭାହୋଇଛି। ଏହା କେବଳ ଚଳିତ ବର୍ଷର ସମସ୍ୟା ନୁହେଁ। ପ୍ରତ୍ୟେକ ବର୍ଷ ଗ୍ରୀଷ୍ମଋତୁ ଆସିଲେ ବିଦ୍ୟୁତ୍ କାଟ ସମସ୍ୟା କାରଣରୁ ଲୋକମାନଙ୍କ ଭିତରେ ଅସନ୍ତୋଷ ରହିଥାଏ। ବର୍ତ୍ତମାନ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ […] The post ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଲ୍ ପୈଠ କରି ନ ଥିଲେ ବି ବିଦ୍ୟୁତ୍ କାଟ ହେବନ appeared first on Dharitri Odia News.
ଭୁବନେଶ୍ୱର,୨୩ା୪(ସୁନିତ୍ ମିଶ୍ର):ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜ୍ୟର ତାପମାତ୍ରା ଏବେ ଅଧିକାଂଶ ଜିଲାରେ ୪୦ ଡିଗ୍ରୀରୁ ଅଧିକ ରହୁଛି। ଏଭଳି ସ୍ଥିତିରେ ଏକାଧିକ ଥର ହେଉଥିବା ବିଦ୍ୟୁତ୍ କାଟ(ପାଓ୍ବାର୍ କଟ୍) ଲୋକମାନଙ୍କ ପାଇଁ ବଡ଼ ସମସ୍ୟା ହୋଇ ଉଭାହୋଇଛି। ଏହା କେବଳ ଚଳିତ ବର୍ଷର ସମସ୍ୟା ନୁହେଁ। ପ୍ରତ୍ୟେକ ବର୍ଷ ଗ୍ରୀଷ୍ମଋତୁ ଆସିଲେ ବିଦ୍ୟୁତ୍ କାଟ ସମସ୍ୟା କାରଣରୁ ଲୋକମାନଙ୍କ ଭିତରେ ଅସନ୍ତୋଷ ରହିଥାଏ। ବର୍ତ୍ତମାନ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପାୱାର କଟ୍ ନ କରିବାକୁ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ନିର୍ଦ୍ଦେଶ ଦେଇଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବିଦ୍ୟୁତ୍ କାଟ ହେବନାହିଁ। ଗ୍ରୀଷ୍ମପ୍ରବାହ ସମୟରେ କାହାର ମଧ୍ୟ ବିଦ୍ୟୁତ୍ କାଟ କରାଯିବନାହିଁ। ଉପଭୋକ୍ତା ବକେୟା ବିଲ୍ ପ୍ରଦାନ କରି ନ ଥିଲେ ମଧ୍ୟ ଲାଇନ କଟିବନାହିଁ। କିନ୍ତୁ ଉପଭୋକ୍ତାଙ୍କୁ ବକେୟା ବିଲ୍ ପୈଠ କରିବାକୁ ପଡ଼ିବ। ପୂର୍ବରୁ ମଧ୍ୟ ବିଧାନସଭା ସମୟରେ କହିଥିଲେ, ବିଲ୍ ଦେଇ ନ ଥିଲେ ବି ଜୁନ୍ ପର୍ଯ୍ୟନ୍ତ ଲୋକଙ୍କ ବିଦ୍ୟୁତ୍ କାଟ ହେବନାହିଁ। କାଳବୈଶାଖୀ ଯୋଗୁ କୌଣସି ସ୍ଥାନରେ ଯଦି ବିଦ୍ୟୁତ୍ କାଟ ହେଉଛି ତେବେ ତାକୁ ତୁରନ୍ତ କାମ କରିଦିଆଯାଉଛି। ପୂର୍ବ ତୁଳନାରେ ବିଦ୍ୟୁତ୍ ଯୋଗାଣ ଠିକ୍ଠାକ୍ କରାଯାଉଛି। ଯେଉଁସବୁ ସ୍ଥାନରେ ବିଦ୍ୟୁତ୍ କାମ ଚାଲୁଛି, ପୂର୍ବରୁ ଏନେଇ ଲୋକମାନଙ୍କୁ ଜଣାଇ ଦିଆଯାଉଛି। କେତେ ସମୟ ପାଇଁ ଏବଂ କେଉଁ କାରଣରୁ ବିଦ୍ୟୁତ୍ କାଟ ହେଉଛି ସେକଥା ମଧ୍ୟ କୁହାଯାଉଛି। ବିଦ୍ୟୁତ୍ ସେବା ବ୍ୟାହତ ହେଉଥିଲେ ମଧ୍ୟ ତୁରନ୍ତ ସମାଧାନ ହେଉଛି। ସରକାର କେବେହେଲେ ଜାଣି ପାଓ୍ବାର୍ କଟ୍ କରନ୍ତି ନାହିଁ, କାରଣ ଏଥିରୁ ସରକାରଙ୍କୁ ରାଜସ୍ବ ମିଳୁଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, କାଳବୈଶାଖୀ ପରେ ରାଜ୍ୟରେ ପୁଣି ପ୍ରଚଣ୍ଡ ତାତି ଫେରିଛି। ଦିନବେଳା ଘରୁ ବାହାରିବା ଲୋକଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି। ଗରମ ଗୁଳିଗୁଳିରେ ଘରେ ରହିବା ମଧ୍ୟ କଷ୍ଟକର ହୋଇପଡୁଛି। ମଙ୍ଗଳବାର ସାଢେ ୧୧ଟା ସୁଦ୍ଧା ରାଜ୍ୟରେ ତାପମାତ୍ରା ୪୨ ଡିଗ୍ରୀ ଟପିଛି। ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ହୀରାକୁଦରେ ୪୦, ସମ୍ବଲପୁର ୩୯.୬, ରାଉରକେଲାରେ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। କେନ୍ଦୁଝରରେ ୩୬.୮, ଚାନ୍ଦବାଲି ୩୬.୪, ଭୁବନେଶ୍ବରରେ ଦିନ ସାଢେ ୧୧ଟା ସୁଦ୍ଧା ୩୫.୪ ଡିଗ୍ରୀ ଛୁଇଁଛି।
The post ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଲ୍ ପୈଠ କରି ନ ଥିଲେ ବି ବିଦ୍ୟୁତ୍ କାଟ ହେବନ appeared first on Dharitri Odia News.