Bolangir Child Trafficking Case: ଗରିବୀର ବିକଳ ଚିତ୍ର; ଦାଦନ ଯିବେ ବୋଲି କଅଁଳା ଛୁଆକୁ ସରକାରଙ୍କ ହାତରେ ଟେକିଦେଲେ
ଦାଦନ କଳଙ୍କର ଟିକା ପିନ୍ଧିଥିବା ବଲାଙ୍ଗିର ଜିଲ୍ଲାରେ ନିଇତି ନୂଆ କାହାଣୀ। ଛୁଆ ବିକ୍ରି ଅଭିଯୋଗରେ କିଛିଦିନ ତଳେ ଯେଉଁ ବାପା, ମା’ ବିବାଦୀୟ ହୋଇପଡ଼ିଥିଲେ, ଦାଦନ ଯିବେ ବୋଲି ସେହି ବାପା, ମା’ ଏବେ ପିଲାକୁ ସରକାର ହାତରେ ଟେକି ଦେଇଛନ୍ତି। ପାଖରେ ୫ଟି ଛୁଆର ବୋଝ। ତେଣୁ ଲାଳନ ପାଳନ ଚିନ୍ତାରେ ଟେକିଦେଲେ ୬ ନମ୍ବର ଛୁଆକୁ।