ରେଖାଙ୍କ ନୂଆ ବ୍ୟବସ୍ଥା

ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି (ଭାଜପା) କ୍ଷମତାକୁ ଆସିବା ପରେ କୌଣସି ବିପଦକୁ ବରଣ କରିବାକୁ ଚାହଁୁନାହିଁ। ରେଖା ଗୁପ୍ତାଙ୍କ ନେତୃତ୍ୱାଧୀନ ଦିଲ୍ଲୀ ସରକାର ଯୋଜନାବଦ୍ଧ ଭାବେ ଆରମ୍ଭ କରିବାକୁ ଚାହଁୁଛି। ୬ ଜଣ ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶଦାତା କିମ୍ବା ଅଫିସର୍ସ ଅନ୍‌ ସ୍ପେଶିଆଲ ଡ୍ୟୁଟି (ଓଏସ୍‌ଡିଏସ୍‌) ଭାବେ ନିଯୁକ୍ତି ଦେବାକୁ ଯୋଜନା କରୁଛି। ଏହା ସହ ୬ ଜଣ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ପାଇଁ ମଧ୍ୟ ଜଣେ ବରିଷ୍ଠ ଡିଏଏନ୍‌ଆଇସିଏସ୍‌ ଅଧିକାରୀ ରହିବେ। ଏହା […] The post ରେଖାଙ୍କ ନୂଆ ବ୍ୟବସ୍ଥା appeared first on Dharitri Odia News.

ରେଖାଙ୍କ ନୂଆ ବ୍ୟବସ୍ଥା

ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି (ଭାଜପା) କ୍ଷମତାକୁ ଆସିବା ପରେ କୌଣସି ବିପଦକୁ ବରଣ କରିବାକୁ ଚାହଁୁନାହିଁ। ରେଖା ଗୁପ୍ତାଙ୍କ ନେତୃତ୍ୱାଧୀନ ଦିଲ୍ଲୀ ସରକାର ଯୋଜନାବଦ୍ଧ ଭାବେ ଆରମ୍ଭ କରିବାକୁ ଚାହଁୁଛି। ୬ ଜଣ ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶଦାତା କିମ୍ବା ଅଫିସର୍ସ ଅନ୍‌ ସ୍ପେଶିଆଲ ଡ୍ୟୁଟି (ଓଏସ୍‌ଡିଏସ୍‌) ଭାବେ ନିଯୁକ୍ତି ଦେବାକୁ ଯୋଜନା କରୁଛି। ଏହା ସହ ୬ ଜଣ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ପାଇଁ ମଧ୍ୟ ଜଣେ ବରିଷ୍ଠ ଡିଏଏନ୍‌ଆଇସିଏସ୍‌ ଅଧିକାରୀ ରହିବେ। ଏହା ସ୍ପଷ୍ଟ ସୂଚିତ କରୁଛି ଯେ, ପ୍ରଶାସନ କାର୍ଯ୍ୟକୁ ଗମ୍ଭୀରତାର ସହ ନେଉଛି। ମନ୍ତ୍ରୀମାନଙ୍କୁ ସହଯୋଗ କରିବା ପାଇଁ ଜଣେ ସଚିବ ଓ ୨ ଜଣ ସ୍ବତନ୍ତ୍ର ସଚିବଙ୍କୁ ନେଇ ସୁରୁଖୁରୁରେ ଶାସନ ଚଳାଇବା ଲାଗି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ର ମଧ୍ୟ ଏକ ସଙ୍ଗଠିତ ଟିମ୍‌ ରହିଛି। ଅନ୍ୟପଟେ ଦେଖିଲେ ପୂର୍ବ ଶାସନରେ କେଜ୍‌ରିଓ୍ବାଲଙ୍କ ନେତୃତ୍ୱାଧୀନ ସରକାର ଏକ ଭିନ୍ନ ଦୃଷ୍ଟିକୋଣ ଆପଣାଇଥିଲା। ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କ ପାଇଁ ଦଳୀୟ ପଦାଧିକାରୀଙ୍କୁ ନିଯୁକ୍ତ କରାଯାଇଥିଲା। ଏ କ୍ଷେତ୍ରରେ ଯଦିଓ ରାଜନୈତିକ ନିୟନ୍ତ୍ରଣ ନିଶ୍ଚିତ କରାଯାଇଥଲା, ତଥାପି ବହୁ ସମୟରେ ସଚିବାଳୟରେ ସେମାନଙ୍କ ଦାୟିତ୍ୱ ଅସ୍ପଷ୍ଟ ରହୁଥିଲା। ଏହି ପରିପ୍ରେକ୍ଷୀରେ ଦେଖିଲେ ଶୀଲା ଦୀକ୍ଷିତଙ୍କ ଶାସନ କାଳ ସମ୍ପୂର୍ଣ୍ଣ ନିଆରା ଥିଲା। ତାଙ୍କ ଶାସନ ଢାଞ୍ଚା ଅମଲାତନ୍ତ୍ର ସହ ଅତ୍ୟନ୍ତ ସହଯୋଗଭିତ୍ତିକ ଥିଲା ଏବଂ କାର୍ଯ୍ୟ ନିରୀକ୍ଷଣ କରିବା ପାଇଁ ଅତିରିକ୍ତ ରାଜନୈତିକ ନିଯୁକ୍ତିର ଆବଶ୍ୟକତା ପଡ଼ୁ ନ ଥିଲା। ଏବେ ଗୁପ୍ତାଙ୍କ ନୂଆ ବ୍ୟବସ୍ଥା ଶୃଙ୍ଖଳା ଓ ଉତ୍ତମ ଶାସନ ଯୋଗାଇଦେବାର ଏକ ସ୍ପଷ୍ଟ ପ୍ରୟାସ। କିନ୍ତୁ ପ୍ରଶ୍ନ ଉଠୁଛି, ଏହା ଏକ ଆବଶ୍ୟକ ପ୍ରଶାସନିକ ପଦକ୍ଷେପ ନା ଅଧିକ ରାଜନୈତିକ ନିୟନ୍ତ୍ରଣ ସ୍ଥାପନ କରିବା ପାଇଁ ଉଦ୍ଦିଷ୍ଟ।
ଦୁର୍ବଳ କାର୍ଯ୍ୟାନୁଷ୍ଠାନ
ଜମ୍ମୁ କଶ୍ମୀରରେ ବରିଷ୍ଠ ଆଇଏଏସ୍‌ ଅଧିକାରୀମାନେ ଜଡ଼ିତ ଥିବା ଏକ ଦୀର୍ଘଦିନର ଅସ୍ତ୍ରଶସ୍ତ୍ର ଲାଇସେନ୍ସ ଦୁର୍ନୀତି ସମ୍ପର୍କିତ କାଗଜପତ୍ର ହଜିଯିବା ଘଟଣାର ଖୋଳତାଡ଼ କରୁଛି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍‌ଏଚ୍‌ଏ)। ନିକଟରେ ଏମ୍‌ଏଚ୍‌ଏ ପଦକ୍ଷେପ ସ୍ବରୂପ ୩ ଜଣ ଅଧିକାରୀ ୟାଶା ମୁଦ୍‌ଗଲ, ଶହୀଦ ଇକ୍‌ବାଲ ଚୌଧୁରୀ ଏବଂ ନିରଜ କୁମାରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ବା ଅଭିଯାଗ ପ୍ରସ୍ତାବ ପୁନଃ ଦାଖଲ କରିବାକୁ ଜମ୍ମୁ-କଶ୍ମୀର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛି। କାରଣ ଏବେ ସୁଦ୍ଧା କେତେକ କାଗଜପତ୍ର ମିଳୁନାହିଁ। ଏମ୍‌ଏଚ୍‌ଏ ପ୍ରଥମ ଥର ପାଇଁ ଏଭଳି କରିନାହିଁ। ଏହା ପୂର୍ବରୁ ଫେବୃଆରୀରେ ୨ଜଣ ଆଇଏଏସ୍‌ ଅଧିକାରୀ ଏମ୍‌.ରାଜୁ ଏବଂ ପ୍ରସନ୍ନା ରାମସ୍ବାମୀ ଜିଙ୍କ ବିରୋଧରେ ଆଇନଗତ ବିଚାର ପାଇଁ ସିବିଆଇର ଅନୁରୋଧକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଏମ୍‌ଏଚ୍‌ଏ ନିର୍ଦ୍ଦେଶ ଦେଇଥିଲା। ଏଭଳି ପ୍ରକ୍ରିୟାରେ ଦୀର୍ଘଦିନ ହେଲା ଫାଇଲ ଏପାଖ ସେପାଖ ହେଉଛି, କିନ୍ତୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏକଥା ଭୁଲିଯିବା ଉଚିତ ନୁହେଁ ଯେ, ଅର୍ଥ ପାଇଁ ଅବୈଧ ଉପାୟରେ ବନ୍ଧୁକ ଲାଇସେନ୍ସ ଦେଇଥିବା ଅଭିଯୋଗରେ ୫ ଜଣ ଅଧିକାରୀଙ୍କ ବିରୋଧରେ ଆଇନଗତ ବିଚାର ପାଇଁ ଜମ୍ମୁ କଶ୍ମୀର ପ୍ରଶାସନ ଡିସେମ୍ବର ୨୦୨୪ରେ ଅନୁମତି ଦେଇଥିଲା। ଏସବୁ ସତ୍ତ୍ୱେ ଏମ୍‌ଏଚ୍‌ଏ ଏବେ ସୁଦ୍ଧା ଜମ୍ମୁ କଶ୍ମୀର ସରକାରଙ୍କଠାରୁ ଏକ ଚୂଡ଼ାନ୍ତ ପ୍ରତିକ୍ରିୟା ଅପେକ୍ଷାରେ ରହିଛି। ଜମ୍ମୁ କଶ୍ମୀରରେ ସାଧାରଣ ପ୍ରଶାସନ ବିଭାଗ(ଜିଏଡି) ଆଇଏଏସ୍‌ ଅଧିକାରୀ ପି.କେ.ପୋଲଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ ଜାରି ରଖିଛି। ଏହା ସହ ଜିତେନ୍ଦ୍ର କୁମାର ସିଂ, ରମେଶ କୁମାର ଏବଂ ପୁଣି ଥରେ ପ୍ରସନ୍ନା ରାମସ୍ବାମୀ ଜିଙ୍କ ବିରୋଧରେ ତଦନ୍ତ ସ୍ଥଗିତ ରହିଛି। ଏହିସବୁ ଘଟଣା ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନକୁ ଦୁର୍ବଳ କରିବାର ଅୟମାରମ୍ଭ ତଥା ପ୍ରଶାସନିକ ସମସ୍ୟାକୁ ସୂଚିତ କରୁଛି।
ରହସ୍ୟମୟ ମାମଲା
ଭାରତୀୟ ଅମଲାତନ୍ତ୍ର କ୍ଷେତ୍ରରେ ଅମିତ ଲୋଧାଙ୍କ କାହାଣୀ ସବୁଠୁ ନାଟକୀୟ। ଲୋଧା ହେଉଛନ୍ତି ଜଣେ ପୋଲିସ ଅଧିକାରୀ ତଥା ବିହାର ଡାଏରିଜ୍‌ର ଲେଖକ, ଯାହା ନେଟ୍‌ଫ୍ଲିକ୍ସର ଭାରତୀୟ କ୍ରାଇମ ଥ୍ରିଲର ସରିଜ ‘ଖାକି: ଦ ବିହାର ଚାପ୍ଟର’ର ରୂପାନ୍ତରଣ ଥିଲା। ରିଲ୍‌ ଲାଇଫର ଚମକ ସାମ୍ନାକୁ ଆସିବା ପରେ ନିକଟରେ ରିୟଲ ଲାଇଫ୍‌ର ବିବାଦ ସାମ୍ନାକୁ ଆସିଲା। ଏକ ଓପଚାରିକ ଅଭିଯୋଗ, ବେଆଇନ ଭାବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଏବଂ ଏକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତଦନ୍ତ ଯୋଗୁ ତାଙ୍କ କ୍ୟାରିୟର ବିପଦରେ ଥିବା ଜଣାପଡ଼ିଥିଲା। ତଥାପି ବିହାର ସରକାର ତାଙ୍କୁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ଏଡିଜି) ପଦକୁ ପଦୋନ୍ନତି ଦେଇଛନ୍ତି। ଏହି ପଦକ୍ଷେପକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ତେବେ ତାଙ୍କ ବିରୋଧରେ ଅଭିଯୋଗ କ’ଣ ନିରାଧାର ଥିଲା କିମ୍ବା ଏହା ରାଜନୈତିକ ଧାରାରେ ପରିବର୍ତ୍ତନର ସଙ୍କେତ ଥିଲା , ଯେଉଁଠି ପୂର୍ବରୁ ତାଙ୍କୁ ଉତ୍ତରଦାୟୀ କରାଯାଉଥିଲାବେଳେ ଏବେ ସ୍ବାଗତ କରାଯାଉଛି କି? ଏହା ଅନୁମାନ କରାଯାଉଥିଲା ଯେ, ତାଙ୍କ ପ୍ରତ୍ୟାବର୍ତ୍ତନ କଠିନ ଥିଲା। ସେମାନେ ସମ୍ଭବତଃ ସ୍କ୍ରିପ୍ଟକୁ ଭୁଲ୍‌ ଅର୍ଥରେ ବୁଝିଥିଲେ। ତଥାପି ଇଡି ତଦନ୍ତ ଓ ଭିଜିଲନ୍ସ ମାମଲା ଗୁରୁତ୍ୱପୂର୍ଣ୍ଣ ହୋଇ ରହିଛି। ଇଡି ମାମଲା ସେହି ସମାନ ଘଟଣା ଉପରେ ଆଧାରିତ ଯାହା ୨୦୨୨ରେ ଲୋଧାଙ୍କ ବିରୋଧରେ ରାଜ୍ୟ ଭିଜିଲାନ୍ସ ବିଭାଗ ଦାୟର କରିଥିଲା। ଏସବୁ ଯଦି ଗମ୍ଭୀର ବିଷୟ , ତେବେ ସ୍ବଚ୍ଛତାକୁ ନେଇ ଗର୍ବ କରୁଥିବା ଏକ ବ୍ୟବସ୍ଥାରେ ଏହି ଅଭିଯୋଗଗୁଡ଼ିକ ସମସ୍ୟା ନ ଥିଲା କି? ତେବେ ଲୋଧାଙ୍କ ପଦୋନ୍ନତି ସମ୍ଭବତଃ ଆଉ ଏକ ବାର୍ତ୍ତା ଦିଏ ଯେ, ଏହା ଅପରାଧ ଓ ଦଣ୍ଡର ବିଷୟ ନୁହେଁ ବରଂ ରାଜନୈତିକ ଗଣନାର ବିଷୟ।
Email: dilipcherian@gmail.com

The post ରେଖାଙ୍କ ନୂଆ ବ୍ୟବସ୍ଥା appeared first on Dharitri Odia News.