ରେଞ୍ଜ କାର୍ଯ୍ୟାଳୟକୁ ବୋମାମାଡ଼, ଭାଙ୍ଗିଲା ଗୋଦାମ ଗୃହ

ଭଞ୍ଜନଗର,୧୬ା୬(ବାବୁଲା ପ୍ରଧାନ): ଢେଙ୍କାନାଳ ବନଖଣ୍ଡର ବନରକ୍ଷୀ ପ୍ରହଲ୍ଲାଦ ପ୍ରଧାନଙ୍କୁ ଗୁଳିକରି ହତ୍ୟା ଘଟଣାର ଆତଙ୍କ ଥମି ନ ଥିବା ବେଳେ ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧିନସ୍ଥ ଜଗନ୍ନାଥପ୍ରସାଦ ରେଞ୍ଜ କାର୍ଯ୍ୟାଳୟ ଉପରକୁ ବୋମାମାଡ଼ ହୋଇଛି। ଏଥିରେ ରେଞ୍ଜ କାର୍ଯ୍ୟାଳୟରେ ଶୋଇଥିବା ଗୋଟିଏ କୁକୁରର ମୃତ୍ୟୁ ଘଟିଛି। ଏଥିସହ ଗୋଦାମ ଗୃହର କବାଟ ଭାଙ୍ଗିଯାଇଛି। ଏଥିସହ କେତେକ ସାଇକେଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ନିକଟରେ ଶୋଇଥିବା କର୍ମଚାରୀମାନେ ସୁରକ୍ଷିତ […] The post ରେଞ୍ଜ କାର୍ଯ୍ୟାଳୟକୁ ବୋମାମାଡ଼, ଭାଙ୍ଗିଲା ଗୋଦାମ ଗୃହ appeared first on Dharitri Odia News.

ରେଞ୍ଜ କାର୍ଯ୍ୟାଳୟକୁ ବୋମାମାଡ଼, ଭାଙ୍ଗିଲା ଗୋଦାମ ଗୃହ

ଭଞ୍ଜନଗର,୧୬ା୬(ବାବୁଲା ପ୍ରଧାନ): ଢେଙ୍କାନାଳ ବନଖଣ୍ଡର ବନରକ୍ଷୀ ପ୍ରହଲ୍ଲାଦ ପ୍ରଧାନଙ୍କୁ ଗୁଳିକରି ହତ୍ୟା ଘଟଣାର ଆତଙ୍କ ଥମି ନ ଥିବା ବେଳେ ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧିନସ୍ଥ ଜଗନ୍ନାଥପ୍ରସାଦ ରେଞ୍ଜ କାର୍ଯ୍ୟାଳୟ ଉପରକୁ ବୋମାମାଡ଼ ହୋଇଛି। ଏଥିରେ ରେଞ୍ଜ କାର୍ଯ୍ୟାଳୟରେ ଶୋଇଥିବା ଗୋଟିଏ କୁକୁରର ମୃତ୍ୟୁ ଘଟିଛି। ଏଥିସହ ଗୋଦାମ ଗୃହର କବାଟ ଭାଙ୍ଗିଯାଇଛି। ଏଥିସହ କେତେକ ସାଇକେଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ନିକଟରେ ଶୋଇଥିବା କର୍ମଚାରୀମାନେ ସୁରକ୍ଷିତ ଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ବିଭାଗୀୟ କର୍ମଚାରୀମାନେ ଆତଙ୍କିତ ହୋଇପଡ଼ିବା ସହ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। କିଏ କେଉଁ କାରଣରୁ ବୋମାମାଡ଼ କଲା ତାହାର ସଠିକ କାରଣ ଜଣାପଡ଼ିନାହିଁ। ରେଞ୍ଜ ପକ୍ଷରୁ ଏନେଇ ଜଗନ୍ନାଥପ୍ରସାଦ ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ ପାଇଁ ଏତଲା ଲେଖା ଚାଲିଛି। ବିଭାଗୀୟ କର୍ମଚାରୀଙ୍କ ସହ ସେଭଳି କୌଣସି କାହା ସହ ଶତ୍ରୁତା ନଥିବା ବେଳେ ଏଭଳି କାହିଁକି ଘଟିଲା ତାହା ଜଣାପଡ଼ିନାହିଁ।
ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି ଅଫିସ କାର୍ଯ୍ୟରେ ବ୍ରହ୍ମପୁର ଯାଇଥିବା ବେଳେ ଏସିଏଫ୍‌ ରଶ୍ମି ରଞ୍ଜନ ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି। ଏନେଇ ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତିଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଘଟଣାର ତଦନ୍ତ ଚାଲିଛି। ଏଥିସହ ଥାନାରେ ମଧ୍ୟ ଏତଲା ଦିଆଯାଉଛି। ଏନେଇ ଓଡ଼ିଶା ଅଣ ଗେଜେଟେଡ୍‌ ବନସେବା ସଂଘ ବ୍ରହ୍ମପୁର ଜୋନ୍‌ ସଭାପତି ଅନୁପ କୁମାର ବିଷୋୟୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଦୋଷୀମାନଙ୍କୁ ତୁରନ୍ତ ଚିହ୍ନଟ କରି ଗିରଫ
କରାଯାଉ।

ଅପରପକ୍ଷେ ଜଗନ୍ନାଥପ୍ରସାଦ ରେଞ୍ଜ କର୍ମଚାରୀ ଏବଂ ବନସୁରକ୍ଷା ସମିତି କର୍ମକର୍ତ୍ତାଙ୍କ ମଧ୍ୟରେ ଦିନକୁ ଦିନ ଦୂରତ୍ୱ ବଢୁଛି। ଇତିମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ବନ ସୁରକ୍ଷା ସମିତିର କର୍ମକର୍ତ୍ତାମାନେ ତିନିଦିନ ପୂର୍ବେ ଏକାଠି ହୋଇ ବିଭାଗୀୟ କର୍ମଚାରୀଙ୍କ ମନମୁଖୀ ଶାସନ ବିରୋଧରେ ଆଲୋଚନା କରିଥିଲେ। ଗୋଟିଏ ପଟେ ବନ ସୁରକ୍ଷା ସମିତି କର୍ମକର୍ତ୍ତା ବିଭାଗ ଠାରୁ ଦୂରେଇ ଯାଉଥିବା ବେଳେ ଅନ୍ୟପଟେ ଗତକାଲିଠାରୁ ଓଡ଼ିଶା ଅଣ ଗେଜେଟେଡ୍‌ ବନ କର୍ମଚାରୀ ସଂଘ ୩ ଦଫା ଦାବି ନେଇ ନୂଆ ମୋକଦ୍ଦମା କାଟିବୁ ନାହିଁ ବୋଲି ନିଷ୍ପତ୍ତି। ଫଳରେ ଜଙ୍ଗଲ ସୁରକ୍ଷା ନେଇ ବର୍ତ୍ତମାନ ବଡ଼ ସମସ୍ୟା ଦେଖା ଦେଇଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହୋଇଛି।

The post ରେଞ୍ଜ କାର୍ଯ୍ୟାଳୟକୁ ବୋମାମାଡ଼, ଭାଙ୍ଗିଲା ଗୋଦାମ ଗୃହ appeared first on Dharitri Odia News.