ରେଳଧାରଣାରେ ପଡ଼ିଛି ଯୁବକଙ୍କ ହାତଗୋଡ଼ ବନ୍ଧା ଖଣ୍ଡବିଖଣ୍ଡିତ ମୃତଦେହ

ଚୌଦ୍ୱାର,୪ା୧୦(ଆଶୁତୋଷ ଦାସ): କଟକ ଟାଙ୍ଗୀ ନର୍ଗୁଣ୍ଡ ରେଳଧାରଣା ଉପରେ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଛ। ଯୁବକ ଜଣଙ୍କ ହେଲେ ତେରୁଆଁ ବଙ୍ଗାଳୀ ସାହିରେ ରହୁଥିବା ତିରୁପତି ରେଡ୍ଡୀ। ତାଙ୍କ ହାତଗୋଡ଼ ବାନ୍ଧି କେହି ରେଳଧାରଣାରେ ଶୁଆଇ ଦେଇଛନ୍ତି। ତେବେ କିଏ କାହିଁକି ଏଭଳି ହତ୍ୟା କଲା ତାହା ତଦନ୍ତ ପରେ ଜଣାପଡ଼ିବ। ଏନେଇ ପରିବାର ଲୋକେ ଟାଙ୍ଗୀ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ କିମ୍ବା ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିନି। […] The post ରେଳଧାରଣାରେ ପଡ଼ିଛି ଯୁବକଙ୍କ ହାତଗୋଡ଼ ବନ୍ଧା ଖଣ୍ଡବିଖଣ୍ଡିତ ମୃତଦେହ appeared first on Dharitri Odia News.

ରେଳଧାରଣାରେ ପଡ଼ିଛି ଯୁବକଙ୍କ ହାତଗୋଡ଼ ବନ୍ଧା ଖଣ୍ଡବିଖଣ୍ଡିତ ମୃତଦେହ

ଚୌଦ୍ୱାର,୪ା୧୦(ଆଶୁତୋଷ ଦାସ): କଟକ ଟାଙ୍ଗୀ ନର୍ଗୁଣ୍ଡ ରେଳଧାରଣା ଉପରେ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଛ। ଯୁବକ ଜଣଙ୍କ ହେଲେ ତେରୁଆଁ ବଙ୍ଗାଳୀ ସାହିରେ ରହୁଥିବା ତିରୁପତି ରେଡ୍ଡୀ। ତାଙ୍କ ହାତଗୋଡ଼ ବାନ୍ଧି କେହି ରେଳଧାରଣାରେ ଶୁଆଇ ଦେଇଛନ୍ତି। ତେବେ କିଏ କାହିଁକି ଏଭଳି ହତ୍ୟା କଲା ତାହା ତଦନ୍ତ ପରେ ଜଣାପଡ଼ିବ। ଏନେଇ ପରିବାର ଲୋକେ ଟାଙ୍ଗୀ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ କିମ୍ବା ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିନି। ତେବେ ସେ ଏକ ଟାଓ୍ବାର କମ୍ପାନୀରେ ଗତ ୫ବର୍ଷ ହେବ କାମ କରୁଥିଲା ବେଳେ ରାତିରେ କମ୍ପାନୀରେ ରୁହେ। ତେବେ ସବୁଦିନ ପରି କାଲି ରାତି ୯ଟାରେ ଘରୁ କମ୍ପାନୀକୁ ଯାଇଥିବା ବେଳେ ସକାଳୁ ତାହାର ମୃତଦେହ ରେଳଧାରଣାରେ ବନ୍ଧା ହୋଇପଡ଼ିଥିବା ନେଇ ହତ୍ୟା ସନ୍ଦେହ କରାଯାଉଛି।

The post ରେଳଧାରଣାରେ ପଡ଼ିଛି ଯୁବକଙ୍କ ହାତଗୋଡ଼ ବନ୍ଧା ଖଣ୍ଡବିଖଣ୍ଡିତ ମୃତଦେହ appeared first on Dharitri Odia News.