ରେପୋ ରେଟ୍ ସମ୍ପର୍କରେ ବଡ଼ ଘୋଷଣା କଲା ଆରବିଆଇ… ଜାଣନ୍ତୁ ଜାଣନ୍ତୁ ଆପଣଙ୍କ EMI ବଢ଼ିଲା କି କମିଲା

ମୁମ୍ବାଇ, ୮ା୮: ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣିଥରେ ରେପୋ ରେଟ୍(ସୁଧ ହାର) ଅପରିବର୍ତ୍ତିତ ରଖିଛନ୍ତି। ବଜେଟ୍ ୨୦୨୪ ଆସିବା ପରେ ଅନୁଷ୍ଠିତ ହୋଇଥିବା ପ୍ରଥମ ମୁଦ୍ରା ନୀତି କମିଟି(ଏମପିସି) ବୈଠକରେ ଆରବିଆଇ ଏହି ନିଷ୍ପତ୍ତି ନେଇଥିବା କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି। ଏହାର ଅର୍ଥ ହେଉଛି ଆପଣଙ୍କ ଋଣ କିସ୍ତି(EMI) ବଢିବ ନାହିଁ କି ହ୍ରାସ ପାଇବ ନାହିଁ।କ୍ରମାଗତ ଅଷ୍ଟମ ଥର ପାଇଁ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍କୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ […] The post ରେପୋ ରେଟ୍ ସମ୍ପର୍କରେ ବଡ଼ ଘୋଷଣା କଲା ଆରବିଆଇ… ଜାଣନ୍ତୁ ଜାଣନ୍ତୁ ଆପଣଙ୍କ EMI ବଢ଼ିଲା କି କମିଲା appeared first on Dharitri Odia News.

ରେପୋ ରେଟ୍ ସମ୍ପର୍କରେ ବଡ଼ ଘୋଷଣା କଲା ଆରବିଆଇ… ଜାଣନ୍ତୁ ଜାଣନ୍ତୁ ଆପଣଙ୍କ EMI ବଢ଼ିଲା କି କମିଲା

ମୁମ୍ବାଇ, ୮ା୮: ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣିଥରେ ରେପୋ ରେଟ୍(ସୁଧ ହାର) ଅପରିବର୍ତ୍ତିତ ରଖିଛନ୍ତି। ବଜେଟ୍ ୨୦୨୪ ଆସିବା ପରେ ଅନୁଷ୍ଠିତ ହୋଇଥିବା ପ୍ରଥମ ମୁଦ୍ରା ନୀତି କମିଟି(ଏମପିସି) ବୈଠକରେ ଆରବିଆଇ ଏହି ନିଷ୍ପତ୍ତି ନେଇଥିବା କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି। ଏହାର ଅର୍ଥ ହେଉଛି ଆପଣଙ୍କ ଋଣ କିସ୍ତି(EMI) ବଢିବ ନାହିଁ କି ହ୍ରାସ ପାଇବ ନାହିଁ।କ୍ରମାଗତ ଅଷ୍ଟମ ଥର ପାଇଁ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍କୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି।

ଶକ୍ତିକାନ୍ତ ଦାସ କହିଥିଲେ କି, ୬ ରୁ ୪ ସଦସ୍ୟ ରେପୋ ରେଟ୍ ଅପରିବର୍ତ୍ତିତ ରଖିବା ସପକ୍ଷରେ କହିଥିଲେ। ରେପୋ ରେଟ୍ ଘୋଷଣା କରିବା ସହିତ ସେ ବୈଶ୍ଵିକ ସଙ୍କଟ ସମ୍ପର୍କରେ ଚିନ୍ତା ପ୍ରକଟ କରିଥିଲେ।

ଅନ୍ୟପଟେ ଦେଶରେ ଦରଦାମ ହାର ଏବେ ମଧ୍ୟ ଆରବିଆଇ ଦ୍ୱାରା ଧାର୍ଯ୍ୟ ୨-୬% ମଧ୍ୟରେ ରହିଛି। ଗତ ଜୁନ ମାସରେ ଖୁଚୁରା ମହଙ୍ଗା ହାର ଚାରି ମାସରେ ସର୍ବାଧିକ ଉଚ୍ଚସ୍ତର ୫.୦୮ ପ୍ରତିଶତରେ ରହିଥିଲା। ତେଣୁ ଯେ ପର୍ଯ୍ୟନ୍ତ ମହଙ୍ଗା ହାର ତାଳକୁ ଖସି ନାହିଁ ସେ ପର‌୍ୟ୍ୟନ୍ତ ରେପୋ ରେଟ ଖସିବାର କୌଣସି ସମ୍ଭାବନା ନାହିଁ।

ସୂଚନାଯୋଗ୍ୟ ଆରବିଆଇ ଫେବୃଆରୀ ୨୦୨୩ରେ ଶେଷଥର ପାଇଁ ରେପୋ ରେଟ ପରିବର୍ତନ କରି ୬.୫ ପ୍ରତିଶତ କରିଥିଲା। ଏହାପରେ ଆରବିଆଇ ଲଗାତାର ସପ୍ତମ ଥର ପାଇଁ ଏଥିରେ କୌଣସି ପରିବର୍ତନ କରିନାହିଁ।

ଆରବିଆଇର ଏମପିସି ବୈଠକ ପ୍ରତି ଦୁଇ ମାସରେ ଅନୁଷ୍ଠିତ ହୁଏ ଏବଂ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସମେତ ୬ ଜଣ ସଦସ୍ୟ ମୁଦ୍ରାସ୍ଫୀତି ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଏବଂ ପରିବର୍ତ୍ତନ (ନିୟମ ପରିବର୍ତ୍ତନ) ଉପରେ ଆଲୋଚନା କରନ୍ତି। ବ୍ୟାଙ୍କ୍ରୁ ଋଣ ନେଉଥିବା ଗ୍ରାହକଙ୍କ ସହିତ ରେପୋ ହାରର ସିଧାସଳଖ ସଂଯୋଗ ଅଛି | ଏହାର ହ୍ରାସ ହେତୁ, ଋଣର EMI କମିଯାଏ ଏବଂ ଏହାର ବୃଦ୍ଧି ହେତୁ ଏହା ବୃଦ୍ଧି ପାଇଥାଏ। ବାସ୍ତବରେ, ରେପୋ ରେଟ୍ ହେଉଛି ସେହି ହାର ଯେଉଁଥିରେ କୌଣସି ଅର୍ଥର ଅଭାବ ହେଲେ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ଟଙ୍କା ଋଣ ଦେଇଥାଏ।ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ମୁଦ୍ରା କର୍ତ୍ତୃପକ୍ଷଙ୍କ ଦ୍ୱାରା ରେପୋ ହାର ବ୍ୟବହୃତ ହୁଏ।

The post ରେପୋ ରେଟ୍ ସମ୍ପର୍କରେ ବଡ଼ ଘୋଷଣା କଲା ଆରବିଆଇ… ଜାଣନ୍ତୁ ଜାଣନ୍ତୁ ଆପଣଙ୍କ EMI ବଢ଼ିଲା କି କମିଲା appeared first on Dharitri Odia News.