ରେଫରିଙ୍କ ସହ ମୁହାଁମୁହିଁ ହେବା ପଡ଼ିଲା ମହଙ୍ଗା

ପ୍ୟାରିସ୍‌,୬ା୩: ଫ୍ରେଞ୍ଚ୍‌ ଲିଗ୍‌ ମ୍ୟାଚ୍‌ ବେଳେ ରେଫରିଙ୍କ ସହ ମୁହାଁମୁହିଁ ହେବାରୁ ଲିଅନ କୋଚ୍‌ ପାଉଲେ ଫନସେକାଙ୍କୁ ୯ ମାସ ପାଇଁ ବାସନ୍ଦ କରାଯାଇଥିବା ଫ୍ରେଞ୍ଚ୍‌ ଲିଗ୍‌ ପକ୍ଷରୁ କୁହାଯାଇଛି। ଏହି ବାସନ୍ଦାଦେଶ ଯୋଗୁ ସେ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ମ୍ୟାଚ୍‌ ବେଳେ ଖେଳାଳିଙ୍କ ନିକଟକୁ ଯାଇପାରିବେ ନାହିଁ ଏବଂ ଦଳୀୟ ଲକରରୁମ୍‌ରେ ମଧ୍ୟ ପ୍ରବେଶ କରିପାରିବେ ନାହିଁ। ଏହି ବାସନ୍ଦାଦେଶ କେବଳ ଘରୋଇ ମ୍ୟାଚ୍‌ରେ ଲାଗୁହେବ। ଗତ ରବିବାର ବ୍ରେଷ୍ଟ ଡିପ୍‌ ବିପକ୍ଷ ମ୍ୟାଚ୍‌ରେ ଫନସେକା […] The post ରେଫରିଙ୍କ ସହ ମୁହାଁମୁହିଁ ହେବା ପଡ଼ିଲା ମହଙ୍ଗା appeared first on Dharitri Odia News.

ରେଫରିଙ୍କ ସହ ମୁହାଁମୁହିଁ ହେବା ପଡ଼ିଲା ମହଙ୍ଗା

ପ୍ୟାରିସ୍‌,୬ା୩: ଫ୍ରେଞ୍ଚ୍‌ ଲିଗ୍‌ ମ୍ୟାଚ୍‌ ବେଳେ ରେଫରିଙ୍କ ସହ ମୁହାଁମୁହିଁ ହେବାରୁ ଲିଅନ କୋଚ୍‌ ପାଉଲେ ଫନସେକାଙ୍କୁ ୯ ମାସ ପାଇଁ ବାସନ୍ଦ କରାଯାଇଥିବା ଫ୍ରେଞ୍ଚ୍‌ ଲିଗ୍‌ ପକ୍ଷରୁ କୁହାଯାଇଛି। ଏହି ବାସନ୍ଦାଦେଶ ଯୋଗୁ ସେ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ମ୍ୟାଚ୍‌ ବେଳେ ଖେଳାଳିଙ୍କ ନିକଟକୁ ଯାଇପାରିବେ ନାହିଁ ଏବଂ ଦଳୀୟ ଲକରରୁମ୍‌ରେ ମଧ୍ୟ ପ୍ରବେଶ କରିପାରିବେ ନାହିଁ। ଏହି ବାସନ୍ଦାଦେଶ କେବଳ ଘରୋଇ ମ୍ୟାଚ୍‌ରେ ଲାଗୁହେବ।

ଗତ ରବିବାର ବ୍ରେଷ୍ଟ ଡିପ୍‌ ବିପକ୍ଷ ମ୍ୟାଚ୍‌ରେ ଫନସେକା ରେଫରି ବେନୋଇଟ ମିଲଟଙ୍କ ସହ ମୁହଁାମୁହିଁ ହୋଇଥିଲେ। ଏପରିକି ଲିଅନ ଅଧିନାୟକ କୋରେଣ୍ଟିନ ଟୋଲିସୋଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଏହାପରେ ଫନସେକା ଅବଶ୍ୟ ଦ୍ୱିତୀୟଥର ପାଇଁ ଉକ୍ତ ରେଫରିଙ୍କ ସହ ମୁହଁାମହିଁ ହେବାକୁ ଉଦ୍ୟମ କରିଥିଲେ। ହେଲେ ଲିଅନ ଦଳର କେତେଜଣ ଖେଳାଳି ତାଙ୍କୁ ରୋକିଥିଲେ।

The post ରେଫରିଙ୍କ ସହ ମୁହାଁମୁହିଁ ହେବା ପଡ଼ିଲା ମହଙ୍ଗା appeared first on Dharitri Odia News.