ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଛାତ୍ର ଅଶାନ୍ତି, କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା
କଟକ: ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଛାତ୍ର ଅଶାନ୍ତି। ବିଶ୍ୱବିଦ୍ୟାଳୟରେ ଛାତ୍ରୀମାନଙ୍କ ରହିଵା ପାଇଁ ପର୍ଯ୍ୟାପ୍ତ ଛାତ୍ରୀ ନିବାସ ନଥିଵା, ସାଧାରଣ ଵର୍ଷାରେ କ୍ୟାମ୍ପସରେ ଜଳବନ୍ଦୀ ଅଵସ୍ଥା ସୃଷ୍ଟି ହେଵା, ଛାତ୍ରଛାତ୍ରୀମାନେ ଵ୍ୟଵହାର ପାଇଁ କ୍ୟାମ୍ପସରେ ଶୌଚାଳୟର ଅଭାଵ ଓ ନିୟମିତ ଭାବେ ପାଠପଢ଼ା ହେଉନଥିଵା ଅଭିଯୋଗ କରି ଆଜି ଶତାଧିକ ଛାତ୍ରଛାତ୍ରୀ ରେଭେନ୍ସା କୁଳପତିଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ। ଛାତ୍ରୀ ମାନଙ୍କ ପାଇଁ ପର୍ଯ୍ୟାପ୍ତ ଛାତ୍ରୀ ନିବାସ ନଥିଵାରୁ ଛାତ୍ରୀମାନେ ବାଧ୍ୟ ହୋଇ ବେସରକାରୀ ମେସରେ ରହୁଛନ୍ତି,ଯାହା ଛାତ୍ରୀ ମାନଙ୍କ ଭିତରେ ସବୁବେଳେ ଅସୁରକ୍ଷାର ଭାଵନା ସୃଷ୍ଟି କରୁଛି ବୋଲି ଆନ୍ଦୋଳନରତ ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି।ଏହା ସହ ସେଲ୍ଫ ଫାଇନାନସିଂ ପାଠ ପଢୁଥିଵା ଛାତ୍ରଛାତ୍ରୀମାନଙ୍କୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ହଷ୍ଟେଲ ଦେଉନଥିଵା ଭଳି ଏକ ବିଚିତ୍ର ନିୟମକୁ ମଧ୍ୟ ଛାତ୍ରଛାତ୍ରୀମାନେ ନାପସନ୍ଦ କରିଛନ୍ତି। ସେହିପରି ରେଭେନ୍ସା ଭଳି ବିଶ୍ବବିଦ୍ୟାଳୟରେ ନିୟମିତ ପାଠପଢା ହେଉନଥିଵା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି।ଅଧିକାଂଶ ସମୟରେ ଅଧ୍ୟାପକ, ଅଧ୍ୟାପିକା ମାନେ କ୍ଲାସ କରୁନଥିବା ଆନ୍ଦୋଳନରତ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବିଶ୍ବବିଦ୍ୟାଳୟର ଜଳନିଷ୍କାସନ ଵ୍ୟଵସ୍ଥା ସଠିକ୍ ନଥିଵା କାରଣରୁ ସାମାନ୍ୟ ବର୍ଷାରେ ବିଶ୍ବବିଦ୍ୟାଳୟ ପରିସର ଜଳମଗ୍ନ ହେଉଥିବା ଛାତ୍ରଛା
କଟକ: ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଛାତ୍ର ଅଶାନ୍ତି। ବିଶ୍ୱବିଦ୍ୟାଳୟରେ ଛାତ୍ରୀମାନଙ୍କ ରହିଵା ପାଇଁ ପର୍ଯ୍ୟାପ୍ତ ଛାତ୍ରୀ ନିବାସ ନଥିଵା, ସାଧାରଣ ଵର୍ଷାରେ କ୍ୟାମ୍ପସରେ ଜଳବନ୍ଦୀ ଅଵସ୍ଥା ସୃଷ୍ଟି ହେଵା, ଛାତ୍ରଛାତ୍ରୀମାନେ ଵ୍ୟଵହାର ପାଇଁ କ୍ୟାମ୍ପସରେ ଶୌଚାଳୟର ଅଭାଵ ଓ ନିୟମିତ ଭାବେ ପାଠପଢ଼ା ହେଉନଥିଵା ଅଭିଯୋଗ କରି ଆଜି ଶତାଧିକ ଛାତ୍ରଛାତ୍ରୀ ରେଭେନ୍ସା କୁଳପତିଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ।
ଛାତ୍ରୀ ମାନଙ୍କ ପାଇଁ ପର୍ଯ୍ୟାପ୍ତ ଛାତ୍ରୀ ନିବାସ ନଥିଵାରୁ ଛାତ୍ରୀମାନେ ବାଧ୍ୟ ହୋଇ ବେସରକାରୀ ମେସରେ ରହୁଛନ୍ତି,ଯାହା ଛାତ୍ରୀ ମାନଙ୍କ ଭିତରେ ସବୁବେଳେ ଅସୁରକ୍ଷାର ଭାଵନା ସୃଷ୍ଟି କରୁଛି ବୋଲି ଆନ୍ଦୋଳନରତ ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି।
ଏହା ସହ ସେଲ୍ଫ ଫାଇନାନସିଂ ପାଠ ପଢୁଥିଵା ଛାତ୍ରଛାତ୍ରୀମାନଙ୍କୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ହଷ୍ଟେଲ ଦେଉନଥିଵା ଭଳି ଏକ ବିଚିତ୍ର ନିୟମକୁ ମଧ୍ୟ ଛାତ୍ରଛାତ୍ରୀମାନେ ନାପସନ୍ଦ କରିଛନ୍ତି। ସେହିପରି ରେଭେନ୍ସା ଭଳି ବିଶ୍ବବିଦ୍ୟାଳୟରେ ନିୟମିତ ପାଠପଢା ହେଉନଥିଵା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି।ଅଧିକାଂଶ ସମୟରେ ଅଧ୍ୟାପକ, ଅଧ୍ୟାପିକା ମାନେ କ୍ଲାସ କରୁନଥିବା ଆନ୍ଦୋଳନରତ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ବିଶ୍ବବିଦ୍ୟାଳୟର ଜଳନିଷ୍କାସନ ଵ୍ୟଵସ୍ଥା ସଠିକ୍ ନଥିଵା କାରଣରୁ ସାମାନ୍ୟ ବର୍ଷାରେ ବିଶ୍ବବିଦ୍ୟାଳୟ ପରିସର ଜଳମଗ୍ନ ହେଉଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ବିଶ୍ବବିଦ୍ୟାଳୟ କୁଳପତି ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କ ସହ ଏହି ସବୁ ସମସ୍ୟା ନେଇ ଆଲୋଚନା କରିଛନ୍ତି। ତେବେ ଅଧିକାଂଶ ସମସ୍ୟା ସମାଧାନ ପାଇଁ କୁଳପତି ନିଜର ଅସହାୟତା ପ୍ରକାଶ କରିଵାରୁ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।