ରେଭେନ୍ସାକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି !
ବରପୁତ୍ରଙ୍କ ନାଁରେ ରେଭେନସାକୁ ନାମିତ କରିବାକୁ ଦାବି । ପୁରାତନ ଛାତ୍ର ନେତା ଓ ବୁଦ୍ଧିଜୀବିଙ୍କୁ ନେଇ ବୈଠକ ।
ରେଭେନ୍ସା ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ସହିତ ବରପୁତ୍ରଙ୍କ ନାଁରେ ନାମିତ କରିବା ପାଇଁ ପୁରାତନ ଛାତ୍ର ନେତା ଓ ବୁଦ୍ଧିଜୀବିଙ୍କୁ ନେଇ କଟକର ବସିଛି ବୈଠକ। ଏଥିରେ ଓଡ଼ିଆ ଅସ୍ମିତାର ରକ୍ଷା ପାଇଁ ରେଭେନ୍ସାର ନାମ ପରିବର୍ତନ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ତେବେ ଏହାକୁ ନେଇ ରାଜନୀତି ବନ୍ଦ୍ ହେବା ଉଚିତ ବୋଲି କଟକ ସଦର ବିଧାୟକ କହିଛନ୍ତି। ଏଥିସହ ରେଭେନ୍ସା ନାମ ପରିବର୍ତନ ପାଇଁ ଏକ ସ୍ୱାକ୍ଷର ଅଭିଯାନ ଆରମ୍ଭ ହେବାକୁ ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଛି। ସେପଟେ ଯୋଗାଣ ମନ୍ତ୍ରୀ କହିଛନ୍ତି, ରେଭେନ୍ସା ପ୍ରସଙ୍ଗରେ ଆଉ ବେଶୀ ବିତର୍କର ଆବଶ୍ୟକତା ନାହିଁ,ବିତର୍କକୁ ବନ୍ଦ କରିବା ଦରକାର।