ରେଭ୍ ପାର୍ଟିରେ ସାପ ବିଷ ଯୋଗାଉଥିଲେ ଏଲଭିଶ୍, ପୋଲିସ୍ ସାମ୍ନାରେ କଲେ ସ୍ଵୀକାର
ନୂଆଦିଲ୍ଲୀ ୧୮।୦୩: ବିଗ୍ ବସ୍ OTT 2 ବିଜେତା ଏବଂ ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ଅଡୁଆ ବଢିବାରେ ଲାଗିଛି । ପୋଲିସ ପଚରାଉଚରା ବେଳେ ସେ ନିଜ ଅପରାଧକୁ ସ୍ୱୀକାର କରିଥିବା ନେଇ ଦାବି ହେଉଛି। ମିଡିଆ ରିପୋର୍ଟ ଅନୁଯାୟୀ, ରେଭ୍ ପାର୍ଟିରେ ସାପ ଏବଂ ସାପ ବିଷକୁ ମଗାଉଥିବା ନେଇ ଏଲଭିଶ ପୋଲିସ ନିକଟରେ ସ୍ୱୀକାର କରିଛନ୍ତି। ଗତକାଲି ଅର୍ଥାତ୍ ରବିବାର ଦିନ ଏଲଭିଶ୍ଙ୍କୁ ଗିରଫ କରାଯାଇ ୧୪ ଦିନିଆ ରିମାଣ୍ଡରେ ପଠାଯାଇଥିଲା।ଏଲଭିଶ ସ୍ୱୀକାର କଲେ ଅପରାଧ?ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିଗ୍ ବସ୍ OTT 2 ର ବିଜେତା ହୋଇଥିବା ଏଲଭିଶ ଯାଦବ ପୋଲିସ ସାମ୍ନାରେ ନିଜ ଦୋଷ ସ୍ଵୀକାର କରିଛନ୍ତି । ସେ ସାପ ବିଷ ମଗାଉଥିବା ନେଇ ସତ ମାନିଛନ୍ତି । ନୋଏଡା ଠାରେ ଅନୁଷ୍ଠିତ ରେଭ୍ ପାର୍ଟୀରେ ଏଲଭିଶ ସାପ ବିଷ ମଗାଥିଲେ ଏତିକି ନୁହେଁ, ଏହି ମାମଲା ସହ ଜଡିତ କିଛି ଲୋକଙ୍କ ସହ ଯୋଗାଯୋଗରେ ଥିବା ନେଇ ମଧ୍ୟ ସ୍ୱୀକାର କରିଛନ୍ତି।#WATCH | YouTuber and Bigg Boss OTT 2 winner Elvish Yadav sent to 14 days of Judicial custody in connection with a case under the Wild Life Protection Act 1972. https://t.co/AQI3a8qQqZ pic.twitter.com/bUnov8As1b— ANI (@ANI) March 17, 2024ଗତ କିଛି ମାସ ଧରି ସାପ ବିଷ ମାମଲାରେ ଏଲଭିଶଙ୍କ ନାମ ଆସୁଥିଲା। କିନ୍ତୁ ଆରମ୍ଭରୁ ଏଲଭିଶ ଏହାକୁ ଅସ୍ୱୀକାର କରିଥିଲେ। ହେ
ନୂଆଦିଲ୍ଲୀ ୧୮।୦୩: ବିଗ୍ ବସ୍ OTT 2 ବିଜେତା ଏବଂ ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ଅଡୁଆ ବଢିବାରେ ଲାଗିଛି । ପୋଲିସ ପଚରାଉଚରା ବେଳେ ସେ ନିଜ ଅପରାଧକୁ ସ୍ୱୀକାର କରିଥିବା ନେଇ ଦାବି ହେଉଛି। ମିଡିଆ ରିପୋର୍ଟ ଅନୁଯାୟୀ, ରେଭ୍ ପାର୍ଟିରେ ସାପ ଏବଂ ସାପ ବିଷକୁ ମଗାଉଥିବା ନେଇ ଏଲଭିଶ ପୋଲିସ ନିକଟରେ ସ୍ୱୀକାର କରିଛନ୍ତି। ଗତକାଲି ଅର୍ଥାତ୍ ରବିବାର ଦିନ ଏଲଭିଶ୍ଙ୍କୁ ଗିରଫ କରାଯାଇ ୧୪ ଦିନିଆ ରିମାଣ୍ଡରେ ପଠାଯାଇଥିଲା।
ଏଲଭିଶ ସ୍ୱୀକାର କଲେ ଅପରାଧ?
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିଗ୍ ବସ୍ OTT 2 ର ବିଜେତା ହୋଇଥିବା ଏଲଭିଶ ଯାଦବ ପୋଲିସ ସାମ୍ନାରେ ନିଜ ଦୋଷ ସ୍ଵୀକାର କରିଛନ୍ତି । ସେ ସାପ ବିଷ ମଗାଉଥିବା ନେଇ ସତ ମାନିଛନ୍ତି । ନୋଏଡା ଠାରେ ଅନୁଷ୍ଠିତ ରେଭ୍ ପାର୍ଟୀରେ ଏଲଭିଶ ସାପ ବିଷ ମଗାଥିଲେ ଏତିକି ନୁହେଁ, ଏହି ମାମଲା ସହ ଜଡିତ କିଛି ଲୋକଙ୍କ ସହ ଯୋଗାଯୋଗରେ ଥିବା ନେଇ ମଧ୍ୟ ସ୍ୱୀକାର କରିଛନ୍ତି।
#WATCH | YouTuber and Bigg Boss OTT 2 winner Elvish Yadav sent to 14 days of Judicial custody in connection with a case under the Wild Life Protection Act 1972. https://t.co/AQI3a8qQqZ pic.twitter.com/bUnov8As1b— ANI (@ANI) March 17, 2024
ଗତ କିଛି ମାସ ଧରି ସାପ ବିଷ ମାମଲାରେ ଏଲଭିଶଙ୍କ ନାମ ଆସୁଥିଲା। କିନ୍ତୁ ଆରମ୍ଭରୁ ଏଲଭିଶ ଏହାକୁ ଅସ୍ୱୀକାର କରିଥିଲେ। ହେଲେ ବର୍ତ୍ତମାନ ଅନେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ନ୍ୟାୟିକ ହେପାଜତକୁ ଯିବା ପରେ ଏଲଭିଶ ଏହି ଖବରକୁ ନିଶ୍ଚିତ କରିଛନ୍ତି। କିନ୍ତୁ ପୋଲିସ୍ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ। ଏନଡିପିଏସ୍ ଆକ୍ଟ ଅନୁଯାୟୀ ଏଲଭିଶଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଯେଉଁଥିରେ ତାଙ୍କୁ ଜାମିନ ସହଜରେ ମିଳିପାରିବ ନାହିଁ ।