ସାଇବର ଠକଙ୍କ ଜାଲ, ନାମୀ କାର୍‌ କମ୍ପାନିରେ ଚାକିରି କରାଇଦେବାକୁ କହି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା

କଟକ: ନାମୀ କାର୍ କମ୍ପାନିରେ ଚାକିରି। ମାସକୁ ୧୨ ଲକ୍ଷରୁ ଅଧିକ ଟଙ୍କାର ଦରମା। ଏଭଳି ଥିଲା ଏକ ଜବ ପୋର୍ଟାଲରେ ବିଜ୍ଞାପନ। ଆଉ ଏହି ବିଜ୍ଞାପନ ଦେଖି ଆବେଦନ କରି ଲକ୍ଷ ଲକ୍ଷ ଟଙ୍କା ହରାଇଛନ୍ତି କଟକର ଜଣେ ଜୈନେକ ବ୍ୟକ୍ତି। ଚାକିରି କରାଇଦେବା ନାଁରେ ସାଇବର ଠକ ତାଙ୍କ ଠାରୁ ଲୁଟିନେଇଛନ୍ତି ଲକ୍ଷାଧିକ ଟଙ୍କା। ଲୁଟର ଶିକାର ହୋଇଥିବା ଜାଣିବାରେ ପରେ ଏବେ ସେ ହୋଇଛନ୍ତି ସାଇବର ଥାନାର ଦ୍ବାରସ୍ଥ। ସୂଚନା ଅନୁସାରେ, କଟକ ଶ୍ରୀ ବିହାର କଲୋନୀ ଅଞ୍ଚଳର ବିଶ୍ଵଦୀପ ସେନ୍ ଗତ ଅଗଷ୍ଟ ମାସରେ ଗୋଟିଏ ପୋର୍ଟାଲରେ ଏକ ନିର୍ଦ୍ଧିଷ୍ଟ କାର୍ ନିର୍ମାତା କମ୍ପାନିରେ ଚାକିରି ବିଜ୍ଞାପନ ଦେଖିଥିଲେ। ଏଥିରେ ଚାକିରି ବାବଦକୁ ଏକ ଲକ୍ଷ ୨୦ ହଜାର ଦରମା କଥା ମଧ୍ୟ ଉଲ୍ଲେଖ କରାଯାଇଥିଲା। ଏହାକୁ ଦେଖି ବିଶ୍ୱଦୀପ କମ୍ପାନୀ ସହ ଯୋଗାଯୋଗ କରିଥିଲେ। ହେଲେ ସେ କ’ଣ ଜାଣିଥିଲେ ଏହା କୌଣସି କାର କମ୍ପାନିର ବିଜ୍ଞାପନ ନୁହେଁ, ବରଂ ସାଇବର ଠକଙ୍କ ଜାଲ।ଆରମ୍ଭ ହୋଇଯାଇଥିଲା ସାଇବର ଠକଙ୍କ କାରନାମା। ପ୍ରଥମେ ଏମାନେ ବିଶ୍ବଦୀପଙ୍କ ଠାରୁ ମେଲ ଯୋଗେ ମୋବାଇଲ ନମ୍ବର ନେଇଥିଲେ। ଏହା ପରେ ଫୋନରେ ଦୁଇ ଥର ଇଣ୍ଟରଭ୍ୟୁ ନେଇଥିଲେ। ଏମିତିକି ସେମାନେ ବିଶ୍ବଦୀପଙ୍କୁ ଇଣ୍ଟରଭ୍ୟୁରେ ସିଲେକ୍ଟ ହୋଇଥିବା କଥା କହିବା ସହ ବିଭିନ୍ନ ଡକ୍ୟୁମେଣ୍ଟ ଦେବାକୁ କହିଥିଲେ। ଆଉ ଏହି ଠାରୁ ଆରମ୍ଭ ହୋଇଥିଲା ସାଇବର ଠକଙ୍କ ଅସଲ ଖେଳ। ଆଇପିଏ ସିକ୍ୟୁରିଟି ମନି ଏବଂ

ସାଇବର ଠକଙ୍କ ଜାଲ, ନାମୀ କାର୍‌ କମ୍ପାନିରେ ଚାକିରି କରାଇଦେବାକୁ କହି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା

କଟକ: ନାମୀ କାର୍ କମ୍ପାନିରେ ଚାକିରି। ମାସକୁ ୧୨ ଲକ୍ଷରୁ ଅଧିକ ଟଙ୍କାର ଦରମା। ଏଭଳି ଥିଲା ଏକ ଜବ ପୋର୍ଟାଲରେ ବିଜ୍ଞାପନ। ଆଉ ଏହି ବିଜ୍ଞାପନ ଦେଖି ଆବେଦନ କରି ଲକ୍ଷ ଲକ୍ଷ ଟଙ୍କା ହରାଇଛନ୍ତି କଟକର ଜଣେ ଜୈନେକ ବ୍ୟକ୍ତି। ଚାକିରି କରାଇଦେବା ନାଁରେ ସାଇବର ଠକ ତାଙ୍କ ଠାରୁ ଲୁଟିନେଇଛନ୍ତି ଲକ୍ଷାଧିକ ଟଙ୍କା। ଲୁଟର ଶିକାର ହୋଇଥିବା ଜାଣିବାରେ ପରେ ଏବେ ସେ ହୋଇଛନ୍ତି ସାଇବର ଥାନାର ଦ୍ବାରସ୍ଥ। 

ସୂଚନା ଅନୁସାରେ, କଟକ ଶ୍ରୀ ବିହାର କଲୋନୀ ଅଞ୍ଚଳର ବିଶ୍ଵଦୀପ ସେନ୍ ଗତ ଅଗଷ୍ଟ ମାସରେ ଗୋଟିଏ ପୋର୍ଟାଲରେ ଏକ ନିର୍ଦ୍ଧିଷ୍ଟ କାର୍ ନିର୍ମାତା କମ୍ପାନିରେ ଚାକିରି ବିଜ୍ଞାପନ ଦେଖିଥିଲେ। ଏଥିରେ ଚାକିରି ବାବଦକୁ ଏକ ଲକ୍ଷ ୨୦ ହଜାର ଦରମା କଥା ମଧ୍ୟ ଉଲ୍ଲେଖ କରାଯାଇଥିଲା। ଏହାକୁ ଦେଖି ବିଶ୍ୱଦୀପ କମ୍ପାନୀ ସହ ଯୋଗାଯୋଗ କରିଥିଲେ। ହେଲେ ସେ କ’ଣ ଜାଣିଥିଲେ ଏହା କୌଣସି କାର କମ୍ପାନିର ବିଜ୍ଞାପନ ନୁହେଁ, ବରଂ ସାଇବର ଠକଙ୍କ ଜାଲ।

ଆରମ୍ଭ ହୋଇଯାଇଥିଲା ସାଇବର ଠକଙ୍କ କାରନାମା। ପ୍ରଥମେ ଏମାନେ ବିଶ୍ବଦୀପଙ୍କ ଠାରୁ ମେଲ ଯୋଗେ ମୋବାଇଲ ନମ୍ବର ନେଇଥିଲେ। ଏହା ପରେ ଫୋନରେ ଦୁଇ ଥର ଇଣ୍ଟରଭ୍ୟୁ ନେଇଥିଲେ। ଏମିତିକି ସେମାନେ ବିଶ୍ବଦୀପଙ୍କୁ ଇଣ୍ଟରଭ୍ୟୁରେ ସିଲେକ୍ଟ ହୋଇଥିବା କଥା କହିବା ସହ ବିଭିନ୍ନ ଡକ୍ୟୁମେଣ୍ଟ ଦେବାକୁ କହିଥିଲେ। 


ଆଉ ଏହି ଠାରୁ ଆରମ୍ଭ ହୋଇଥିଲା ସାଇବର ଠକଙ୍କ ଅସଲ ଖେଳ। ଆଇପିଏ ସିକ୍ୟୁରିଟି ମନି ଏବଂ ଭିସା ବାବଦକୁ ଟଙ୍କା ମାଗିଥିଲେ ଠକ। ସେମାନଙ୍କ ଜାଲରେ ଫସି ବିଶ୍ବଦୀପ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ୧ ଲକ୍ଷ ୭୧ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ। ତେବେ ସେପ୍ଟେମ୍ବର ମାସରେ ଚାକିରି ଦେବା ପାଇଁ କହି ଆଉ ଧରାଛୁଆଁ ଦେଇନଥିଲେ ଠକ। ଦିନ ପରେ ଦିନ ଗଡ଼ାଇ ଚାଲିବା ପରେ ନଭେମ୍ବର ମାସରେ ଚାକିରି ଦେବା କହିଥିଲା ସାଇବର ଠକ।

ଏତିକିରେ ସରିନଥିଲା ସାଇବର ଲୁଟେରାଙ୍କ ଲୋଭ, ପୁଣି ଇନସ୍ୟୁରାନ୍ସ ନାଁରେ ଆଉ ୧ ଲକ୍ଷରୁ ଅଧିକ ଟଙ୍କା ମାଗିଥିଲେ ସାଇବର ଅପରାଧୀ। ହେଲେ ଟଙ୍କା ଦେବାରେ ଅସମର୍ଥ ପ୍ରକାଶ କରିଥିଲେ ବିଶ୍ବଦୀପ। ଶେଷରେ ବିଶ୍ବଦୀପ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। 

ତେବେ ଏନେଇ ସାଇବର ଥାନାରେ ଅଭିଯୋଗ କରିବା ସହ କ୍ରାଇମବ୍ରାଞ୍ଚ୍ ଅର୍ଥନୈତିକ ଅପରାଧ ଶାଖା ଓ କଟକ ଡିସିପିଙ୍କୁ ଭେଟି ଅଭିଯୋଗ କରିଛନ୍ତି। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି ବିଶ୍ୱଦୀପ ଓ ସମାଜସେବୀ।