ରେଳ ବଜେଟକୁ ନେଇ ବିଜେପି-ବିଜେଡି ତୁ ତୁ ମେଁ ମେଁ; ବଜେଟ ଓଡ଼ିଶାବାସୀଙ୍କୁ ହତାଶ କରିଥିବା କହିଛି ବିଜେଡି
କନକ ବ୍ୟୁରୋ : ରେଳବାଇରେ ଓଡ଼ିଶାକୁ ମିଳିଥିବା ଅନୁଦାନକୁ ନେଇ ବିଜେପିକୁ ବିଜେଡିର ଟାର୍ଗେଟ । ବଜେଟ ଓଡ଼ିଶାବାସୀଙ୍କୁ ହତାଶ କରିଥିବା କହିଛି ବିଜେଡି । ପ୍ରତି ବର୍ଷ ୧୦ହଜାର କୋଟି ଟଙ୍କା ରେଳ ବଜେଟକୁ ଦିଆଯାଉଥିବା ରେଳ ମନ୍ତ୍ରୀ କହୁଛନ୍ତି । ହେଲେ ଓଡ଼ିଶାରୁ କେନ୍ଦ୍ର କେତେ ନେଉଛି ବୋଲି ପାଲଟା ପ୍ରଶ୍ନ କରିଛି ଦଳ । ଓଡ଼ିଶା ରେକର୍ଡ ରାଜସ୍ୱ ଦେଉଥିବା ବେଳେ ପାଉଛି କମ । ଏଥର ମାତ୍ର ୧୩ ପ୍ରତିଶତ ଅଧିକ ବଜେଟ ମିଳିଛି । ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ଜାରି ରହିଛି । ୨୦ ଜଣ ସାଂସଦ, ୩ କେନ୍ଦ୍ରମନ୍ତ୍ରୀ ଥାଇ ଓଡ଼ିଶା ହତାଶ ବୋଲି କହି ଟାର୍ଗେଟ କରିଛି ବିଜେଡି । ଅଭିଯୋଗ ଉପରେ ଜବାବ ରଖିଛି ବିଜେପି । ବିରୋଧୀ ଦଳ ଓଡ଼ିଶାରେ ରେଳ ବିକାଶକୁ ସହି ପାରୁନାହାନ୍ତି । ୟୁପିଏ ସରକାରରେ ଓଡ଼ିଶାକୁ ବର୍ଷକୁ ହାରାହାରି ୮୩୮ କୋଟି ଟଙ୍କା ଆସୁଥିଲା । ମୋଦୀ ସରକାରରେ ଚଳିତ ବର୍ଷ ୧୦ହଜାର କୋଟିରୁ ଅଧିକ ଟଙ୍କାର ଅନୁଦାନ ମିଳିଛି । ବିରୋଧୀ ଦଳ କେବଳ ରାଜନୀତି ରୁଟି ସେକିବା ପାଇଁ ବୟାନବାଜି କରୁଥିବା କହିଛି ବିଜେପି । ରେଳବଜେଟରେ ଓଡିଶାକୁ ମିଳିଲା କେତେ ? ଏ ନେଇ ଚାଲିଥିବା ସବୁ ଆଲୋଚନାର ଅନ୍ତ ଘଟିଛି । ଦିଲ୍ଲୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟ ଚିତ୍ର ଦେଇଛନ୍ତି । ରେଳମନ୍ତ୍ରୀ କହିଛନ୍ତି, ୧୦ ବର୍ଷରେ ରାଜ୍ୟରେ ତିଆରି ହୋଇଛି ୨୦୪୬ କିମିର ନୂଆ ରେଳ ଲାଇନ । ଯାହା ମାଲେସିଆର ରେଳଲ

କନକ ବ୍ୟୁରୋ : ରେଳବାଇରେ ଓଡ଼ିଶାକୁ ମିଳିଥିବା ଅନୁଦାନକୁ ନେଇ ବିଜେପିକୁ ବିଜେଡିର ଟାର୍ଗେଟ । ବଜେଟ ଓଡ଼ିଶାବାସୀଙ୍କୁ ହତାଶ କରିଥିବା କହିଛି ବିଜେଡି । ପ୍ରତି ବର୍ଷ ୧୦ହଜାର କୋଟି ଟଙ୍କା ରେଳ ବଜେଟକୁ ଦିଆଯାଉଥିବା ରେଳ ମନ୍ତ୍ରୀ କହୁଛନ୍ତି । ହେଲେ ଓଡ଼ିଶାରୁ କେନ୍ଦ୍ର କେତେ ନେଉଛି ବୋଲି ପାଲଟା ପ୍ରଶ୍ନ କରିଛି ଦଳ । ଓଡ଼ିଶା ରେକର୍ଡ ରାଜସ୍ୱ ଦେଉଥିବା ବେଳେ ପାଉଛି କମ । ଏଥର ମାତ୍ର ୧୩ ପ୍ରତିଶତ ଅଧିକ ବଜେଟ ମିଳିଛି । ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ଜାରି ରହିଛି । ୨୦ ଜଣ ସାଂସଦ, ୩ କେନ୍ଦ୍ରମନ୍ତ୍ରୀ ଥାଇ ଓଡ଼ିଶା ହତାଶ ବୋଲି କହି ଟାର୍ଗେଟ କରିଛି ବିଜେଡି ।
ଅଭିଯୋଗ ଉପରେ ଜବାବ ରଖିଛି ବିଜେପି । ବିରୋଧୀ ଦଳ ଓଡ଼ିଶାରେ ରେଳ ବିକାଶକୁ ସହି ପାରୁନାହାନ୍ତି । ୟୁପିଏ ସରକାରରେ ଓଡ଼ିଶାକୁ ବର୍ଷକୁ ହାରାହାରି ୮୩୮ କୋଟି ଟଙ୍କା ଆସୁଥିଲା । ମୋଦୀ ସରକାରରେ ଚଳିତ ବର୍ଷ ୧୦ହଜାର କୋଟିରୁ ଅଧିକ ଟଙ୍କାର ଅନୁଦାନ ମିଳିଛି । ବିରୋଧୀ ଦଳ କେବଳ ରାଜନୀତି ରୁଟି ସେକିବା ପାଇଁ ବୟାନବାଜି କରୁଥିବା କହିଛି ବିଜେପି ।
ରେଳବଜେଟରେ ଓଡିଶାକୁ ମିଳିଲା କେତେ ? ଏ ନେଇ ଚାଲିଥିବା ସବୁ ଆଲୋଚନାର ଅନ୍ତ ଘଟିଛି । ଦିଲ୍ଲୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟ ଚିତ୍ର ଦେଇଛନ୍ତି । ରେଳମନ୍ତ୍ରୀ କହିଛନ୍ତି, ୧୦ ବର୍ଷରେ ରାଜ୍ୟରେ ତିଆରି ହୋଇଛି ୨୦୪୬ କିମିର ନୂଆ ରେଳ ଲାଇନ । ଯାହା ମାଲେସିଆର ରେଳଲାଇନଠାରୁ ଅଧିକ । ଓଡିଶାରେ ଏବେ ୬ଟି ବନ୍ଦେ ଭାରତ ଚାଲୁଛି । ଆଗକୁ ଆହରି ଅଧିକ ଟ୍ରେନ ଗଡ଼ିବ । ୭୮ ହଜାର କୋଟିର ପ୍ରକଳ୍ପ କାମ ଚାଲିଛି । କୋଲକାତା-ଚେନ୍ନାଇ ୪ ଲେନ୍ କାମ ଶୀଘ୍ର ସରିବ । କୋଲକାତା-ଭଦ୍ରକ କାମ ଜୋରସୋରରେ ଚାଲିଛି । ୫୯ ରେଳଷ୍ଟେସନର ନବୀକରଣ ହେଉଛି । ୧୮୮୮ ରେଳଲାଇନରେ କବଚ କାମ ଚାଲିଛି । ୬ ମାସ ମଧ୍ୟରେ ସରିବ କାମ ।