ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଖୁବଶୀଘ୍ର ପୁରୀରୁ ଅଯୋଧ୍ୟାକୁ ଗଡିବ ସ୍ବତନ୍ତ୍ର ଟ୍ରେନ
ଭୁବନେଶ୍ୱର(କେନ୍ୟୁଜ୍): ଖୁବଶୀଘ୍ର ପୁରୀରୁ ଅଯୋଧ୍ୟାକୁ ଗଡିବ ଟ୍ରେନ। ଅଯୋଧ୍ୟାକୁ ଟ୍ରେନ ସେବା ନେଇ ପୁରୀରେ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଶରଧାବାଲି ଠାରେ ସିଦ୍ଧ ମହାବୀର ରେଳ ଓଭରବ୍ରିଜର ଶିଳାନ୍ୟାସ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି। ସିଦ୍ଧ ମହାବୀର ରେଳ ଓଭର୍ ବ୍ରିଜ ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲା। ୩୧୬ ନମ୍ବର ଜାତୀୟ ରାଜପଥରେ ଥିବା ସିଦ୍ଧ ମହାବୀର ରେଳ ଓଭର୍ ବ୍ରିଜ ପାଇଁ ୧୩୭.୬୧ କୋଟି ଟଙ୍କା ଖର୍ଚ୍ଚ ହେବ। ଆସନ୍ତା […] The post ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଖୁବଶୀଘ୍ର ପୁରୀରୁ ଅଯୋଧ୍ୟାକୁ ଗଡିବ ସ୍ବତନ୍ତ୍ର ଟ୍ରେନ appeared first on KNews Odisha.

ଭୁବନେଶ୍ୱର(କେନ୍ୟୁଜ୍): ଖୁବଶୀଘ୍ର ପୁରୀରୁ ଅଯୋଧ୍ୟାକୁ ଗଡିବ ଟ୍ରେନ। ଅଯୋଧ୍ୟାକୁ ଟ୍ରେନ ସେବା ନେଇ ପୁରୀରେ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଶରଧାବାଲି ଠାରେ ସିଦ୍ଧ ମହାବୀର ରେଳ ଓଭରବ୍ରିଜର ଶିଳାନ୍ୟାସ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି। ସିଦ୍ଧ ମହାବୀର ରେଳ ଓଭର୍ ବ୍ରିଜ ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲା। ୩୧୬ ନମ୍ବର ଜାତୀୟ ରାଜପଥରେ ଥିବା ସିଦ୍ଧ ମହାବୀର ରେଳ ଓଭର୍ ବ୍ରିଜ ପାଇଁ ୧୩୭.୬୧ କୋଟି ଟଙ୍କା ଖର୍ଚ୍ଚ ହେବ। ଆସନ୍ତା ଜୁଲାଇ- ଅଗଷ୍ଟ ମାସରେ ଅଯୋଧ୍ୟା-ପୁରୀ ଟ୍ରେନ ଚଳାଚଳର ଶୁଭାରମ୍ଭ ହେବ। ପୁରୀ- କୋଣାର୍କ ମଧ୍ୟରେ ବି ଟ୍ରେନ ଚଳାଚଳ କରିବ। ଖୁବ ଶୀଘ୍ର ଏହାକୁ ମଞ୍ଜୁରୀ ମିଳିବ ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନସିଂରେ ଯୋଗ ଦେଇଥିଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡକରୀ। ସାତପଡ଼ାରୁ ଜହ୍ନିକୂଦା ପର୍ଯ୍ୟନ୍ତ ଉପକୂଳ ରାଜପଥ ନେଇ ଘୋଷଣା କରିଛନ୍ତି ଗଡ଼କରୀ। ଦୀର୍ଘ ଦିନ ଧରି ସାତପଡ଼ା – ଜହ୍ନିକୁଦା ସଂଯୋଗ ପାଇଁ ଦାବୀ ହୋଇ ଆସୁଥିଲା। ଆଜି ସାରା ଦେଶରେ ୬୬୦୦ କୋଟି ବ୍ୟୟରେ ୨୮ଟି ଜାତୀୟ ରାଜପଥ ପାଇଁ ଭୂମିପୂଜା ଓ ଲୋକାର୍ପଣ ହୋଇଛି। ୬୨୫୩ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱର ରିଂ ରୋଡ ନିର୍ମାଣ ହେବ। ମୋଟ ୧୧୧ କି.ମି ରିଂ ରୋଡ ନିର୍ମାଣ ହେବ।
The post ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଖୁବଶୀଘ୍ର ପୁରୀରୁ ଅଯୋଧ୍ୟାକୁ ଗଡିବ ସ୍ବତନ୍ତ୍ର ଟ୍ରେନ appeared first on KNews Odisha.