ରେଳର ହେବନି ଘରୋଇକରଣ, ବିରୋଧୀଙ୍କୁ ଅଶ୍ୱିନୀ ବୈଷ୍ଣବଙ୍କ କଡ଼ା ଜବାବ, ଲୋକସଭାରେ ରେଳ ସଂଶୋଧନ ବିଧେୟକ ପାରିତ

ନୂଆଦିଲ୍ଲୀ: ଅନେକ ଦିନର ହଙ୍ଗାମା ପରେ ଲୋକସଭାରେ ବୁଧବାର ରେଳ (ସଂଶୋଧନ) ବିଧେୟକ ୨୦୨୪ ପାରିତ ହୋଇଛି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଅନେକ ସାଂସଦ ରେଲୱେର ଘରୋଇକରଣ ହେଉଥିବା ଭ୍ରାନ୍ତି ସୃଷ୍ଟି କରିବା ପାଇଁ ଉଦ୍ୟମ କରିଛନ୍ତି । କିନ୍ତୁ ଏହି ବିଧେୟକ ଦ୍ୱାରା ରେଲୱେର ଘରୋଇକରଣ ଏବଂ କେନ୍ଦ୍ରୀକରଣ ହେବାର କୌଣସି ପ୍ରଶ୍ନ ଉଠୁ ନାହିଁ ବୋଲି ରେଳମନ୍ତ୍ରୀ ଗୃହକୁ ଭରସା ଦେଇଛନ୍ତି ।ରେଳ ମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ ଆପଣମାନଙ୍କ ସମ୍ୱିଧାନକୁ ନେଇ ମିଛ ପ୍ରଚାର ଫେଲ୍ ହୋଇଛି । ଏବେ ରେଲୱେର ଘରୋଇକରଣ ନେଇ ମିଛ ପ୍ରଚାର ପାଇଁ ଦୟାକରି ଉଦ୍ୟମ କରିବେ ନାହିଁ । ଏହା ଉପରେ ବିରୋଧୀ କିଛି ସମୟ ହଙ୍ଗାମା କରିଥିଲେ । ଏସବୁ ଭିତରେ ରେଳ ମନ୍ତ୍ରୀ ନୂଆ ବିଧେୟକ ଏବଂ ସାଂସଦଙ୍କ ଦ୍ୱାରା କରାଯାଇଥିବା ପ୍ରଶ୍ନର ଜବାବ ଦେଇ ଚାଲିଥିଲେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶରେ ପ୍ରତିରକ୍ଷା ଏବଂ ରେଲୱେକୁ ରାଜନୀତିଠାରୁ ଦୂରରେ ରଖି ଆଗକୁ ବଢିବାର ଆବଶ୍ୟକତା ରହିଛି । ନୂଆ ବିଧେୟକ ପ୍ରକ୍ରିୟା ସରଳୀକରଣର କାମ କରିବ ବୋଲି ମନ୍ତ୍ରୀ କହିଛନ୍ତି ।ରେଲୱେ ବୋର୍ଡ ଆଇନ ୧୯୦୫ ମସିହାରେ ଆସିଥିଲା ଏବଂ ୧୯୮୯ରେ ରେଲୱେ ଅଧିନିୟମ ଆସିଥିଲା । ଦୁଇ ଅଲଗା-ଅଲଗା ଆଇନ ପରିବର୍ତ୍ତେ ଗୋଟିଏ ଆଇନ ହେବା ଭଲ ହୋଇଥାଏ । ଆଇନଗତ ପ୍ରକ୍ରିୟାକୁ ସରଳ କରିବା ଉଦ୍ଦେଶ୍ୟରେ ଏହି ନୂଆ ରେଳ (ସଂଶୋଧନ) ବିଧେୟକ ୨୦୨୪ ଅଣାଯା

ରେଳର ହେବନି ଘରୋଇକରଣ, ବିରୋଧୀଙ୍କୁ ଅଶ୍ୱିନୀ ବୈଷ୍ଣବଙ୍କ କଡ଼ା ଜବାବ, ଲୋକସଭାରେ ରେଳ ସଂଶୋଧନ ବିଧେୟକ ପାରିତ

ନୂଆଦିଲ୍ଲୀ: ଅନେକ ଦିନର ହଙ୍ଗାମା ପରେ ଲୋକସଭାରେ ବୁଧବାର ରେଳ (ସଂଶୋଧନ) ବିଧେୟକ ୨୦୨୪ ପାରିତ ହୋଇଛି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଅନେକ ସାଂସଦ ରେଲୱେର ଘରୋଇକରଣ ହେଉଥିବା ଭ୍ରାନ୍ତି ସୃଷ୍ଟି କରିବା ପାଇଁ ଉଦ୍ୟମ କରିଛନ୍ତି । କିନ୍ତୁ ଏହି ବିଧେୟକ ଦ୍ୱାରା ରେଲୱେର ଘରୋଇକରଣ ଏବଂ କେନ୍ଦ୍ରୀକରଣ ହେବାର କୌଣସି ପ୍ରଶ୍ନ ଉଠୁ ନାହିଁ ବୋଲି ରେଳମନ୍ତ୍ରୀ ଗୃହକୁ ଭରସା ଦେଇଛନ୍ତି ।

ରେଳ ମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ ଆପଣମାନଙ୍କ ସମ୍ୱିଧାନକୁ ନେଇ ମିଛ ପ୍ରଚାର ଫେଲ୍ ହୋଇଛି । ଏବେ ରେଲୱେର ଘରୋଇକରଣ ନେଇ ମିଛ ପ୍ରଚାର ପାଇଁ ଦୟାକରି ଉଦ୍ୟମ କରିବେ ନାହିଁ । ଏହା ଉପରେ ବିରୋଧୀ କିଛି ସମୟ ହଙ୍ଗାମା କରିଥିଲେ । ଏସବୁ ଭିତରେ ରେଳ ମନ୍ତ୍ରୀ ନୂଆ ବିଧେୟକ ଏବଂ ସାଂସଦଙ୍କ ଦ୍ୱାରା କରାଯାଇଥିବା ପ୍ରଶ୍ନର ଜବାବ ଦେଇ ଚାଲିଥିଲେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶରେ ପ୍ରତିରକ୍ଷା ଏବଂ ରେଲୱେକୁ ରାଜନୀତିଠାରୁ ଦୂରରେ ରଖି ଆଗକୁ ବଢିବାର ଆବଶ୍ୟକତା ରହିଛି । ନୂଆ ବିଧେୟକ ପ୍ରକ୍ରିୟା ସରଳୀକରଣର କାମ କରିବ ବୋଲି ମନ୍ତ୍ରୀ କହିଛନ୍ତି ।

ରେଲୱେ ବୋର୍ଡ ଆଇନ ୧୯୦୫ ମସିହାରେ ଆସିଥିଲା ଏବଂ ୧୯୮୯ରେ ରେଲୱେ ଅଧିନିୟମ ଆସିଥିଲା । ଦୁଇ ଅଲଗା-ଅଲଗା ଆଇନ ପରିବର୍ତ୍ତେ ଗୋଟିଏ ଆଇନ ହେବା ଭଲ ହୋଇଥାଏ । ଆଇନଗତ ପ୍ରକ୍ରିୟାକୁ ସରଳ କରିବା ଉଦ୍ଦେଶ୍ୟରେ ଏହି ନୂଆ ରେଳ (ସଂଶୋଧନ) ବିଧେୟକ ୨୦୨୪ ଅଣାଯାଇଛି । ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକାଳରେ ରେଲୱେର ବ୍ୟାପକ ସ୍ତରରେ ବିକେନ୍ଦ୍ରୀକରଣ ହୋଇଛି ।

ଆଗ ଜିଏମ୍ ପାଖରେ ଅତି କମ ଅଧିକାର ରହୁଥିଲା, ଆଜି କିନ୍ତୁ କୌଣସି ବି ପ୍ରୋଜେକ୍ଟ ପାଇଁ ଟେଣ୍ଡର ପ୍ରୋସେସ୍ କରିବାର ଅଧିକାର ଜିଏମଙ୍କ ପାଖରେ ରହିଛି । ଡିଆରଏମ୍ ଏବଂ ଅନ୍ୟ ଅଧିକାରୀଙ୍କ କ୍ଷମତା ମଧ୍ୟ ବଢାଯାଇଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହି ବିଲ୍ ଦ୍ୱାରା ପାର୍ଲାମେଣ୍ଟର ଭୂମିକା ହ୍ରାସ ହେବ ନାହିଁ । ସଂସଦର ଅଧିକାର ପୂର୍ବ ପରି ଅପରିବର୍ତ୍ତିତ ରହିବ । ବିଲ୍ ଉପରେ ଚର୍ଚ୍ଚା ବେଳେ ୭୨ ଜଣ ସାଂସଦ ଭାଗ ନେଇଥିଲେ । ବିଧେୟକ ଉପରେ ଡିସେମ୍ୱର ୪ରେ ଗୃହରେ ହୋଇଥିବା ଚର୍ଚ୍ଚାରେ ଭାଗ ନେଇ ସରକାର ରେଲୱେର ଘରୋଇକରଣ କରୁଥିବା ଅନେକ ବିରୋଧୀ ସାଂସଦ ଅଭିଯୋଗ କରିଥିଲେ ।