ରୋଗୀଙ୍କ କଷ୍ଟକୁ ଲାଘବ କରେ ଡାକ୍ତରଙ୍କ ମଧୁର ବ୍ୟବହାର
ଭଞ୍ଜନଗର,୧।୭(ବାବୁଲା ପ୍ରଧାନ):ଜାତୀୟ ଡକ୍ଟରସ ଦିବସ ମଙ୍ଗଳବାର ସମଗ୍ର ଦେଶର ବିଭିନ୍ନ ସ୍ଥାନରେ ପାଳିତ ହେଉଛି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ ମଧ୍ୟ ଏହି ଦିବସ ପାଳିତ ହେଉଛି। ଭଞ୍ଜନଗର ରୋଟାରୀ କ୍ଲବ ମଧ୍ୟ ଆଜିର ଦିବସରେ ବିଭିନ୍ନ ସାମାଜିକ ସେବା କାର୍ଯ୍ୟକ୍ରମ ହାତକୁ ନେଇଛି। ସକାଳୁ ସାଇ ମନ୍ଦିରରେ ପ୍ରଥମେ ସେବା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାପରେ ସ୍ଥାନୀୟ ବ୍ଲଡ଼ ବ୍ୟାଙ୍କ ପରିସରରେ ରୋଟାରୀ କ୍ଲବ ପକ୍ଷରୁ ମେଗା ରକ୍ତଦାନ ଶିବିର ହୋଇଥିଲା। ଏଥିରେ […] The post ରୋଗୀଙ୍କ କଷ୍ଟକୁ ଲାଘବ କରେ ଡାକ୍ତରଙ୍କ ମଧୁର ବ୍ୟବହାର appeared first on Dharitri Odia News.
ଭଞ୍ଜନଗର,୧।୭(ବାବୁଲା ପ୍ରଧାନ):ଜାତୀୟ ଡକ୍ଟରସ ଦିବସ ମଙ୍ଗଳବାର ସମଗ୍ର ଦେଶର ବିଭିନ୍ନ ସ୍ଥାନରେ ପାଳିତ ହେଉଛି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ ମଧ୍ୟ ଏହି ଦିବସ ପାଳିତ ହେଉଛି। ଭଞ୍ଜନଗର ରୋଟାରୀ କ୍ଲବ ମଧ୍ୟ ଆଜିର ଦିବସରେ ବିଭିନ୍ନ ସାମାଜିକ ସେବା କାର୍ଯ୍ୟକ୍ରମ ହାତକୁ ନେଇଛି। ସକାଳୁ ସାଇ ମନ୍ଦିରରେ ପ୍ରଥମେ ସେବା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାପରେ ସ୍ଥାନୀୟ ବ୍ଲଡ଼ ବ୍ୟାଙ୍କ ପରିସରରେ ରୋଟାରୀ କ୍ଲବ ପକ୍ଷରୁ ମେଗା ରକ୍ତଦାନ ଶିବିର ହୋଇଥିଲା। ଏଥିରେ ରୋଟାରୀ କ୍ଲବ ସଭାପତି ରଞ୍ଜିତ କୁମାର ବାରିକ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ଗୁପ୍ତେଶ୍ୱର ସୁବୁଦ୍ଧି ବିବରଣୀ ପ୍ରଦାନ କରିବା ସହ ଆଜିର ଦିବସ ସମ୍ପର୍କରେ କହିଥିଲେ। ଡାକ୍ତରମାନେ ହେଉଛନ୍ତି ଜଣେ ଜଣେ ମହାନ ବ୍ୟକ୍ତି। ଡାକ୍ତରଙ୍କ ବ୍ୟବହାର ରୋଗୀଙ୍କ କଷ୍ଟକୁ ଲାଘବ କରିଥାଏ ବୋଲି ସୁବୁଦ୍ଧି କହିଥିଲେ। ମେଡିକାଲ ଅଧୀକ୍ଷକ ଡାକ୍ତର ସିତାଂଶୁ ଶେଖର ଶତପଥୀ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ, ପ୍ରଦ୍ୟୁମ୍ନ କୁମାର ମଳିକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଅପରାହ୍ନରେ ଡାକ୍ତର ମାନକ ସମ୍ବର୍ଦ୍ଧନା ଉତ୍ସବ ହେବ।
The post ରୋଗୀଙ୍କ କଷ୍ଟକୁ ଲାଘବ କରେ ଡାକ୍ତରଙ୍କ ମଧୁର ବ୍ୟବହାର appeared first on Dharitri Odia News.