କୋଲକାତା କାଣ୍ଡ: କୋର୍ଟରୁ ଫେରିବା ସମୟରେ ସନ୍ଦୀପ ଘୋଷଙ୍କୁ ଚାପୁଡା ମାରିଲେ ବ୍ୟକ୍ତି, ଭାଇରାଲ ହେଉଛି…
କୋଲକାତା,୪।୯: କୋଲକାତା ଆର୍.ଜି କର କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଉପରେ ଆକ୍ରମଣ ହୋଇଛି। କୋର୍ଟରୁ ବାହାରକୁ ଆସିବା ସମୟରେ ଏକ ବ୍ୟକ୍ତି ତାଙ୍କ ମୁଣ୍ଡକୁ ଚାପୁଡା ମାରିଛନ୍ତି। ସେ ସିଆରଏଫ୍ ଏବଂ କୋଲକାତା ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ଥିଲେ ମଧ୍ୟ ବ୍ୟକ୍ତି ଜଣଙ୍କ ତାଙ୍କୁ ଚାପୁଡା ମାରିଛନ୍ତି। ଏଥିସହ ତାଙ୍କୁ ଦେଖିବା ମାତ୍ରେ ଲୋକମାନେ ଦୁର୍ବବ୍ୟହାର କରିବା ସହ ଏପରିକି ତାଙ୍କୁ ଫାଶୀ ଦେବାକୁ ନାରା ଲଗାଇଥିଲେ। ମିଳିଥିବା ସୂଚନାନୁଯାୟୀ,ମଙ୍ଗଳବାର […] The post କୋଲକାତା କାଣ୍ଡ: କୋର୍ଟରୁ ଫେରିବା ସମୟରେ ସନ୍ଦୀପ ଘୋଷଙ୍କୁ ଚାପୁଡା ମାରିଲେ ବ୍ୟକ୍ତି, ଭାଇରାଲ ହେଉଛି… appeared first on Dharitri Odia News.
କୋଲକାତା,୪।୯: କୋଲକାତା ଆର୍.ଜି କର କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଉପରେ ଆକ୍ରମଣ ହୋଇଛି। କୋର୍ଟରୁ ବାହାରକୁ ଆସିବା ସମୟରେ ଏକ ବ୍ୟକ୍ତି ତାଙ୍କ ମୁଣ୍ଡକୁ ଚାପୁଡା ମାରିଛନ୍ତି। ସେ ସିଆରଏଫ୍ ଏବଂ କୋଲକାତା ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ଥିଲେ ମଧ୍ୟ ବ୍ୟକ୍ତି ଜଣଙ୍କ ତାଙ୍କୁ ଚାପୁଡା ମାରିଛନ୍ତି। ଏଥିସହ ତାଙ୍କୁ ଦେଖିବା ମାତ୍ରେ ଲୋକମାନେ ଦୁର୍ବବ୍ୟହାର କରିବା ସହ ଏପରିକି ତାଙ୍କୁ ଫାଶୀ ଦେବାକୁ ନାରା ଲଗାଇଥିଲେ।
ମିଳିଥିବା ସୂଚନାନୁଯାୟୀ,ମଙ୍ଗଳବାର ସିବିଆଇର ଟିମ ସନ୍ଦୀପ ଘୋଷଙ୍କୁ ନେଇ ଅଲିପୁର କୋର୍ଟରେ ପହଞ୍ଚିଥିଲା। ସେହି ସମୟରେ ବହୁ ସଂଖ୍ୟକ ଲୋକଙ୍କର ଭିଡ ରହିଥିଲା। କୋର୍ଟରୁ ଫେରିବା ସମୟରେ ତାଙ୍କ ଚାରିପାଖରେ ବିରୋଧ ଆରମ୍ଭ ହୋଇଯାଇଥିଲା। ସେହି ସମୟରେ ଜଣେ ବ୍ୟକ୍ତି ତାଙ୍କୁ ଚାପୁଡା ମାରିଥିଲେ ।ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ଆର୍.ଜି. କର ମେଡିକାଲ କଲେଜ ଆର୍ଥତ୍କ ଅନିୟମିତତା ମାମଲାରେ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ସିବିଆଇ ଗିରଫ କରିବାର ଦିନକ ପରେ ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ବିଭାଗ ତାଙ୍କୁ ନିଲମ୍ବନ କରିଛି। ତାଙ୍କ ବିରୋଧରେ ଆପରାଧିକ ତଦନ୍ତ ଚାଲିଥିବାରୁ ପଶ୍ଚିମବଙ୍ଗ ସର୍ଭିସେସ (କ୍ଲାସିଫିକେଶନ, କଣ୍ଟ୍ରୋଲ ଆଣ୍ଡ ଅପିଲ) ରୁଲ୍ସ, ୧୯୭୧ର ରୁଲ ୯(୧ସି) ଅନୁଯାୟୀ ତାଙ୍କୁ ନିଲମ୍ବନ କରାଯାଇଛି। ସୂଚନାଯୋଗ୍ୟ, ଗତ ମାସ ୯ ତାରିଖରେ ଉକ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ପରେ ସନ୍ଦୀପ୍ଙ୍କୁ ପ୍ରିନ୍ସିପାଲ ପଦରୁ ହଟାଯାଇ ତାଙ୍କୁ କାଲ୍କାଟା ନ୍ୟାଶନାଲ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରିନ୍ସପାଲ ନିଯୁକ୍ତ କରାଯାଇଥିଲା। ଏହାକୁ ନେଇ ବିବାଦ ଜୋର୍ଦାର ହେବାରୁ ତାଙ୍କୁ ଅର୍ନିଦ୍ଦିଷ୍ଟ କାଳ ଛୁଟିରେ ରହିବାକୁ କୁହାଯାଇଥିଲା। ଅନିୟମିତତା ମାମଲାରେ ଗିରଫ ସନ୍ଦୀପଙ୍କୁ ୮ ଦିନ ପାଇଁ ସିବିଆଇ ହାଜତକୁ ପଠାଇ ଦିଆଯାଇଛି।
The post କୋଲକାତା କାଣ୍ଡ: କୋର୍ଟରୁ ଫେରିବା ସମୟରେ ସନ୍ଦୀପ ଘୋଷଙ୍କୁ ଚାପୁଡା ମାରିଲେ ବ୍ୟକ୍ତି, ଭାଇରାଲ ହେଉଛି… appeared first on Dharitri Odia News.