ରୋଗୀଙ୍କ ମୃତ୍ୟୁ ପରେ ଡାକ୍ତରଙ୍କୁ ମାଡ଼
ସମ୍ବଲପୁର,୩୧।୫(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଶାସନ ଥାନା ଅଧୀନ କମଲପଡ଼ାଛକରେ ଥିବା ଏକ ଘରୋଇ କ୍ଲିନିକରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ ଘଟିଛି। ଭୁଲ ଚିକିତ୍ସା ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ କ୍ଲିନିକରେ ଭଙ୍ଗାରୁଜା କରିବା ସହ ଏକ ବାଇକ୍କୁ ମଧ୍ୟ ପୋଡ଼ି ଦେଇଥିଲେ। କ୍ଲିନିକ ମାଲିକ ତଥା ଡାକ୍ତର ଅଶୋକ କୁମାର ନନ୍ଦଙ୍କୁ ମାଡପିଟ କରି ପୋଲିସରେ ଜିମା ଦେଇଥିଲେ। ଲୋକଙ୍କ ମାଡ଼ରେ ଗୁରୁତର ଡାକ୍ତରଙ୍କୁ […] The post ରୋଗୀଙ୍କ ମୃତ୍ୟୁ ପରେ ଡାକ୍ତରଙ୍କୁ ମାଡ଼ appeared first on Dharitri Odia News.
ସମ୍ବଲପୁର,୩୧।୫(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଶାସନ ଥାନା ଅଧୀନ କମଲପଡ଼ାଛକରେ ଥିବା ଏକ ଘରୋଇ କ୍ଲିନିକରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ ଘଟିଛି। ଭୁଲ ଚିକିତ୍ସା ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ କ୍ଲିନିକରେ ଭଙ୍ଗାରୁଜା କରିବା ସହ ଏକ ବାଇକ୍କୁ ମଧ୍ୟ ପୋଡ଼ି ଦେଇଥିଲେ। କ୍ଲିନିକ ମାଲିକ ତଥା ଡାକ୍ତର ଅଶୋକ କୁମାର ନନ୍ଦଙ୍କୁ ମାଡପିଟ କରି ପୋଲିସରେ ଜିମା ଦେଇଥିଲେ। ଲୋକଙ୍କ ମାଡ଼ରେ ଗୁରୁତର ଡାକ୍ତରଙ୍କୁ ପୋଲିସ ବୁର୍ଲାକୁ ଚିକିତ୍ସା ପାଇଁ ପଠାଇଥିଲା। ଉତ୍ତେଜନା ଲାଗି ରହିବାରୁ କ୍ଲିକନରେ ପୋଲିସ ମୁତୟନ କରାଯାଇଛି।
ଶାସନଥାନା ଅନ୍ତର୍ଗତ ପିପଲପଡ଼ା ଗ୍ରାମର ମାଖନୁ ମୁଣ୍ଡା(୨୦)ଙ୍କୁ ଜ୍ୱର ହେବାରୁ ଚିକିତ୍ସା ପାଇଁ ସେ ଡାକ୍ତର ଅଶୋକ ନନ୍ଦଙ୍କ କ୍ଲିନିକକୁ ଆସିଥିଲେ। ଡାକ୍ତର ତାଙ୍କୁ ଏକ ଇଞ୍ଜେକ୍ସନ ଦେବା ପରେ ତାଙ୍କର ଅବସ୍ଥା ଆହୁରି ଗୁରୁତର ହୋଇଯାଇଥିଲା। କିଛି ସମୟରେ ଚିକିତ୍ସାଧିନ ଅବସ୍ଥାରେ ହିଁ ମାଖନୁଙ୍କ ମୃତ୍ୟୁ ଘଟିଥିଲା।
ଫଳରେ ଡାକ୍ତରଙ୍କ ଭୁଲ ଚିକିତ୍ସା ପାଇଁ ମାଖନୁଙ୍କ ମୃତ୍ୟୁ ହୋଇଥିବା ପ୍ରଚାର ହେବା ପରେ ପଡାବାସୀ ଉକ୍ତ କ୍ଲିନିକରେ ପହଞ୍ଚି ଥିଲେ। ଡାକ୍ତରଙ୍କୁ ମାଡ଼ମାରି ଥାନାରେ ଜିମା ଦେବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଥିଲେ। ଥାନା ସମ୍ମୁଖରେ ପାଟିତୁଣ୍ଡ କରିବା ଯୋଗୁ ଥାନା ପରିସରରେ ଉତ୍ତେଜନା ଜାରି ରହିଥିଲା। ଶୁକ୍ରବାର ମାଖନୁଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଥିବା ସଦର ଏସ୍ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି।
ତେବେ ଲୋକଙ୍କ ମାଡରେ ଗୁରୁତର ହୋଇଥିବା ଡାକ୍ତର ଅଶୋକ ନନ୍ଦ କିନ୍ତୁ କାହାରି ବିରୋଧରେ ଏଫ୍ଆଇଆର୍ ଦେବାକୁ ମନା କରିଥିବା ଏସ୍ଡିପିଓ ବାଗ କହିଛନ୍ତି। ତେଣୁ ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ। ତେବେ ମାଖନୁଙ୍କ ମୃତ୍ୟୁର କାରଣ ଭୁଲ ଚିକିତ୍ସା ନାଁ ଅନ୍ୟ କିଛି ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣା ପଡ଼ିବ। ଆଗକୁ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍ଡିପିଓ ବାଗ୍ ସୂଚନା ଦେଇଛନ୍ତି।
The post ରୋଗୀଙ୍କ ମୃତ୍ୟୁ ପରେ ଡାକ୍ତରଙ୍କୁ ମାଡ଼ appeared first on Dharitri Odia News.