ରୋଗୀଙ୍କୁ ଦିଆଯାଉଛି ଏକ୍ସପାରି ଔଷଧ, ମେଡିକାଲ୍ ପରିସରରେ ଉତ୍ତେଜନା
ଆଠମଲ୍ଲିକ : ରୋଗୀଙ୍କୁ ଏକ୍ସପାଏରୀ ଔଷଧ ଦିଆଯାଉଛି। ଆଉ ଏ କଥାକୁ ସ୍ୱୀକାର କରିଛନ୍ତି ମେଡ଼ିକାଲ୍ କର୍ତ୍ତୃପକ୍ଷ। ଅନୁଗୁଳ ଜିଲ୍ଲା ହଣ୍ଡପା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଦେଖିବାକୁ ମିଳିଛି ଏମିତି ଏକ ଘଟଣା। ଯାହାକୁ ନେଇ ପ୍ରାୟ ଦୁଇ ଘଣ୍ଟା ଧରି ମେଡିକାଲ ପରିସରରେ ସୃଷ୍ଟି ହୋଇଥିଲା ଉତ୍ତେଜନା ପରିସ୍ଥିତି। ପୂରା ଘଟଣା ନିହାତି ଭାବେ ଆଶ୍ଚର୍ଯ୍ୟଜନକ। ହଣ୍ଡପା ଗାଁର ଗୁଲଜାର ଖାଁ ନାମକ ଜଣେ ବ୍ୟକ୍ତିଙ୍କ ହାତ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଏଥିପାଇଁ ସେ ହଣ୍ଡପା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ । ସେଠାରେ ଡ୍ରେସର ତାଙ୍କ କ୍ଷତ ଜାଗାକୁ ଡ୍ରେସିଂ କରିଥିଲେ । ତେବେ ଡ୍ରେସିଂ ବେଳେ ସେ ଯେଉଁ ଔଷଧ ଲଗାଉଥିଲେ ସେହି ଔଷଧ ଉପରେ ଗୁଲଜାରଙ୍କ ନଜର ପଡିଥିଲା । ଯାହାର ଏକ୍ସପାରି ଦେଢ଼ ବର୍ଷ ହେଲା ପଳାଇଥିବା ଗୁଲଜାର ଦେଖିବାକୁ ପାଇଥିଲେ । ଏଭଳି ଔଷଧ କାହିଁକି ଦିଆଯାଉଛି ବୋଲି ଡାକ୍ତରଖାନାର ଫାର୍ମାସିଷ୍ଟଙ୍କୁ ମଧ୍ୟ ପଚାରିଥିଲେ । ଫାର୍ମାସିଷ୍ଟ ସନ୍ତୋଷଜନକ ଉତ୍ତର ନଦେଇ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲେ। ପରେ ଅନ୍ୟ କିଛି ଯୁବକ ଖବର ପାଇ ଡାକ୍ତରଖାନାରେ ପହଞ୍ଚି ହୋହଲ୍ଲା କରିଥିଲେ । ଆଉ ଏ ଦିଗରେ ଡାକ୍ତରଖାନାର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଆଠମଲ୍ଲିକ : ରୋଗୀଙ୍କୁ ଏକ୍ସପାଏରୀ ଔଷଧ ଦିଆଯାଉଛି। ଆଉ ଏ କଥାକୁ ସ୍ୱୀକାର କରିଛନ୍ତି ମେଡ଼ିକାଲ୍ କର୍ତ୍ତୃପକ୍ଷ। ଅନୁଗୁଳ ଜିଲ୍ଲା ହଣ୍ଡପା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଦେଖିବାକୁ ମିଳିଛି ଏମିତି ଏକ ଘଟଣା। ଯାହାକୁ ନେଇ ପ୍ରାୟ ଦୁଇ ଘଣ୍ଟା ଧରି ମେଡିକାଲ ପରିସରରେ ସୃଷ୍ଟି ହୋଇଥିଲା ଉତ୍ତେଜନା ପରିସ୍ଥିତି। ପୂରା ଘଟଣା ନିହାତି ଭାବେ ଆଶ୍ଚର୍ଯ୍ୟଜନକ।
ହଣ୍ଡପା ଗାଁର ଗୁଲଜାର ଖାଁ ନାମକ ଜଣେ ବ୍ୟକ୍ତିଙ୍କ ହାତ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଏଥିପାଇଁ ସେ ହଣ୍ଡପା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ । ସେଠାରେ ଡ୍ରେସର ତାଙ୍କ କ୍ଷତ ଜାଗାକୁ ଡ୍ରେସିଂ କରିଥିଲେ । ତେବେ ଡ୍ରେସିଂ ବେଳେ ସେ ଯେଉଁ ଔଷଧ ଲଗାଉଥିଲେ ସେହି ଔଷଧ ଉପରେ ଗୁଲଜାରଙ୍କ ନଜର ପଡିଥିଲା । ଯାହାର ଏକ୍ସପାରି ଦେଢ଼ ବର୍ଷ ହେଲା ପଳାଇଥିବା ଗୁଲଜାର ଦେଖିବାକୁ ପାଇଥିଲେ । ଏଭଳି ଔଷଧ କାହିଁକି ଦିଆଯାଉଛି ବୋଲି ଡାକ୍ତରଖାନାର ଫାର୍ମାସିଷ୍ଟଙ୍କୁ ମଧ୍ୟ ପଚାରିଥିଲେ । ଫାର୍ମାସିଷ୍ଟ ସନ୍ତୋଷଜନକ ଉତ୍ତର ନଦେଇ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲେ। ପରେ ଅନ୍ୟ କିଛି ଯୁବକ ଖବର ପାଇ ଡାକ୍ତରଖାନାରେ ପହଞ୍ଚି ହୋହଲ୍ଲା କରିଥିଲେ । ଆଉ ଏ ଦିଗରେ ଡାକ୍ତରଖାନାର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।