ରୋଷେଇ ବେଳେ ଫାଟିଲା ଗ୍ୟାସ୍ ଟାଙ୍କି, ଉଡ଼ିଗଲା ଘରର ଛାତ : ବର୍ତ୍ତିଗଲେ ପରିବାରର ୪ ସଦସ୍ୟ
କାମାକ୍ଷାନଗର ୨।୧୧: ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି । ଉଡିଗଲା ଘର ଛାତ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଘରର ୪ ସଦସ୍ୟ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ଘଟିଛି ଏଭଳି ଘଟଣା । କଙ୍କଡାହାଡ଼ ବ୍ଲକ ଦଶିପୁର ପଞ୍ଚାୟତର ଗ୍ରାମ ରୋଜଗାର ସେବକ ମମତା ସାହୁଙ୍କ ଘରେ ଏଭଳି ଘଟିଛି ଅଘଟଣ । ସୂଚନାଯୋଗ୍ୟ ଯେ, ପରିବାର ସଦସ୍ୟା ଶକୁନ୍ତଳା ମହାପାତ୍ର ରୋଷେଇ କରୁଥିବା ବେଳେ କୌଣସି କାରଣ ବଶତଃ ଗ୍ୟାସ୍ ଟାଙ୍କିରେ ନିଆଁ ଲାଗିଯାଇଥିଲା । ଫଳରେ ଘରେ ଥିବା ସମସ୍ତ ସଦସ୍ୟ ଘରୁ ବାହାରି ଯାଇଥିଲେ । ନିମିଷକ ମଧ୍ୟରେ ଗ୍ୟାସ୍ ଟାଙ୍କିଟା ଫାଟି ଯାଇଥିଲା। ଯାହାର ଚିତ୍ର ସିସିଟିଭିରେ କଏଦ ହୋଇଛି । ଗ୍ୟାସ୍ ଟାଙ୍କି ଫାଟିବା ବେଳେ ବହୁତ ଜୋରରେ ଶବ୍ଦ ହୋଇଥିବା ଦେଖିବାକୁ ମିଳିଛି । ଗ୍ୟାସ୍ ଟାଙ୍କି ଫାଟିଯିବା ଯୋଗୁଁ ଛାତ ଘରକୁ ଲାଗିଥିବା ଆଜବେଷ୍ଟେସ ଘରଟି ଉଡେଇ ନେଇଥିଲା । ସମ୍ପୂର୍ଣ୍ଣ ଘରଟି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଖବର ପାଇ ପରଜଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏଥିସହିତ ଏକ ବଡ଼ ବିପତ୍ତିରୁ ପରିବାର ଲୋକେ ବଞ୍ଚିଯାଇଛନ୍ତି । ତେବେ କିପରି ଏବଂ କାହିଁକି ଗ୍ୟାସ୍ ଟାଙ୍କି ଫାଟିଲା ତାହା ସ୍ପଷ୍ଟ ହୋଇନାହିଁ ।You Can Read:ରାଜଧାନୀରେ ମାତିଲେ ଦୁର୍ବୃତ୍ତ : ଅଣ୍ଡା ନଦେବାରୁ ଦୋକାନୀଙ୍କୁ ବନ୍ଧୁକ ଦେଖାଇ କଲେ ଆକ୍ରମଣ
କାମାକ୍ଷାନଗର ୨।୧୧: ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି । ଉଡିଗଲା ଘର ଛାତ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଘରର ୪ ସଦସ୍ୟ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ଘଟିଛି ଏଭଳି ଘଟଣା । କଙ୍କଡାହାଡ଼ ବ୍ଲକ ଦଶିପୁର ପଞ୍ଚାୟତର ଗ୍ରାମ ରୋଜଗାର ସେବକ ମମତା ସାହୁଙ୍କ ଘରେ ଏଭଳି ଘଟିଛି ଅଘଟଣ ।
ସୂଚନାଯୋଗ୍ୟ ଯେ, ପରିବାର ସଦସ୍ୟା ଶକୁନ୍ତଳା ମହାପାତ୍ର ରୋଷେଇ କରୁଥିବା ବେଳେ କୌଣସି କାରଣ ବଶତଃ ଗ୍ୟାସ୍ ଟାଙ୍କିରେ ନିଆଁ ଲାଗିଯାଇଥିଲା । ଫଳରେ ଘରେ ଥିବା ସମସ୍ତ ସଦସ୍ୟ ଘରୁ ବାହାରି ଯାଇଥିଲେ । ନିମିଷକ ମଧ୍ୟରେ ଗ୍ୟାସ୍ ଟାଙ୍କିଟା ଫାଟି ଯାଇଥିଲା। ଯାହାର ଚିତ୍ର ସିସିଟିଭିରେ କଏଦ ହୋଇଛି । ଗ୍ୟାସ୍ ଟାଙ୍କି ଫାଟିବା ବେଳେ ବହୁତ ଜୋରରେ ଶବ୍ଦ ହୋଇଥିବା ଦେଖିବାକୁ ମିଳିଛି । ଗ୍ୟାସ୍ ଟାଙ୍କି ଫାଟିଯିବା ଯୋଗୁଁ ଛାତ ଘରକୁ ଲାଗିଥିବା ଆଜବେଷ୍ଟେସ ଘରଟି ଉଡେଇ ନେଇଥିଲା । ସମ୍ପୂର୍ଣ୍ଣ ଘରଟି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଖବର ପାଇ ପରଜଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏଥିସହିତ ଏକ ବଡ଼ ବିପତ୍ତିରୁ ପରିବାର ଲୋକେ ବଞ୍ଚିଯାଇଛନ୍ତି । ତେବେ କିପରି ଏବଂ କାହିଁକି ଗ୍ୟାସ୍ ଟାଙ୍କି ଫାଟିଲା ତାହା ସ୍ପଷ୍ଟ ହୋଇନାହିଁ ।
You Can Read:
ରାଜଧାନୀରେ ମାତିଲେ ଦୁର୍ବୃତ୍ତ : ଅଣ୍ଡା ନଦେବାରୁ ଦୋକାନୀଙ୍କୁ ବନ୍ଧୁକ ଦେଖାଇ କଲେ ଆକ୍ରମଣ