ରୋହମନଙ୍କ ସହ ସୁସ୍ମିତାଙ୍କ ପ୍ୟାଚଅପ
ମୁମ୍ବାଇ: ଏବେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ତାଙ୍କର ଆଗାମୀ ୱେବ ସିରିଜ ‘ଆର୍ଯ୍ୟା ଅନ୍ତିମ ବାର୍’ ପାଇଁ ହେଡଲାଇନରେ ଅଛନ୍ତି। ଖୁବ ଶୀଘ୍ର ‘ଆର୍ଯ୍ୟା’ ପୁଣି ଥରେ ପରଦାରେ ଧମାଲ କରିବାକୁ ଯାଉଛି। ବଲିଉଡର ସେହି ସୁନ୍ଦରୀମାନଙ୍କ ମଧ୍ୟରୁ ସୁସ୍ମିତା ଅନ୍ୟତମ, ଯିଏକି ତାଙ୍କ ବୃତ୍ତିଗତ ଜୀବନ ସହିତ ବ୍ୟକ୍ତିଗତ ତଥା ପ୍ରେମ ଜୀବନ ପାଇଁ ହେଡଲାଇନରେ ରହିଥା’ନ୍ତି। ରୋହମନ ଶଲଙ୍କ ସହ ବ୍ରେକଅପ ପରେ ତାଙ୍କ ନାମ ଲଲିତ ମୋଦିଙ୍କ ସହ ଯୋଡା ଯାଇଥିଲା। […] The post ରୋହମନଙ୍କ ସହ ସୁସ୍ମିତାଙ୍କ ପ୍ୟାଚଅପ appeared first on Dharitri Odia News.
ମୁମ୍ବାଇ: ଏବେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ତାଙ୍କର ଆଗାମୀ ୱେବ ସିରିଜ ‘ଆର୍ଯ୍ୟା ଅନ୍ତିମ ବାର୍’ ପାଇଁ ହେଡଲାଇନରେ ଅଛନ୍ତି। ଖୁବ ଶୀଘ୍ର ‘ଆର୍ଯ୍ୟା’ ପୁଣି ଥରେ ପରଦାରେ ଧମାଲ କରିବାକୁ ଯାଉଛି। ବଲିଉଡର ସେହି ସୁନ୍ଦରୀମାନଙ୍କ ମଧ୍ୟରୁ ସୁସ୍ମିତା ଅନ୍ୟତମ, ଯିଏକି ତାଙ୍କ ବୃତ୍ତିଗତ ଜୀବନ ସହିତ ବ୍ୟକ୍ତିଗତ ତଥା ପ୍ରେମ ଜୀବନ ପାଇଁ ହେଡଲାଇନରେ ରହିଥା’ନ୍ତି। ରୋହମନ ଶଲଙ୍କ ସହ ବ୍ରେକଅପ ପରେ ତାଙ୍କ ନାମ ଲଲିତ ମୋଦିଙ୍କ ସହ ଯୋଡା ଯାଇଥିଲା। ଏବେ କିନ୍ତୁ ପୁଣି ଥରେ ରୋହମନ ଏବଂ ସୁସ୍ମିତା ଏକାଠି ହୋଇଛନ୍ତି। ଦୁହିଁଙ୍କୁ ପୁଣି ଥରେ ଏକାଠି ଦେଖିବା ପରେ ପ୍ରଶଂସକମାନେ ଆଶା କରୁଛନ୍ତି ଯେ ଏମାନେ ବିବାହ କରିପାରନ୍ତି। ଏହି ପ୍ରସଙ୍ଗରେ ଅଭିନେତ୍ରୀ ତାଙ୍କ ନିରବତାକୁ ଭାଙ୍ଗିଛନ୍ତି।
ସୁସ୍ମିତା ସେନ ବିବାହ କରିବାକୁ ଯାଉଛନ୍ତି କି। ସେ ରୋହମନ ଶଲଙ୍କ ସହ ରହିବାକୁ ପ୍ରସ୍ତୁତ କି। ନିକଟରେ ଅଭିନେତ୍ରୀ ଏହିସବୁ ପ୍ରଶ୍ନର ଉତ୍ତର ଦେଇଥିଲେ ଏବଂ ତାଙ୍କର ଯୋଜନା କ’ଣ ବୋଲି କହିଥିଲେ।
ଆଜିକାଲି ସୁସ୍ମିତା ଆର୍ଯ୍ୟ ୩ ଅର୍ଥାତ୍ ‘ଆର୍ଯ୍ୟା ଅନ୍ତିମ ବାର୍’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ଏକ ସାକ୍ଷାତକାରରେ ସେ ବିବାହ ବିଷୟରେ କହିଥିଲେ। ଫିଲ୍ମ ସାଥୀକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ସେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଥିଲେ, ‘ମୁଁ ଜାଣେ ସମଗ୍ର ବିଶ୍ୱ ଚାହୁଁଛି ଯେ ମୁଁ ଏ ବିଷୟରେ ଚିନ୍ତା କରିବି। ଏହି ପର୍ଯ୍ୟାୟକୁ ଆସିବା ପରେ ମୁଁ ସ୍ଥିର ହେବା ଉଚିତ। କିନ୍ତୁ ମୁଁ ଏଥିପ୍ରତି ଧ୍ୟାନ ଦେବାକୁ ଚାହୁଁ ନାହିଁ। ମୁଁ ଏହା ଉଲ୍ଲେଖ କରିବା ଜରୁରୀ ଅଟେ ଯେ ମୁଁ ବିବାହରେ ବିଶ୍ୱାସ କରେ ଏବଂ ଏହାକୁ ମଧ୍ୟ ସମ୍ମାନ କରେ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋର ‘ଆର୍ଯ୍ୟା’ ନିର୍ଦ୍ଦେଶକ ରାମ ମାଧବନୀ ଏବଂ ନିର୍ମାତା ଅମିତା ମାଧବାନୀଙ୍କ ସମେତ କିଛି ଅବିଶ୍ୱସନୀୟ ଲୋକଙ୍କୁ ଜାଣିବା ପାଇଁ ସୁଯୋଗ ମିଳିଥିବାରୁ ମୁଁ ସୌଭାଗ୍ୟବାନ, ଯେଉଁମାନେ ମୁଁ ଜାଣିଥିବା ସବୁଠାରୁ ସୁନ୍ଦର ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ। ସୁସ୍ମିତା ଆହୁରି କହିଛନ୍ତି- କିନ୍ତୁ ମୁଁ କମ୍ପାନିୟନଶିପ ଏବଂ ବନ୍ଧୁତା ଉପରେ ଅଧିକ ବିଶ୍ୱାସ କରେ। ଯଦି ଏହି ଜିନିଷଗୁଡ଼ିକ ସେଠାରେ ଅଛି ତେବେ ବିବାହ ହୋଇପାରେ। କିନ୍ତୁ ସେହି ସମ୍ମାନ ଏବଂ ବନ୍ଧୁତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସ୍ବାଧୀନତା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୁଁ ମୋର ସ୍ବାଧୀନତା ପ୍ରତି ଅଧିକ ଧ୍ୟାନ ଦେଉଛି।
The post ରୋହମନଙ୍କ ସହ ସୁସ୍ମିତାଙ୍କ ପ୍ୟାଚଅପ appeared first on Dharitri Odia News.