‘ରୋହିତ ଖେଳିବା ଉଚିତ ନୁହେଁ, ସେ ବେହୋସ୍ ହୋଇଯିବେ’
ନୂଆଦିଲ୍ଲୀ,୨୪।୭: ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ଗୌତମ ଗମ୍ଭୀର ନିକଟରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ ଏଭଳି କଥା କହିଥିଲେ , ଯାହାକୁ ନେଇ ପ୍ରଶଂସକ ଖୁସି ହୋଇଯାଇଥିଲେ। ଯେତେବେଳ ଯାଏ ଉଭୟ ଚାହିଁବେ ଦିନିକିଆ ଖେଳିପାରିବେ। ଯଦି ସେମାନେ ଫିଟ୍ ରହିଲେ ତେବେ ଦିନିକିଆ ବିଶ୍ୱକପ୍ ୨୦୨୭ରେ ଖେଳୁଥିବା ନଜର ଆସିବେ ବୋଲି ଗମ୍ଭୀର କହିଥିଲେ। ହେଲେ ଏହି ମନ୍ତବ୍ୟକୁ ନେଇ ପୂର୍ବତନ କ୍ରିକେଟର କୃଷ୍ଣମ୍ମାଚାରୀ ଶ୍ରୀକାନ୍ତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। […] The post ‘ରୋହିତ ଖେଳିବା ଉଚିତ ନୁହେଁ, ସେ ବେହୋସ୍ ହୋଇଯିବେ’ appeared first on Dharitri Odia News.
ନୂଆଦିଲ୍ଲୀ,୨୪।୭: ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ଗୌତମ ଗମ୍ଭୀର ନିକଟରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ ଏଭଳି କଥା କହିଥିଲେ , ଯାହାକୁ ନେଇ ପ୍ରଶଂସକ ଖୁସି ହୋଇଯାଇଥିଲେ। ଯେତେବେଳ ଯାଏ ଉଭୟ ଚାହିଁବେ ଦିନିକିଆ ଖେଳିପାରିବେ। ଯଦି ସେମାନେ ଫିଟ୍ ରହିଲେ ତେବେ ଦିନିକିଆ ବିଶ୍ୱକପ୍ ୨୦୨୭ରେ ଖେଳୁଥିବା ନଜର ଆସିବେ ବୋଲି ଗମ୍ଭୀର କହିଥିଲେ। ହେଲେ ଏହି ମନ୍ତବ୍ୟକୁ ନେଇ ପୂର୍ବତନ କ୍ରିକେଟର କୃଷ୍ଣମ୍ମାଚାରୀ ଶ୍ରୀକାନ୍ତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏକ ୟୁଟ୍ୟୁବ୍ ଲାଇଭ୍ରେ ରୋହିତ ଶର୍ମାଙ୍କ ଫିଟ୍ନେସ ଉପରେ ସେ ପ୍ରଶ୍ନ ଉଠାଇଛନ୍ତି। ଏପରିକି ରୋହିତଙ୍କୁ ୨୦୨୭ ବିଶ୍ୱକପ୍ ଖେଳିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।
ଶ୍ରୀକାନ୍ତ ପୁଅ ଅନିରୁଦ୍ଧଙ୍କ ସହ ଆଲୋଚନା ବେଳେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ‘ବିରାଟ କୋହଲି ଜଣେ ଚାମ୍ପିଅନ ଖେଳାଳି। ରୋହିତଙ୍କୁ ୨୦୨୭ ବିଶ୍ୱକପ୍ ଖେଳିବା ଉଚିତ ନୁହେଁ। ସେ ଦକ୍ଷିଣ ଆଫ୍ରିକାରେ ବେହୋସ୍ ହୋଇଯିବେ। ’ ଏହି ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ରୋହିତଙ୍କ ପ୍ରଶଂସକ ତାଙ୍କୁ ଟ୍ରୋଲ କରୁଛନ୍ତି।
ତେବେ ପୂର୍ବରୁ ମଧ୍ୟ ରୋହିତଙ୍କୁ ନେଇ ଶ୍ରୀକାନ୍ତ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଆଇପିଏଲ୍ ୨୦୨୪ ସମୟରେ ସେ ରୋହିତଙ୍କୁ ତାଙ୍କ ନାମ ବଦଳାଇ ‘ନୋ ହିଟ୍ ଶର୍ମା’ ରଖିବାକୁ କହିଥିଲେ। ପରେ ଜବରଦସ୍ତ ପ୍ରଦର୍ଶନ କରି ରୋହିତ ତାଙ୍କ ମୁହଁ ବନ୍ଦ କରିଦେଇଥିଲେ।
Virat Kohli is an absolute champion , Rohit Sharma shouldn’t play 2027 wc he will faint in South Africa
– Krish Srikanth pic.twitter.com/7y2vc9CGUv
— ` (@kohlizype) July 24, 2024
The post ‘ରୋହିତ ଖେଳିବା ଉଚିତ ନୁହେଁ, ସେ ବେହୋସ୍ ହୋଇଯିବେ’ appeared first on Dharitri Odia News.
– Krish Srikanth