ରୋହିତ ଶର୍ମା ହେଉଛନ୍ତି ହେଉଛନ୍ତି ୨୪ କ୍ୟାରେଟ୍ ସୁନା: କାହିଁକି ଏମିତି କହିଲେ ପୂର୍ବତନ କ୍ରିକେଟର୍
ନୂଆଦିଲ୍ଲୀ,୨୪।୯: ରୋହିତ ଶର୍ମା ଏବେ ଭାରତର ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକ ଅଛନ୍ତି। ରୋହିତ ଟି-୨୦ ବିଶ୍ୱକପ ୨୦୨୪ ଜିତିବା ପରେ ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଇଥିଲେ। ରୋହିତ ଶର୍ମା ଚମତ୍କାର ଅଧିନାୟକତ୍ୱ ଏବଂ କୁଲ୍ ମିଜାଜ୍ ପାଇଁ ଜଣାଶୁଣା। ଭାରତୀୟ ଅଧିନାୟକ ପ୍ରାୟତଃ ପଡ଼ିଆରେ କିଛି ମଜାଳିଆ କାମ କରୁଥିବା ଦେଖାଯାଏ। ନିଜର କୁଲ୍ ମିଜାଜ୍ ପାଇଁ ପ୍ରସିଦ୍ଧ ରୋହିତ ଶର୍ମା ବେଳେବେଳେ ଖେଳାଳିଙ୍କ ଉପରେ ରାଗୁଥିବା ଦେଖାଯାଏ। ଅନେକ ଥର ସେ ପଡ଼ିଆରେ […] The post ରୋହିତ ଶର୍ମା ହେଉଛନ୍ତି ହେଉଛନ୍ତି ୨୪ କ୍ୟାରେଟ୍ ସୁନା: କାହିଁକି ଏମିତି କହିଲେ ପୂର୍ବତନ କ୍ରିକେଟର୍ appeared first on Dharitri Odia News.
ନୂଆଦିଲ୍ଲୀ,୨୪।୯: ରୋହିତ ଶର୍ମା ଏବେ ଭାରତର ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକ ଅଛନ୍ତି। ରୋହିତ ଟି-୨୦ ବିଶ୍ୱକପ ୨୦୨୪ ଜିତିବା ପରେ ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଇଥିଲେ। ରୋହିତ ଶର୍ମା ଚମତ୍କାର ଅଧିନାୟକତ୍ୱ ଏବଂ କୁଲ୍ ମିଜାଜ୍ ପାଇଁ ଜଣାଶୁଣା। ଭାରତୀୟ ଅଧିନାୟକ ପ୍ରାୟତଃ ପଡ଼ିଆରେ କିଛି ମଜାଳିଆ କାମ କରୁଥିବା ଦେଖାଯାଏ।
ନିଜର କୁଲ୍ ମିଜାଜ୍ ପାଇଁ ପ୍ରସିଦ୍ଧ ରୋହିତ ଶର୍ମା ବେଳେବେଳେ ଖେଳାଳିଙ୍କ ଉପରେ ରାଗୁଥିବା ଦେଖାଯାଏ। ଅନେକ ଥର ସେ ପଡ଼ିଆରେ ଦୁର୍ବ୍ୟବହାର ରାଗିଛନ୍ତି। ତେବେ ଦଳର ଖେଳାଳିମାନେ ରୋହିତ ଶର୍ମାଙ୍କ ଉପରେ ରାଗିଛନ୍ତି କି? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ମଧ୍ୟ ଉଠିପାରେ। ରୋହିତ ଶର୍ମାଙ୍କ ଦଳର ଖେଳାଳିଙ୍କ ସହ ସମ୍ପର୍କ କିପରି ଏବଂ କାହା ସହିତ ଝଗଡା ଅଛି।
ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ଆକାଶ ଚୋପ୍ରା ରୋହିତ ଶର୍ମାଙ୍କ ଲଢେଇ ବିଷୟରେ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ରୋହିତ ଶର୍ମାଙ୍କ ବିଷୟରେ ସେ କାହାଠାରୁ ଶୁଣି ନାହାଁନ୍ତି ଯେ ସେ ଜଣେ ଭଲ ବ୍ୟକ୍ତି ନୁହଁନ୍ତି।
ତାଙ୍କର ଏକ ବିବୃତ୍ତିରେ ଆକାଶ ରୋହିତ ଶର୍ମାଙ୍କ ବିଷୟରେ କହିଛନ୍ତି, ମୁଁ ଏପରି କୌଣସି ବ୍ୟକ୍ତିଙ୍କୁ ଦେଖି ନାହିଁ, ମୁଁ ଏହା ସମସ୍ତଙ୍କ ପାଇଁ କହି ପାରିବି ନାହିଁ, କିନ୍ତୁ ରୋହିତଙ୍କ ପାଇଁ ମୁଁ କହିପାରେ ଯେ ରୋହିତଙ୍କ ଭଳି ଭଲ ବ୍ୟକ୍ତି ମୁଁ କାଉଠି ବି ଦେଖି ନାହିଁ। ସେ ହେଉଛନ୍ତି ୨୪ କ୍ୟାରେଟ୍ ସୁନା। ସେ ମୋ ବନ୍ଧୁ ନୁହଁନ୍ତି କିନ୍ତୁ ଏକଥା ଦାବିର ସହ କହିପାରିବି।
The post ରୋହିତ ଶର୍ମା ହେଉଛନ୍ତି ହେଉଛନ୍ତି ୨୪ କ୍ୟାରେଟ୍ ସୁନା: କାହିଁକି ଏମିତି କହିଲେ ପୂର୍ବତନ କ୍ରିକେଟର୍ appeared first on Dharitri Odia News.