ରୋହିତ ଶର୍ମାଙ୍କ ଐତିହାସିକ କୀର୍ତ୍ତିମାନ, ଅଧିନାୟକ ଭାବେ କଲେ ବଡ଼ ରେକର୍ଡ, ଲିଷ୍ଟରେ ଧୋନି-ଗାଙ୍ଗୁଲି ସାମିଲ୍
ନୂଆଦିଲ୍ଲୀ ୨୮।୦୬: ଟି-୨୦ ବିଶ୍ୱକପ ୨୦୨୪ । ଶେଷ ହୋଇଛି ସେମିଫାଇନାଲ୍ ରେସ୍ । ଫାଇନାଲ୍ରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ୧୦ଓ୍ବିକେଟରେ ଅଲ୍ଆଉଟ୍ ହୋଇଥିଲେ ଇଂଲଣ୍ଡ ପ୍ଲେୟର । ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ଉପରେ ଭାରି ପଡିଥିଲେ ରୋହିତ ବାହିନୀ । ୨୦୨୨ର ପ୍ରତିଶୋଧ ନେଇଛି ଟିମ୍ ଇଣ୍ଡିଆ । ସେମି ଫାଇନାଲ୍ ମ୍ୟାଚ୍ରେ ଫର୍ମରେ ଥିଲେ ହିଟ୍ମ୍ୟାନ୍ । ସେ ୫୭ ରନ୍ର ଖେଳିଥିଲେ ଇଂନିସ୍ । ଆଉ ସୃଷ୍ଟି କରିଥିଲେ ବଡ ରେକର୍ଡ । 'ହିଟମ୍ୟାନ୍'ଙ୍କ ଏହି ରେକର୍ଡ କ୍ଲବରେ ପୂର୍ବରୁ ଏମଏସ ଧୋନି, ବିରାଟ କୋହଲି, ମହମ୍ମଦ ଅଜହରୁଦ୍ଦିନ ଏବଂ ସୌରଭ ଗାଙ୍ଗୁଲି ମଧ୍ୟ ସାମିଲ ରହିଛନ୍ତି । ଏହାବ୍ୟତୀତ ରୋହିତ ଟିମ୍ ଇଣ୍ଡିଆର ଅଧିନାୟକ ଭାବେ କରିଛନ୍ତି ଏକ ଖାସ୍ କୀର୍ତ୍ତିମାନ । ହିଟ୍ମ୍ୟାନ୍ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଖେଳିଥିଲେ ୫୭ରନ୍ର ଇନିଂସ । ଏହାସହିତ ରୋହିତ ଶର୍ମା ଟିମ୍ ଇଣ୍ଡିଆର ଅଧିନାୟକ ଭାବରେ ପୂରଣ କରିଛନ୍ତି ୫୦୦୦ ଅନ୍ତର୍ଜାତୀୟ ରନ୍ । ଏହି ସଫଳତା ହାସଲ କରିଥିବା ରୋହିତ ହେଉଛନ୍ତି ଭାରତର ୫ମ ଅଧିନାୟକ। ବର୍ତ୍ତମାନ ଟିମ୍ ଇଣ୍ଡିଆର ଅଧିନାୟକ ଭାବରେ ସେ ୧୨୨ଟି ମ୍ୟାଚରେ ୫୦୧୩ରନ୍ ସଂଗ୍ରହ କରିଛନ୍ତି ।ତାଙ୍କ ପୂର୍ବରୁ ବିରାଟ କୋହଲି, ଏମଏସ ଧୋନି, ମହମ୍ମଦ ଅଜହରୁଦ୍ଦିନ ଏବଂ ସୌରଭ ଗାଙ୍ଗୁଲି ଅନ୍ତର୍ଜାତୀୟ କ୍ରିକେଟରେ ଟିମ୍ ଇଣ୍ଡିଆର ଅଧିନାୟକ ଭାବରେ କରିସାରିଛନ୍ତି ୫ହଜାର ରନ୍ । ଏହି ତାଲିକାରେ
ନୂଆଦିଲ୍ଲୀ ୨୮।୦୬: ଟି-୨୦ ବିଶ୍ୱକପ ୨୦୨୪ । ଶେଷ ହୋଇଛି ସେମିଫାଇନାଲ୍ ରେସ୍ । ଫାଇନାଲ୍ରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ୧୦ଓ୍ବିକେଟରେ ଅଲ୍ଆଉଟ୍ ହୋଇଥିଲେ ଇଂଲଣ୍ଡ ପ୍ଲେୟର । ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ଉପରେ ଭାରି ପଡିଥିଲେ ରୋହିତ ବାହିନୀ । ୨୦୨୨ର ପ୍ରତିଶୋଧ ନେଇଛି ଟିମ୍ ଇଣ୍ଡିଆ । ସେମି ଫାଇନାଲ୍ ମ୍ୟାଚ୍ରେ ଫର୍ମରେ ଥିଲେ ହିଟ୍ମ୍ୟାନ୍ ।
ସେ ୫୭ ରନ୍ର ଖେଳିଥିଲେ ଇଂନିସ୍ । ଆଉ ସୃଷ୍ଟି କରିଥିଲେ ବଡ ରେକର୍ଡ । 'ହିଟମ୍ୟାନ୍'ଙ୍କ ଏହି ରେକର୍ଡ କ୍ଲବରେ ପୂର୍ବରୁ ଏମଏସ ଧୋନି, ବିରାଟ କୋହଲି, ମହମ୍ମଦ ଅଜହରୁଦ୍ଦିନ ଏବଂ ସୌରଭ ଗାଙ୍ଗୁଲି ମଧ୍ୟ ସାମିଲ ରହିଛନ୍ତି । ଏହାବ୍ୟତୀତ ରୋହିତ ଟିମ୍ ଇଣ୍ଡିଆର ଅଧିନାୟକ ଭାବେ କରିଛନ୍ତି ଏକ ଖାସ୍ କୀର୍ତ୍ତିମାନ ।
ହିଟ୍ମ୍ୟାନ୍ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଖେଳିଥିଲେ ୫୭ରନ୍ର ଇନିଂସ । ଏହାସହିତ ରୋହିତ ଶର୍ମା ଟିମ୍ ଇଣ୍ଡିଆର ଅଧିନାୟକ ଭାବରେ ପୂରଣ କରିଛନ୍ତି ୫୦୦୦ ଅନ୍ତର୍ଜାତୀୟ ରନ୍ । ଏହି ସଫଳତା ହାସଲ କରିଥିବା ରୋହିତ ହେଉଛନ୍ତି ଭାରତର ୫ମ ଅଧିନାୟକ। ବର୍ତ୍ତମାନ ଟିମ୍ ଇଣ୍ଡିଆର ଅଧିନାୟକ ଭାବରେ ସେ ୧୨୨ଟି ମ୍ୟାଚରେ ୫୦୧୩ରନ୍ ସଂଗ୍ରହ କରିଛନ୍ତି ।
ତାଙ୍କ ପୂର୍ବରୁ ବିରାଟ କୋହଲି, ଏମଏସ ଧୋନି, ମହମ୍ମଦ ଅଜହରୁଦ୍ଦିନ ଏବଂ ସୌରଭ ଗାଙ୍ଗୁଲି ଅନ୍ତର୍ଜାତୀୟ କ୍ରିକେଟରେ ଟିମ୍ ଇଣ୍ଡିଆର ଅଧିନାୟକ ଭାବରେ କରିସାରିଛନ୍ତି ୫ହଜାର ରନ୍ । ଏହି ତାଲିକାରେ ରୋହିତଙ୍କ ଆଗରେ ଅଛନ୍ତି ସୌରଭ ଗାଙ୍ଗୁଲି । ସେ ୧୯୫ଟି ମ୍ୟାଚ୍ ଖେଳି କରିଥିଲେ ୭୬୪୩ ରନ୍ ସ୍କୋର । ସେହିପରି ୨୨୧ଟି ମ୍ୟାଚରେ ୮ ହଜାର ୯୫ ରନ୍ କରି ଅଜହରୁଦ୍ଦିନ ତୃତୀୟ ସ୍ଥାନରେ ଅଛନ୍ତି ।
ଯଦିଓ ଧୋନି ସବୁଠାରୁ ଅଧିକ ମ୍ୟାଚ୍ରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିଛନ୍ତି, କିନ୍ତୁ ସେ ଅଧିକ ରନ୍ କରିଥିବା ଅଧିନାୟକ ନୁହଁନ୍ତି । କ୍ୟାପଟେନ୍ କୁଲ୍ ୩୩୨ଟି ମ୍ୟାଚରେ ୧୧ ହଜାର ୨୦୭ ରନ୍ କରିଛନ୍ତି । ତେବେ ଏହି ଲିଷ୍ଟର ଶୀର୍ଷରେ ରହିଛନ୍ତି ବିରାଟ କୋହଲି । କୋହଲି ଭାରତ ଅଧିନାୟକତ୍ୱ କରୁଥିବା ବେଳେ ୨୧୩ଟି ମ୍ୟାଚ୍ ଖେଳି ୧୨ ହଜାର ୮୮୩ ରନ୍ କରିଛନ୍ତି ।
ରୋହିତ ଶର୍ମାଙ୍କ କ୍ୟାରିଅର୍ ବିଷୟରେ କହିବାକୁ ଗଲେ ହିଟ୍ମ୍ୟାନ୍ ଏପର୍ଯ୍ୟନ୍ତ ଭାରତ ପାଇଁ ଖେଳିଛନ୍ତି ୪୭୮ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ମୋଟ ୧୯ ହଜାର ୧୧ ଅନ୍ତର୍ଜାତୀୟ ରନ୍ ସ୍କୋର କରିଛନ୍ତି । ରୋହିତ ୧୫୭ଟି ଟି-୨୦ ମ୍ୟାଚରେ ୪୧୬୫ ରନ୍ ସ୍କୋର୍ କରିଥିଲେ । ଅନ୍ୟପକ୍ଷରେ ODI କ୍ରିକେଟରେ ସେ ୨୬୨ ମ୍ୟାଚ୍ ଖେଳିବା ବେଳେ ୧୦ ହଜାର ୭୦୯ ରନ୍ କରିଛନ୍ତି । ଟେଷ୍ଟ କ୍ରିକେଟରେ ରୋହିତ ୫୯ଟି ମ୍ୟାଚରେ କରିଛନ୍ତି ମୋଟ ୪୧୩୭ ରନ୍ ।