ରୋହିତ ଶର୍ମାଙ୍କୁ କିଣିବାକୁ ନିଜ ଜୀବନକୁ ବାଜି ଲଗାଇଦେବେ କହିଲେ ପ୍ରୀତି ଜିଣ୍ଟା
ନୂଆଦିଲ୍ଲୀ,୧୪।୪: ଆଇପିଏଲ ୨୦୨୪ରେ ପଞ୍ଜାବ କିଙ୍ଗ୍ସର ପ୍ରଦର୍ଶନ ଏପର୍ଯ୍ୟନ୍ତ ବିଶେଷ କିଛି ଆଖି ଦୃଶିଆ ହୋଇନାହିଁ । ପଞ୍ଜାବ କିଙ୍ଗସ ଏପର୍ଯ୍ୟନ୍ତ ୬ଟି ମ୍ୟାଚ ମଧ୍ୟରୁ ଦୁଇଟି ଜିତିଥିବାବେଳେ ଚାରିଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି। ଆଇପିଏଲ ୨୦୨୪ ର ପଏଣ୍ଟ ଟେବୁଲରେ ପଞ୍ଜାବ କିଙ୍ଗସ ଅଷ୍ଟମ ସ୍ଥାନରେ ଅଛନ୍ତି । ରାଜସ୍ଥାନ ରୟାଲ୍ସ ବିପକ୍ଷ ଶେଷ ମ୍ୟାଚରେ ପଞ୍ଜାବ କିଙ୍ଗସ ୩ ୱିକେଟରେ ହାରିଛି। ଏହି ମ୍ୟାଚରେ ପଞ୍ଜାବ କିଙ୍ଗସ (ପିବିକେଏସ) ଅଧିନାୟକ ଶିଖର ଧାୱନ […] The post ରୋହିତ ଶର୍ମାଙ୍କୁ କିଣିବାକୁ ନିଜ ଜୀବନକୁ ବାଜି ଲଗାଇଦେବେ କହିଲେ ପ୍ରୀତି ଜିଣ୍ଟା appeared first on Dharitri Odia News.
ନୂଆଦିଲ୍ଲୀ,୧୪।୪: ଆଇପିଏଲ ୨୦୨୪ରେ ପଞ୍ଜାବ କିଙ୍ଗ୍ସର ପ୍ରଦର୍ଶନ ଏପର୍ଯ୍ୟନ୍ତ ବିଶେଷ କିଛି ଆଖି ଦୃଶିଆ ହୋଇନାହିଁ । ପଞ୍ଜାବ କିଙ୍ଗସ ଏପର୍ଯ୍ୟନ୍ତ ୬ଟି ମ୍ୟାଚ ମଧ୍ୟରୁ ଦୁଇଟି ଜିତିଥିବାବେଳେ ଚାରିଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି। ଆଇପିଏଲ ୨୦୨୪ ର ପଏଣ୍ଟ ଟେବୁଲରେ ପଞ୍ଜାବ କିଙ୍ଗସ ଅଷ୍ଟମ ସ୍ଥାନରେ ଅଛନ୍ତି । ରାଜସ୍ଥାନ ରୟାଲ୍ସ ବିପକ୍ଷ ଶେଷ ମ୍ୟାଚରେ ପଞ୍ଜାବ କିଙ୍ଗସ ୩ ୱିକେଟରେ ହାରିଛି।
ଏହି ମ୍ୟାଚରେ ପଞ୍ଜାବ କିଙ୍ଗସ (ପିବିକେଏସ) ଅଧିନାୟକ ଶିଖର ଧାୱନ ଆହତ କାରଣରୁ ମ୍ୟାଚ ପାଇଁ ଉପଲବ୍ଧ ନଥିଲେ। ତାଙ୍କ ସ୍ଥାନରେ ସାମ କରନଙ୍କୁ ଦଳର କ୍ୟାପଟେନଶିପ ଦିଆଯାଇଥିଲା, କିନ୍ତୁ ସାମ କୁରାନଙ୍କ ଅଧିନାୟକତ୍ୱରେ ପଞ୍ଜାବ କିଙ୍ଗସ ହାରି ଯାଇଥିଲା। ଏହି ମ୍ୟାଚ ପରେ ପଞ୍ଜାବ କିଙ୍ଗ୍ସର ସହ-ମାଲିକ ବା କୋ-ଓନର ପ୍ରୀତି ଜିଣ୍ଟା ଷ୍ଟାର ସ୍ପୋର୍ଟସ ସହିତ କଥାବାର୍ତ୍ତା କରୁଥିବା ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ପ୍ରକାଶ କରିଥିଲେ। ସେ କହିଛନ୍ତି ଯେ ତାଙ୍କ ଦଳର ଜଣେ ଅଧିନାୟକ ଆବଶ୍ୟକ, ଯିଏ ଖେଳାଳିଙ୍କ ପାଇଁ ସ୍ଥିରତା ଏବଂ ଚାମ୍ପିଅନ ମାନସିକତା ଆଣି ପାରିବେ।
ସୂଚନାଯୋଗ୍ୟ, ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା କହିଛନ୍ତି ଯେ ପାଞ୍ଚ ଥର ଆଇପିଏଲ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ ଅଧିନାୟକ ରୋହିତ ଶର୍ମାଙ୍କର ସମସ୍ତ ଦକ୍ଷତା ଅଛି ଯାହା ତାଙ୍କ ଦଳ ଖୋଜୁଛି। ଷ୍ଟାର୍ ସ୍ପୋର୍ଟସ ସହିତ କଥାବାର୍ତ୍ତା ବେଳେ ପ୍ରୀତି କହିଛନ୍ତି ଯେ ଆଇପିଏଲ ୨୦୨୫ରେ ରୋହିତଙ୍କୁ କିଣିବା ପାଇଁ ମୁଁ ମୋ ଜୀବନକୁ ବାଜି ଲଗାଇ ଦେଇପାରେ। ଯଦି ରୋହିତ ମେଗା ନିଲାମରେ ଉପଲବ୍ଧ ତେବେ ପ୍ରୀତି ଜିଣ୍ଟା ନିଶ୍ଚିତ ଭାବରେ ତାଙ୍କୁ କିଣିବାକୁ ଚାହିଁବେ।
ରିକି ପଣ୍ଟିଂ ପରେ ରୋହିତ ଶର୍ମାଙ୍କୁ ୨୦୧୩ ଆଇପିଏଲ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ ଦିଆଯାଇଥିଲା। ଏହା ପରେ ରୋହିତ ଶର୍ମା ମୁମ୍ବାଇକୁ ଆସିବା ମାତ୍ରେ ଚାମ୍ପିୟନ କରିଥିଲେ ଏବଂ ଏଠାରୁ ରୋହିତ ଏବଂ ମୁମ୍ବାଇ ଦଳ ପଛକୁ ଚାହିଁ ନଥିଲେ। ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଦଳ ୫ ଥର (୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦) ଆଇପିଏଲ ଟାଇଟଲ ଜିତିଛି।
The post ରୋହିତ ଶର୍ମାଙ୍କୁ କିଣିବାକୁ ନିଜ ଜୀବନକୁ ବାଜି ଲଗାଇଦେବେ କହିଲେ ପ୍ରୀତି ଜିଣ୍ଟା appeared first on Dharitri Odia News.