ରୋହିତ୍ ଶର୍ମାଙ୍କ ପରେ ଏବେ ବିରାଟ କୋହଲିଙ୍କ ଛୁଟି ବାତିଲ, ଶ୍ରୀଲଙ୍କା ବିପକ୍ଷ ସିରିଜ ଖେଳିବେ
ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଏବଂ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଘୋଷଣା ପୂର୍ବରୁ ଏକ ବଡ଼ ଖବର ସାମନାକୁ ଆସିଛି । ମିଡିଆ ରିପୋର୍ଟ୍ସ ଅନୁସାରେ ରୋହିତ୍ ଶର୍ମାଙ୍କ ପରେ ଏବେ ବିରାଟ କୋହଲି ମଧ୍ୟ ନିଜ ଛୁଟିକୁ କ୍ୟାନ୍ସଲ କରିଛନ୍ତି । ଟିମ୍ର ଏହି ଦୁଇ ବରିଷ୍ଠ ଖେଳାଳି ଦିନିକିଆ ସିରିଜ୍ ଖେଳିବେ । ସୂତ୍ର ଅନୁସାରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଦୁଇ ଖେଳାଳିଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଉପଲବ୍ଧ ରହିବା ପାଇଁ କହିଥିଲେ । ରୋହିତ୍ ଶର୍ମା ପୂର୍ବରୁ ଏଥିପାଇଁ ରାଜି ହୋଇଥିବା ବେଳେ ଏବେ ବିରାଟ୍ କୋହଲି ମଧ୍ୟ ରାଜି ହୋଇଛନ୍ତି ।ରୋହିତ୍ ଶର୍ମା ଏବଂ ବିରାଟ୍ କୋହଲି ଟି-୨୦ ବିଶ୍ୱକପ ଜିତିବା ପରେ ବିଶ୍ରାମ ନେଉଛନ୍ତି । ରୋହିତ୍ ଶର୍ମା ଆମେରିକାରେ ଏବଂ ବିରାଟ କୋହଲି ଲଣ୍ଡନରେ ଅଛନ୍ତି । ଅନୁମାନ କରାଯାଉଥିଲା ଯେ ଦୁଇ ବରିଷ୍ଠ ଖେଳାଳି ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ଖେଳି ନପାରନ୍ତି କିନ୍ତୁ ଗୌତମ ଗମ୍ଭୀର ମୁଖ୍ୟ କୋଚ୍ ହେବା ପରେ ଦୁହିଁଙ୍କୁ ଟିମରେ ସାମିଲ କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ବିସିସିଆଇ ପକ୍ଷରୁ ଶ୍ରୀଲଙ୍କା ଟୁର୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇ ନାହିଁ ।କ୍ରିକେଟ୍ ପ୍ରେମୀ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିରାଟ କୋହଲି ଗତ ୭ ବର୍ଷରୁ ଶ୍ରୀଲଙ୍କାରେ ଦିନିକିଆ ସିରିଜ୍ ଖେଳି ନାହାନ୍ତି । ବିରାଟ୍ କୋହଲି ୨୦୧୭ରେ ଶେଷ ଥର ପାଇଁ ଶ୍ରୀଲଙ୍କାରେ ଦିନିକିଆ ମ୍ୟା
ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଏବଂ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଘୋଷଣା ପୂର୍ବରୁ ଏକ ବଡ଼ ଖବର ସାମନାକୁ ଆସିଛି । ମିଡିଆ ରିପୋର୍ଟ୍ସ ଅନୁସାରେ ରୋହିତ୍ ଶର୍ମାଙ୍କ ପରେ ଏବେ ବିରାଟ କୋହଲି ମଧ୍ୟ ନିଜ ଛୁଟିକୁ କ୍ୟାନ୍ସଲ କରିଛନ୍ତି । ଟିମ୍ର ଏହି ଦୁଇ ବରିଷ୍ଠ ଖେଳାଳି ଦିନିକିଆ ସିରିଜ୍ ଖେଳିବେ । ସୂତ୍ର ଅନୁସାରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଦୁଇ ଖେଳାଳିଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଉପଲବ୍ଧ ରହିବା ପାଇଁ କହିଥିଲେ । ରୋହିତ୍ ଶର୍ମା ପୂର୍ବରୁ ଏଥିପାଇଁ ରାଜି ହୋଇଥିବା ବେଳେ ଏବେ ବିରାଟ୍ କୋହଲି ମଧ୍ୟ ରାଜି ହୋଇଛନ୍ତି ।
ରୋହିତ୍ ଶର୍ମା ଏବଂ ବିରାଟ୍ କୋହଲି ଟି-୨୦ ବିଶ୍ୱକପ ଜିତିବା ପରେ ବିଶ୍ରାମ ନେଉଛନ୍ତି । ରୋହିତ୍ ଶର୍ମା ଆମେରିକାରେ ଏବଂ ବିରାଟ କୋହଲି ଲଣ୍ଡନରେ ଅଛନ୍ତି । ଅନୁମାନ କରାଯାଉଥିଲା ଯେ ଦୁଇ ବରିଷ୍ଠ ଖେଳାଳି ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ଖେଳି ନପାରନ୍ତି କିନ୍ତୁ ଗୌତମ ଗମ୍ଭୀର ମୁଖ୍ୟ କୋଚ୍ ହେବା ପରେ ଦୁହିଁଙ୍କୁ ଟିମରେ ସାମିଲ କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ବିସିସିଆଇ ପକ୍ଷରୁ ଶ୍ରୀଲଙ୍କା ଟୁର୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇ ନାହିଁ ।
କ୍ରିକେଟ୍ ପ୍ରେମୀ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିରାଟ କୋହଲି ଗତ ୭ ବର୍ଷରୁ ଶ୍ରୀଲଙ୍କାରେ ଦିନିକିଆ ସିରିଜ୍ ଖେଳି ନାହାନ୍ତି । ବିରାଟ୍ କୋହଲି ୨୦୧୭ରେ ଶେଷ ଥର ପାଇଁ ଶ୍ରୀଲଙ୍କାରେ ଦିନିକିଆ ମ୍ୟାଚ୍ ଖେଳିଥିଲେ । ସେହି ସିରିଜରେ କୋହଲି ୧୧୦ ଆଭରେଜରେ ୩୩୦ ରନ୍ କରିଥିଲେ । ଯେଉଁଥିରେ ତାଙ୍କର ଦୁଇଟି ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ସାମିଲ ଥିଲା ।