ରୟାଲ ଏନଫିଲ୍ଡ ଗରିଲା ୪୫୦ ଲୁକ୍ ଜାରି; ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍

ନୂଆଦିଲ୍ଲୀ: ନିକଟରେ ମୋଟର ସାଇକେଲ ନିର୍ମାତା କମ୍ପାନୀ ରୟାଲ ଏନ୍‌ଫିଲ୍ଡ ନିକଟରେ ଏକ ନୂଆ ଅବତାରରେ ରୟାଲ୍ ଏନ୍‌ଫିଲ୍ଡ ହିମାଳୟନକୁ ଲଞ୍ଚ କରିଥିଲା। ଏହି ବାଇକ୍‌ରେ ନୂଆ ଚେଚିସ, ନୂଆ ୪୫୦ସିସି ଇଞ୍ଜିନ୍ ଏବଂ ନୂଆ ସସ୍‌ପେନ୍‌ସନ ଓ ସାଇକେଲ୍ ପାର୍ଟସ୍ ଦିଆଯାଇଛି। ରୟାଲ ଏନ୍‌ଫିଲ୍ଡ ସ୍କାର୍ମରେ ବି ଏହି ପରିବର୍ତ୍ତନ କରଯାଇପାରେ ବୋଲି କୁହାଯାଉଥିଲା। ହେଲେ କମ୍ପାନୀ ରୟାଲ ଏନଫିଲ୍ଡ ଗରିଲା ୪୫୦ ନାଁରେ ଏକ ନୂଆ ନାଁ ରିଲିଜ୍ କରିଛି। ରୟାଲ ଏନଫିଲ୍ଡ ଗରିଲା ୪୫୦ ହିମାଳୟନ ଭଳି ସମାନ ଇଞ୍ଜିନ ରହିବ। ଅର୍ଥାତ ଏଥିରେ ପୂର୍ବ ମଟରସାଇକେଲ ଭଳ ୪୫୨ସିସି ସହ ଲିକୁଇଡ କୁଲିଂ ସୁବିଧା ରହିବ। ସେହିପରି ପାୱାର ଆଉଟପୁଟ ୪୦ବିଏଚପି ରହିବ। ଏବଂ ଟର୍କ ୪୦ ଏନଏମ୍ ହେଇପାରେ। ଡିଜାଇନ କଥା କହିଲେ ଏଥିରେ ହଣ୍ଟର ୩୫୦ ଭଳି ଅଳ୍ପ ବଡି ୱାର୍କ ରହିବ। ହିମାଳୟନ ପରି ଏଥିରେ ନୂଆ ଜେନେରେସ ଡିଜିଟାଲ ଇନଷ୍ଟ୍ରୁମେସନ ରହିବ। ସସ୍‌ପେନସନ୍ କଥା ଦେଖିଲେ ଏଥିରେ ପାରମ୍ପରିକ ଟେଲିସ୍କୋପି ଫୋର୍କ ଓ ପଛ ପଟରେ ମୋନୋ ଶକ୍ ରହିବ।ରୟାଲ ଏନଫିଲ୍ଡ ଗରିଲା ୪୫୦ ଫଟୋକୁ କମ୍ପାନୀର ସିଇଓ ବି.ଗୋବିନ୍ଦରାଜନ ଏବଂ ଆଇଚର ମୋଟର ସିଇଓ ଏମ୍‌ଡି ସିଦ୍ଧାର୍ଥ ଲାଲ୍ ତାଙ୍କ ସୋସିଆଲ୍ ମିଡିଆ ସାଇଟ୍‌ରେ ଶେୟାର କରିଛନ୍ତି। 

ରୟାଲ ଏନଫିଲ୍ଡ ଗରିଲା ୪୫୦ ଲୁକ୍ ଜାରି; ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍

ନୂଆଦିଲ୍ଲୀ: ନିକଟରେ ମୋଟର ସାଇକେଲ ନିର୍ମାତା କମ୍ପାନୀ ରୟାଲ ଏନ୍‌ଫିଲ୍ଡ ନିକଟରେ ଏକ ନୂଆ ଅବତାରରେ ରୟାଲ୍ ଏନ୍‌ଫିଲ୍ଡ ହିମାଳୟନକୁ ଲଞ୍ଚ କରିଥିଲା। ଏହି ବାଇକ୍‌ରେ ନୂଆ ଚେଚିସ, ନୂଆ ୪୫୦ସିସି ଇଞ୍ଜିନ୍ ଏବଂ ନୂଆ ସସ୍‌ପେନ୍‌ସନ ଓ ସାଇକେଲ୍ ପାର୍ଟସ୍ ଦିଆଯାଇଛି। ରୟାଲ ଏନ୍‌ଫିଲ୍ଡ ସ୍କାର୍ମରେ ବି ଏହି ପରିବର୍ତ୍ତନ କରଯାଇପାରେ ବୋଲି କୁହାଯାଉଥିଲା। ହେଲେ କମ୍ପାନୀ ରୟାଲ ଏନଫିଲ୍ଡ ଗରିଲା ୪୫୦ ନାଁରେ ଏକ ନୂଆ ନାଁ ରିଲିଜ୍ କରିଛି। 

ରୟାଲ ଏନଫିଲ୍ଡ ଗରିଲା ୪୫୦ ହିମାଳୟନ ଭଳି ସମାନ ଇଞ୍ଜିନ ରହିବ। ଅର୍ଥାତ ଏଥିରେ ପୂର୍ବ ମଟରସାଇକେଲ ଭଳ ୪୫୨ସିସି ସହ ଲିକୁଇଡ କୁଲିଂ ସୁବିଧା ରହିବ। ସେହିପରି ପାୱାର ଆଉଟପୁଟ ୪୦ବିଏଚପି ରହିବ। ଏବଂ ଟର୍କ ୪୦ ଏନଏମ୍ ହେଇପାରେ। ଡିଜାଇନ କଥା କହିଲେ ଏଥିରେ ହଣ୍ଟର ୩୫୦ ଭଳି ଅଳ୍ପ ବଡି ୱାର୍କ ରହିବ। ହିମାଳୟନ ପରି ଏଥିରେ ନୂଆ ଜେନେରେସ ଡିଜିଟାଲ ଇନଷ୍ଟ୍ରୁମେସନ ରହିବ। ସସ୍‌ପେନସନ୍ କଥା ଦେଖିଲେ ଏଥିରେ ପାରମ୍ପରିକ ଟେଲିସ୍କୋପି ଫୋର୍କ ଓ ପଛ ପଟରେ ମୋନୋ ଶକ୍ ରହିବ।

ରୟାଲ ଏନଫିଲ୍ଡ ଗରିଲା ୪୫୦ ଫଟୋକୁ କମ୍ପାନୀର ସିଇଓ ବି.ଗୋବିନ୍ଦରାଜନ ଏବଂ ଆଇଚର ମୋଟର ସିଇଓ ଏମ୍‌ଡି ସିଦ୍ଧାର୍ଥ ଲାଲ୍ ତାଙ୍କ ସୋସିଆଲ୍ ମିଡିଆ ସାଇଟ୍‌ରେ ଶେୟାର କରିଛନ୍ତି।