ଲକ୍ଷାଧିକ ଟଙ୍କାର ହେରୋଇନ୍ ଜବତ, ଅଭିଯୁକ୍ତ ଗିରଫ
ସମ୍ବଲପୁର,୧୯ା୨(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ସୁନାପାଲିରୁ ଅବକାରୀ ବିଭାଗ ଲକ୍ଷାଧିକ ଟଙ୍କାର ହେରୋଇନ୍ ଜବତ କରିଛି। ଏ ସଂକ୍ରାନ୍ତରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ସୁନାପାଲିର ମହମ୍ମଦ ଅଲତାବ୍(୨୫)। ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବୁଧବାର ଅପରାହ୍ନରେ ସୁନାପାଲିରେ ହେରୋଇନ୍ କାରବାର ଚାଲିଥିବା ସମ୍ପର୍କରେ ସମ୍ବଲପୁର ସଦର ଅବକାରୀ ବିଭାଗକୁ ଖବର ମିଳିଥିଲା। ଉକ୍ତ ଖବର ଆଧାରରେ ଅବକାରୀ ବିଭାଗ ସେଠାରେ ଚଢ଼ାଉ କରି ହେରୋଇନ୍ କାରବାରରେ ଲିପ୍ତ ମହମ୍ମଦ ଅଲତାବ୍ଙ୍କୁ […] The post ଲକ୍ଷାଧିକ ଟଙ୍କାର ହେରୋଇନ୍ ଜବତ, ଅଭିଯୁକ୍ତ ଗିରଫ appeared first on Dharitri Odia News.
ସମ୍ବଲପୁର,୧୯ା୨(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ସୁନାପାଲିରୁ ଅବକାରୀ ବିଭାଗ ଲକ୍ଷାଧିକ ଟଙ୍କାର ହେରୋଇନ୍ ଜବତ କରିଛି। ଏ ସଂକ୍ରାନ୍ତରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ସୁନାପାଲିର ମହମ୍ମଦ ଅଲତାବ୍(୨୫)। ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବୁଧବାର ଅପରାହ୍ନରେ ସୁନାପାଲିରେ ହେରୋଇନ୍ କାରବାର ଚାଲିଥିବା ସମ୍ପର୍କରେ ସମ୍ବଲପୁର ସଦର ଅବକାରୀ ବିଭାଗକୁ ଖବର ମିଳିଥିଲା। ଉକ୍ତ ଖବର ଆଧାରରେ ଅବକାରୀ ବିଭାଗ ସେଠାରେ ଚଢ଼ାଉ କରି ହେରୋଇନ୍ କାରବାରରେ ଲିପ୍ତ ମହମ୍ମଦ ଅଲତାବ୍ଙ୍କୁ ଗିରଫ କରିଥିଲା। ଯାଞ୍ଚ ବେଳେ ତାଙ୍କ ନିକଟରୁ ପ୍ରାୟ ୧୨ଗ୍ରାମର ଓଜନର ହେରୋଇନ ଜବତ କରାଯାଇଥିଲା। ଜବତ ହେରୋଇନ୍ର ଆନୁମାନିକ ମୂଲ୍ୟ ପ୍ରାୟ ୧ଲକ୍ଷ ୨୦ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଘଟଣାକୁ ନେଇ ଅବକାରୀ ବିଭାଗରେ ଏକ ମାମଲା(୨୭୨/୨୫)ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।
The post ଲକ୍ଷାଧିକ ଟଙ୍କାର ହେରୋଇନ୍ ଜବତ, ଅଭିଯୁକ୍ତ ଗିରଫ appeared first on Dharitri Odia News.