ଦାରିଙ୍ଗବାଡିରେ କମୁଛି ପର୍ଯ୍ୟଟକଙ୍କ ସଂଖ୍ୟା: ପ୍ରଶାସନିକସ୍ତରରେ ବଢୁଛି ଚିନ୍ତା
ଦାରିଙ୍ଗବାଡି, ୨୯।୧୧(ଅରୁଣ ସାହୁ)-ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ପର୍ଯ୍ୟଟକ ଆସୁଛନ୍ତି ହେଲେ ଯେଉଁ ସଂଖ୍ୟାରେ ପର୍ଯ୍ୟଟକ ଆସିବା କଥା ସେହି ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ହେଉନାହିଁ। ଏହାର ମୁଖ୍ୟ କାରଣ ଶୀତର ଲୁଚକାଳି ସହ ପର୍ଯ୍ୟଟକ ଦାରିଙ୍ଗବାଡି ଭଳି ଅନ୍ୟ ପର୍ଯ୍ୟଟନ ସ୍ଥାନକୁ ଅଧିକ ଭ୍ରମଣ କରୁଛନ୍ତି। ସେହିପରି ପୂର୍ବରୁ ପର୍ଯ୍ୟଟକ ଦାରିଙ୍ଗବାଡିରେ ରାତ୍ରିଯାପନ କରିବାକୁ ପସନ୍ଦ କରୁଥିବାବେଳେ ଏବେ ପର୍ଯ୍ୟଟକ ଗୋପାଳପୁର ସମୁଦ୍ର କୂଳରେ ରାତ୍ରିଯାପନ କରି ସକାଳ ସମୟରେ ଦାରିଙ୍ଗବାଡି ବୁଲିବାକୁ […] The post ଦାରିଙ୍ଗବାଡିରେ କମୁଛି ପର୍ଯ୍ୟଟକଙ୍କ ସଂଖ୍ୟା: ପ୍ରଶାସନିକସ୍ତରରେ ବଢୁଛି ଚିନ୍ତା appeared first on Dharitri Odia News.
ଦାରିଙ୍ଗବାଡି, ୨୯।୧୧(ଅରୁଣ ସାହୁ)-ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ପର୍ଯ୍ୟଟକ ଆସୁଛନ୍ତି ହେଲେ ଯେଉଁ ସଂଖ୍ୟାରେ ପର୍ଯ୍ୟଟକ ଆସିବା କଥା ସେହି ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ହେଉନାହିଁ। ଏହାର ମୁଖ୍ୟ କାରଣ ଶୀତର ଲୁଚକାଳି ସହ ପର୍ଯ୍ୟଟକ ଦାରିଙ୍ଗବାଡି ଭଳି ଅନ୍ୟ ପର୍ଯ୍ୟଟନ ସ୍ଥାନକୁ ଅଧିକ ଭ୍ରମଣ କରୁଛନ୍ତି। ସେହିପରି ପୂର୍ବରୁ ପର୍ଯ୍ୟଟକ ଦାରିଙ୍ଗବାଡିରେ ରାତ୍ରିଯାପନ କରିବାକୁ ପସନ୍ଦ କରୁଥିବାବେଳେ ଏବେ ପର୍ଯ୍ୟଟକ ଗୋପାଳପୁର ସମୁଦ୍ର କୂଳରେ ରାତ୍ରିଯାପନ କରି ସକାଳ ସମୟରେ ଦାରିଙ୍ଗବାଡି ବୁଲିବାକୁ ଆସି ଫେରିଯାଉଛନ୍ତି, ଯାହାକି ଅଞ୍ଚଳରେ ହୋଟେଲ, ଲଜ୍ ମାଲିକ ମାନଙ୍କୁ ଚିନ୍ତା ବଢାଇଛି ସେହିପରି ପ୍ରଶାସନ ପାଇଁ ମଧ୍ୟ ଚିନ୍ତା ବଢିଛି।
ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସାଂଜାସରୁ ଡେଭଲପମେଣ୍ଟ ଟ୍ରଷ୍ଟ ରହିଛି। ତାର ଅଧ୍ୟକ୍ଷ ଭାବେ ବାଲିଗୁଡା ଉପଜିଲାପାଳ ରୀନା ପ୍ରଧାନ ରହିଛନ୍ତି। ପର୍ଯ୍ୟଟକଙ୍କ ପାଦଶବ୍ଦ ଦାରିଙ୍ଗବାଡିରେ କମିବା ରିପୋର୍ଟକୁ ସେ ଚିନ୍ତାଜନକ ଭାବେ ଗ୍ରହଣ କରିବା ସହ କିଭଳି ପର୍ଯ୍ୟଟକ ଦାରିଙ୍ଗବାଡି ବୁଲିବାକୁ ଆସିବେ ସେ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ଜଣେ ହୋଟେଲ ମାଲିକ ଜିତେନ୍ଦ୍ର ସାହୁ କହିଛନ୍ତି, ପ୍ରତିବର୍ଷ ୧୦ ପ୍ରତିଶତ ଲେଖାଏ ପର୍ଯ୍ୟଟକଙ୍କ ସଂଖ୍ୟା କମି କମି ଯାଉଛି। ଡିସେମ୍ବର ଶୀତ ଛୁଟି ଓ ନୂଆ ବର୍ଷ ପାଇଁ ହାତ ଗଣତି କିଛି ଦିନ ହୋଟେଲ ଲଜ ଗୁଡିକ ବୁକିଂ ହୋଇଛି। ପୂର୍ବ ଦିନଗୁଡିକ ଅପେକ୍ଷା ଏବେ ବହୁତ କମ ବୁକିଂ ରହୁଛି ବୋଲି ସେ କହିଛନ୍ତି।
The post ଦାରିଙ୍ଗବାଡିରେ କମୁଛି ପର୍ଯ୍ୟଟକଙ୍କ ସଂଖ୍ୟା: ପ୍ରଶାସନିକସ୍ତରରେ ବଢୁଛି ଚିନ୍ତା appeared first on Dharitri Odia News.