ଲକ୍ଷ୍ମୀ ବସକୁ ଅଟକାଇଲେ ଡ୍ରାଇଭର ସଂଘ: ପେଟ୍ରୋଲ ନ ମିଳିବା ଆଶଙ୍କାରେ ଟାଙ୍କିରେ ଗ୍ରାହକଙ୍କ ଭିଡ

ଭଞ୍ଜନଗର,୧୦।୭(ବାବୁଲା ପ୍ରଧାନ): ଡ୍ରାଇଭର ସଂଘ ଏକାଧିକ ଦାବି ନେଇ ଆଜକୁ ତିନିଦିନ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଏହାଦ୍ବାରା ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଲେଣି। ଯାନବାହାନ ଚଳାଚଳ ବନ୍ଦ ଯୋଗୁ ବିଭିନ୍ନ ଜିନିଷର ଦରଦାମ ବୃଦ୍ଧି ପାଇଲାଣି। ସରକାର ସମସ୍ୟାର ସମାଧାନ କରିପାରୁନାହାନ୍ତି । ଏହିଭଳି ପରିସ୍ଥିତିରେ ଭଞ୍ଜନଗର ସହରର ଏକାଧିକ ପେଟ୍ରୋଲ ପମ୍ପ ରେ ଗୁରୁବାର ପେଟ୍ରୋଲ ଗଛିତ ନାହିଁ। ତେଣୁ ସହରର ଅନ୍ୟ ପେଟ୍ରୋଲ ପମ୍ପ ଗୁଡିକରେ ପେଟ୍ରୋଲ […] The post ଲକ୍ଷ୍ମୀ ବସକୁ ଅଟକାଇଲେ ଡ୍ରାଇଭର ସଂଘ: ପେଟ୍ରୋଲ ନ ମିଳିବା ଆଶଙ୍କାରେ ଟାଙ୍କିରେ ଗ୍ରାହକଙ୍କ ଭିଡ appeared first on Dharitri Odia News.

ଲକ୍ଷ୍ମୀ ବସକୁ ଅଟକାଇଲେ ଡ୍ରାଇଭର ସଂଘ: ପେଟ୍ରୋଲ ନ ମିଳିବା ଆଶଙ୍କାରେ ଟାଙ୍କିରେ ଗ୍ରାହକଙ୍କ ଭିଡ

ଭଞ୍ଜନଗର,୧୦।୭(ବାବୁଲା ପ୍ରଧାନ): ଡ୍ରାଇଭର ସଂଘ ଏକାଧିକ ଦାବି ନେଇ ଆଜକୁ ତିନିଦିନ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଏହାଦ୍ବାରା ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଲେଣି। ଯାନବାହାନ ଚଳାଚଳ ବନ୍ଦ ଯୋଗୁ ବିଭିନ୍ନ ଜିନିଷର ଦରଦାମ ବୃଦ୍ଧି ପାଇଲାଣି। ସରକାର ସମସ୍ୟାର ସମାଧାନ କରିପାରୁନାହାନ୍ତି । ଏହିଭଳି ପରିସ୍ଥିତିରେ ଭଞ୍ଜନଗର ସହରର ଏକାଧିକ ପେଟ୍ରୋଲ ପମ୍ପ ରେ ଗୁରୁବାର ପେଟ୍ରୋଲ ଗଛିତ ନାହିଁ। ତେଣୁ ସହରର ଅନ୍ୟ ପେଟ୍ରୋଲ ପମ୍ପ ଗୁଡିକରେ ପେଟ୍ରୋଲ ପକାଇବା ପାଇଁ ଲୋକଙ୍କ ଭିଡ ଜମିଛି। ଅନ୍ୟପଟେ ଗୁରୁବାର ସକାଳ ୯ଟାରେ ଲକ୍ଷ୍ମୀ ବସ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଭଞ୍ଜନଗର ସହରରେ ଡ୍ରାଇଭର ସଙ୍ଘର ସଭ୍ୟମାନେ ବସକୁ ଅଟକାଇଥିଲେ। ଏନେଇ ଲକ୍ଷ୍ମୀ ବସ ଚାଳକ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଭିଡିଓ କଲ ମାଧ୍ୟମରେ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଏହାପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏନେଇ କିଛି ପଦକ୍ଷେପ ନେବାପରେ ବସଟି ଗନ୍ତବ୍ୟ ପଥରେ ଯାଇଥିବା ଜଣାପଡିଛି ।

The post ଲକ୍ଷ୍ମୀ ବସକୁ ଅଟକାଇଲେ ଡ୍ରାଇଭର ସଂଘ: ପେଟ୍ରୋଲ ନ ମିଳିବା ଆଶଙ୍କାରେ ଟାଙ୍କିରେ ଗ୍ରାହକଙ୍କ ଭିଡ appeared first on Dharitri Odia News.