ଲକ୍ଷ୍ମୀ ବସରେ ଶଙ୍ଖ ଚିହ୍ନ ଲୋଗୋ ଥିବାରୁ ରଙ୍ଗ ବଦଳିଲା !

ପୁରୁଣା ଓଡ଼ିଶା ଷ୍ଟେଟ୍ ଟ୍ରାନ୍ସପୋର୍ଟର ବସ୍ ସେବା ବେଳର ରଙ୍ଗ ଅରେଞ୍ଜ ଲଗାଯାଇଛି। ତାକୁ ଯଦି ବିଜେପି ରଙ୍ଗ କୁହାଯିବ, ଆମେ ସ୍ୱାଗତ କରିବୁ ବୋଲି ମନ୍ତ୍ରୀ କହିଛନ୍ତି।

ଲକ୍ଷ୍ମୀ ବସରେ ଶଙ୍ଖ ଚିହ୍ନ ଲୋଗୋ ଥିବାରୁ ରଙ୍ଗ ବଦଳିଲା !

‘ଲକ୍ଷ୍ମୀ’ ବସରେ ଲାଗିନଥିଲା ରଙ୍ଗ। ବରଂ କେବଳ ଷ୍ଟିକର୍ ଲଗାଯାଇଥିଲା। ନିର୍ବାଚନ ପରେ ଷ୍ଟିକର୍ ବାହାରି କରିଦେଇଥାନ୍ତେ। ସେହି ଯୋଜନାକୁ ବନ୍ଦ କରିଦେଇଥାନ୍ତେ। ଯଦି ଲକ୍ଷ୍ମୀ ବସ୍‌ ଚଲାଇଥାଆନ୍ତେ, ତାହା ହେଲେ ରଙ୍ଗ ଲଗାଇ ଥାଆନ୍ତେ। ଲକ୍ଷ୍ମୀ ବସର ରଙ୍ଗ ପରିବର୍ତ୍ତନ ପ୍ରସଙ୍ଗରେ ଏଭଳି ମନ୍ତବ୍ୟ ରଖିଥିଲେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା । ଦେଖନ୍ତୁ ପୂରା ରିପୋର୍ଟ ।