ଲକ୍ଷ୍ମୀ ବସ୍‌ର ରଙ୍ଗ ବଦଳିବା ପରେ ଏବେ ବଦଳିବ ସ୍କୁଲ ଡ୍ରେସ୍ କୋଡ୍ ! ଚାଲିଛି ପ୍ରସ୍ତୁତି

ଭୁବନେଶ୍ଵର:  ରାଜ୍ୟରେ ବିଜେପି ସରକାର ଆସିବା ପରେ ଲକ୍ଷ୍ମୀ  ବସର ରଙ୍ଗ ବଦଳିଛି। ଏହା ପରେ ଏବେ ସ୍କୁଲ ପିଲାଙ୍କ ସ୍କୁଲ ଡ୍ରେସ କୋଡ ବଦଳାଇବା ପାଇଁ ଯୋଜନା କରୁଛନ୍ତି ନୂଆ ସରକାର । ଏ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ଚାଲିଥିବା କୁହାଯାଉଛି। ସେଥିପାଇଁ ପିଲାଙ୍କୁ ଡ୍ରେସକୋଡ୍ ବଣ୍ଟନରେ ବିଳମ୍ବ ଘଟୁଥିବା କୁହାଯାଉଛି। ଚଳିତ ବର୍ଷ ଶିକ୍ଷା ବର୍ଷ ଆରମ୍ଭ ହୋଇସାରିଛି। ହେଲେ ଏ ପର୍ଯ୍ୟନ୍ତ ପିଲାଙ୍କୁ ପୋଷାକ ବଣ୍ଟନ ହୋଇପାରିନି। ଯାହାକୁ ନେଇ ଛାତ୍ର […] The post ଲକ୍ଷ୍ମୀ ବସ୍‌ର ରଙ୍ଗ ବଦଳିବା ପରେ ଏବେ ବଦଳିବ ସ୍କୁଲ ଡ୍ରେସ୍ କୋଡ୍ ! ଚାଲିଛି ପ୍ରସ୍ତୁତି appeared first on Odisha.News.

ଲକ୍ଷ୍ମୀ ବସ୍‌ର ରଙ୍ଗ ବଦଳିବା ପରେ ଏବେ ବଦଳିବ ସ୍କୁଲ ଡ୍ରେସ୍ କୋଡ୍ ! ଚାଲିଛି ପ୍ରସ୍ତୁତି

ଭୁବନେଶ୍ଵର:  ରାଜ୍ୟରେ ବିଜେପି ସରକାର ଆସିବା ପରେ ଲକ୍ଷ୍ମୀ  ବସର ରଙ୍ଗ ବଦଳିଛି। ଏହା ପରେ ଏବେ ସ୍କୁଲ ପିଲାଙ୍କ ସ୍କୁଲ ଡ୍ରେସ କୋଡ ବଦଳାଇବା ପାଇଁ ଯୋଜନା କରୁଛନ୍ତି ନୂଆ ସରକାର । ଏ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ଚାଲିଥିବା କୁହାଯାଉଛି। ସେଥିପାଇଁ ପିଲାଙ୍କୁ ଡ୍ରେସକୋଡ୍ ବଣ୍ଟନରେ ବିଳମ୍ବ ଘଟୁଥିବା କୁହାଯାଉଛି।

ଚଳିତ ବର୍ଷ ଶିକ୍ଷା ବର୍ଷ ଆରମ୍ଭ ହୋଇସାରିଛି। ହେଲେ ଏ ପର୍ଯ୍ୟନ୍ତ ପିଲାଙ୍କୁ ପୋଷାକ ବଣ୍ଟନ ହୋଇପାରିନି। ଯାହାକୁ ନେଇ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏପରିକି ପିଲାମାନେ ସ୍କୁଲକୁ ଚିରା ଫଟା କପଡା ଓ  ଯୋତା ପିନ୍ଧି ସ୍କୁଲ ଆସୁଛନ୍ତି ।  କେବଳ ଡ୍ରେସ ନୁହେଁ ପିଲାଙ୍କୁ ଜୋତା ମୋଜା, ଟ୍ରାକ ପ୍ୟାଣ୍ଟ,ଟୋପି, ଆଇକାର୍ଡ ମଧ୍ୟ ମିଳିନାହିଁ।  ଏନେଇ ବିଭାଗ ପକ୍ଷରୁ ଖୁବ ଶୀଘ୍ର ଡକାଯିବ ବୈଠକ ।

୨୦୨୪-୨୫ ଶିକ୍ଷାବର୍ଷ ଏପ୍ରିଲରୁ ଆରମ୍ଭ ହେଲାଣି। ଏଯାଏଁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଜୋତା,ମୋଜା, ପୋଷାକ ମିଳିପାରି ନାହିଁ। କିଛି ଛାତ୍ରଛାତ୍ରୀ ପୁରୁଣା ବର୍ଷର ଚିରା ଫଟା ୟୁନିଫର୍ମ ଓ  ଆଉ କିଏ ଫଟା ଯୋତା ତ ଆଇ କିଏ ସ୍ଲିପର ପିନ୍ଧି ଆସୁଥିବା ଦେଖିବାକୁ ମିଳିଛି। ଜୁନ୍ ୨୦ ସୁଦ୍ଧା ସାରିବା ସହ ଜୁଲାଇ ୨୫ ସୁଦ୍ଧାପ୍ରତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ବଣ୍ଟନସମ୍ପର୍କିତ ୟୁଟିଲାଇଜେସନ ପ୍ରମାଣପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି।

ସୂଚନାଯୋଗ୍ୟ, ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍, ବିଶିଷ୍ଟବ୍ୟକ୍ତିଙ୍କ ଉପସ୍ଥିତିରେ ପୋଷାକ, ଜୋତୋ ବଣ୍ଟନ ପ୍ରକ୍ରିୟା ଶେଷ କରିବାକୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଥିଲେ। ଜୁନ୍ ମାସ ଶେଷ ହେବାକୁ ବସିଥିବା ବେଳେ ପିଲାଙ୍କ ନିକଟରେ ଜୋତା ମୋଜା କିମ୍ବା ଟି-ସାର୍ଟ ପହଞ୍ଚିପାରି ନାହିଁ। ଯାହାକୁ  ନେଇ ଅସନ୍ତୋଷ ଜାହିର କରିଛନ୍ତି ଛାତ୍ର ଛାତ୍ରୀ  ଅଭିଭାବକ।  

The post ଲକ୍ଷ୍ମୀ ବସ୍‌ର ରଙ୍ଗ ବଦଳିବା ପରେ ଏବେ ବଦଳିବ ସ୍କୁଲ ଡ୍ରେସ୍ କୋଡ୍ ! ଚାଲିଛି ପ୍ରସ୍ତୁତି appeared first on Odisha.News.