ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପାଳ: ଶ୍ରଦ୍ଧାଳୁଙ୍କ ଭିଡ଼
ସାକ୍ଷୀଗୋପାଳ,୧୨।୧୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): କାର୍ତ୍ତିକ ପଞ୍ଚୁକ ବ୍ରତ ମଙ୍ଗଳବାର ବଡ଼ ଏକାଦଶୀ ତୀଥିରୁ ଆରମ୍ଭ ହୋଇଛି। ଏହି ଅବସରରେ ଠାକୁର ସାକ୍ଷୀଗୋପାଳ ଏବଂ ମା’ ରାଧାରାଣୀ ଲକ୍ଷ୍ମୀନାରାୟଣ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଏନେଇ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଠାକୁରଙ୍କ ଦର୍ଶନ ପାଇଁ ମନ୍ଦିର ସମ୍ମୁଖରୁ ସ୍ବତନ୍ତ୍ର ବାରିକେଟର ବ୍ୟବସ୍ଥା କରାଯାଇଛି। ପରମ୍ପରା ଅନୁଯାୟୀ ମନ୍ଦିର ବେଢ଼ାରେ ନୂଆ ଧାନ ଚୁଡାରେ ଚୁଡାଘସା ଭୋଗ ପ୍ରସ୍ତୁତ କରି ପଞ୍ଚୁକୋଶୀ ଲୋକେ ଠାକୁରଙ୍କୁ ଅର୍ପଣ କରିଥିଲେ। ବିଭିନ୍ନ […] The post ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପାଳ: ଶ୍ରଦ୍ଧାଳୁଙ୍କ ଭିଡ଼ appeared first on Dharitri Odia News.
ସାକ୍ଷୀଗୋପାଳ,୧୨।୧୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): କାର୍ତ୍ତିକ ପଞ୍ଚୁକ ବ୍ରତ ମଙ୍ଗଳବାର ବଡ଼ ଏକାଦଶୀ ତୀଥିରୁ ଆରମ୍ଭ ହୋଇଛି। ଏହି ଅବସରରେ ଠାକୁର ସାକ୍ଷୀଗୋପାଳ ଏବଂ ମା’ ରାଧାରାଣୀ ଲକ୍ଷ୍ମୀନାରାୟଣ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଏନେଇ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଠାକୁରଙ୍କ ଦର୍ଶନ ପାଇଁ ମନ୍ଦିର ସମ୍ମୁଖରୁ ସ୍ବତନ୍ତ୍ର ବାରିକେଟର ବ୍ୟବସ୍ଥା କରାଯାଇଛି।
ପରମ୍ପରା ଅନୁଯାୟୀ ମନ୍ଦିର ବେଢ଼ାରେ ନୂଆ ଧାନ ଚୁଡାରେ ଚୁଡାଘସା ଭୋଗ ପ୍ରସ୍ତୁତ କରି ପଞ୍ଚୁକୋଶୀ ଲୋକେ ଠାକୁରଙ୍କୁ ଅର୍ପଣ କରିଥିଲେ। ବିଭିନ୍ନ ଗ୍ରାମରୁ ସଂକୀର୍ତ୍ତନ ମଣ୍ଡଳୀଙ୍କ ହରିରାମ କୀର୍ତ୍ତନ ମନ୍ଦିର ବେଢ଼ାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।
ଅତିରିକ୍ତ ଏସ୍ପି ବିଷ୍ଣୁ ପ୍ରସାଦ ପତି, ଏସ୍ଡିପିଓ ବିରଞ୍ଚି ନାରାୟଣ ପତି, ତହସିଲଦାର ସନ୍ତୋଷ ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ରାଜେଶ ପ୍ରିୟଦର୍ଶୀ, ବିଡ଼ିଓ ଲିପ୍ସା ରାୟ, ଆଇଆଇସି ବିଜୟ କେତନ ବେହେରାଙ୍କ ସହ ଅନ୍ୟ ଅଧିକାରୀ, ସ୍ବେଚ୍ଛାସେବୀ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଉପସ୍ଥିତ ରହି ଯାତ୍ରା ପରିଚାଳନାରେ ସହଯୋଗ କରୁଛନ୍ତି।
ଭୋର ୪ଟାରୁ ମନ୍ଦିର ଦ୍ବାର ଉନ୍ମୋଚନ, ମଙ୍ଗଳ ଆଳତି, ମର୍ଦ୍ଦନ, ଅବକାଶ, ବେଶ, ସୂର୍ଯ୍ୟ ପୂଜା, ଦ୍ବାରପାଳ ପୂଜା, ସକାଳ ଧୂପ, ବାଳଭୋଗ ପରେ ସାହାଣମେଲା ଦର୍ଶନ ବିଳମ୍ବିତ ରାତି ପର୍ୟ୍ୟନ୍ତ ଚାଲୁ ରହିବ। ପରେ ବୀରକେଶରୀ ବଲ୍ଲଭ, ଦ୍ବୀପ୍ରହର ଧୂପ, ସନ୍ଧ୍ୟା ଆଳତି, ଗୋଧନ ବାହୂଡା ଭୋଗ, ସା ଧୂପବେଶ ପରେ ଏକାଦଶୀ ବେଢା, ଜାତଭୋଗ ଏବଂ ମନ୍ଦିର ଚୂଡାକୁ ମହାଦୀପ ଉଠିବ। ଦେବ ଉତ୍ଥାପନ ନୀତି ଓ ବଡ ସିଂହାର ପରେ ପହୁଡ଼ ନୀତି କରାଯିବ। ରାସ୍ତା ପାର୍ଶରେ ଉଠାଦୋକାନ ଖୋଲା ନ ଯିବା ଓ ମନ୍ଦିର ସମ୍ମୁଖରେ ପାର୍କିଂ ବନ୍ଦ ରଖାଯାଇଥିଲେ ମଧ୍ୟ ବେଆଇନ ଭାବେ ମନ୍ଦିର ପ୍ରଶାସନ ଏହାର ବ୍ୟତିକ୍ରମ କରିବାରୁ ସାଧାରଣ ଲୋକେ ହଇରାଣ ହରକତ ହେଉଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ପଞ୍ଚସଖା ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମୀନା ବଜାର ବୁଲି ଲୋକେ ମଜ୍ଜା ନେଇଛନ୍ତି।
The post ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପାଳ: ଶ୍ରଦ୍ଧାଳୁଙ୍କ ଭିଡ଼ appeared first on Dharitri Odia News.