ନୂଆ ଭୂମିକାରେ ନଜର ଆସିବେ ଡେଭିଡ ଓ୍ବାର୍ନର
ସିଡନୀ,୪।୧: ସିଡନୀରେ ଖେଳାଯାଉଥିବା ଅଷ୍ଟ୍ରେଲିଆ-ପାକିସ୍ତାନ ଟେଷ୍ଟ ମ୍ୟାଚ ହେଉଛି ଡେଭିଡ ୱାର୍ନରଙ୍କ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ। ଏହା ପରେ ସେ ଅଷ୍ଟ୍ରେଲିଆର ଟେଷ୍ଟ ଜର୍ସିରେ ଆଉ ପଡ଼ିଆକୁ ଫେରିବେ ନାହିଁ। ତେବେ ଏହି ସମୟ ମଧ୍ୟରେ ଟେଷ୍ଟ କ୍ରିକେଟରେ ତାଙ୍କର ନୂତନ ଅବତାର ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ୱାର୍ନର ଆଗକୁ କମେଣ୍ଟେଟର ଭୂମିକାରେ ନଜର ଆସିବେ। କମେଣ୍ଟେଟର ଭାବରେ ଡେଭିଡ ୱାର୍ନରଙ୍କ ପ୍ରଥମ ସିରିଜ ଭାରତ ବନାମ ଅଷ୍ଟ୍ରେଲିଆ ହୋଇପାରେ। ଟିମ ଇଣ୍ଡିଆକୁ ଚଳିତ […] The post ନୂଆ ଭୂମିକାରେ ନଜର ଆସିବେ ଡେଭିଡ ଓ୍ବାର୍ନର appeared first on Dharitri Odia News.
ସିଡନୀ,୪।୧: ସିଡନୀରେ ଖେଳାଯାଉଥିବା ଅଷ୍ଟ୍ରେଲିଆ-ପାକିସ୍ତାନ ଟେଷ୍ଟ ମ୍ୟାଚ ହେଉଛି ଡେଭିଡ ୱାର୍ନରଙ୍କ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ। ଏହା ପରେ ସେ ଅଷ୍ଟ୍ରେଲିଆର ଟେଷ୍ଟ ଜର୍ସିରେ ଆଉ ପଡ଼ିଆକୁ ଫେରିବେ ନାହିଁ। ତେବେ ଏହି ସମୟ ମଧ୍ୟରେ ଟେଷ୍ଟ କ୍ରିକେଟରେ ତାଙ୍କର ନୂତନ ଅବତାର ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ୱାର୍ନର ଆଗକୁ କମେଣ୍ଟେଟର ଭୂମିକାରେ ନଜର ଆସିବେ।
କମେଣ୍ଟେଟର ଭାବରେ ଡେଭିଡ ୱାର୍ନରଙ୍କ ପ୍ରଥମ ସିରିଜ ଭାରତ ବନାମ ଅଷ୍ଟ୍ରେଲିଆ ହୋଇପାରେ। ଟିମ ଇଣ୍ଡିଆକୁ ଚଳିତ ବର୍ଷ ଶେଷରେ ଅଷ୍ଟ୍ରେଲିଆ ଗସ୍ତ କରିବାକୁ ପଡିବ। ଏଠାରେ ଟିମ ଇଣ୍ଡିଆ ୫ ମ୍ୟାଚ ଟେଷ୍ଟ ସିରିଜ ଖେଳିବ। ବର୍ଡର-ଗାଭାସ୍କର ଟ୍ରଫି ଅଧୀନରେ ଖେଳାଯାଇଥିବା ଏହି ଟେଷ୍ଟ ସିରିଜରେ ଡେଭିଡ ୱାର୍ନର କମେଣ୍ଟେଟର ଦାୟିତ୍ୱ ତୁଲାଇବେ।
ଡେଭିଡ ୱାର୍ନରଙ୍କ ଏହି ନୂତନ ଭୂମିକାକୁ ନେଇ କ୍ରିକେଟ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି। ୱାର୍ନର କ୍ରିକେଟ ପଡ଼ିଆରେ ନିଜର ଆକ୍ଟିଂ ସହିତ ପ୍ରଶଂସକଙ୍କୁ ବହୁତ ମନୋରଞ୍ଜନ କରନ୍ତି। ପଡ଼ିଆ ବାହାରେ ମଧ୍ୟ ସେ ପ୍ରଶଂସକମାନଙ୍କୁ ସୋସିଆଲ ମିଡିଆରେ ନିଜର ମଜାଳିଆ ଭିଡିଓ ସହିତ ଜଡିତ ରଖନ୍ତି।
ଡେଭିଡ ୱାର୍ନର ବହୁ ପୂର୍ବରୁ ଘୋଷଣା କରିଥିଲେ ଯେ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ସିରିଜ ହେବ। ଏହା ସହିତ ୨୦୨୪ ବର୍ଷ ଆରମ୍ଭରେ, ସେ ଆଉ ଏକ ବଡ ଘୋଷଣା କରିଥିଲେ। ସେ ମଧ୍ୟ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।
The post ନୂଆ ଭୂମିକାରେ ନଜର ଆସିବେ ଡେଭିଡ ଓ୍ବାର୍ନର appeared first on Dharitri Odia News.