ଲକ୍ଷ୍ମୀପୁର ପଞ୍ଚାୟତ ସମିତି ପୁରସ୍କୃତ, ରାଜ୍ୟରେ ତୃତୀୟ

ଲକ୍ଷ୍ମୀପୁର: ପଂଚାୟତି ଦିବସ ଅବସରରେ ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଊନ୍ନୟନ କାର୍ଯ୍ୟ ସହିତ ବିଭିନ୍ନ ଯୋଜନା କାର୍ଯ୍ୟାନ୍ୱୟନରେ ଉତ୍ତମ ପ୍ରଦର୍ଶନ ପାଇଁ ପ୍ରଥମ, ଦ୍ଵିତୀୟ, ତୃତୀୟ ୩୧୪ଟି ପଞ୍ଚାୟତ ସମିତି ମଧ୍ୟରୁ ୩ଟି ପଞ୍ଚାୟତ ସମିତିକୁ ସମ୍ମାନୀତ କରାଯାଇଥାଏ। ଚଳିତ ବର୍ଷ କୋରାପୁଟ ଜିଲାର ଆଦିବାସୀ ଅଧ୍ୟୁଷିତ ଲକ୍ଷ୍ମୀପୁର ପଞ୍ଚାୟତ ସମିତି ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଛି। ଏହି ଅବସରରେ ଭୁବନେଶ୍ବର ଅନୁଷ୍ଠିତ କାର୍ଯ୍ୟକ୍ରମରେ ତୃତୀୟ ସ୍ଥାନ ହାସଲ କରିଥିବା ଲକ୍ଷ୍ମୀପୁର […]

ଲକ୍ଷ୍ମୀପୁର ପଞ୍ଚାୟତ ସମିତି ପୁରସ୍କୃତ, ରାଜ୍ୟରେ ତୃତୀୟ

ଲକ୍ଷ୍ମୀପୁର: ପଂଚାୟତି ଦିବସ ଅବସରରେ ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଊନ୍ନୟନ କାର୍ଯ୍ୟ ସହିତ ବିଭିନ୍ନ ଯୋଜନା କାର୍ଯ୍ୟାନ୍ୱୟନରେ ଉତ୍ତମ ପ୍ରଦର୍ଶନ ପାଇଁ ପ୍ରଥମ, ଦ୍ଵିତୀୟ, ତୃତୀୟ ୩୧୪ଟି ପଞ୍ଚାୟତ ସମିତି ମଧ୍ୟରୁ ୩ଟି ପଞ୍ଚାୟତ ସମିତିକୁ ସମ୍ମାନୀତ କରାଯାଇଥାଏ। ଚଳିତ ବର୍ଷ କୋରାପୁଟ ଜିଲାର ଆଦିବାସୀ ଅଧ୍ୟୁଷିତ ଲକ୍ଷ୍ମୀପୁର ପଞ୍ଚାୟତ ସମିତି ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଛି। ଏହି ଅବସରରେ ଭୁବନେଶ୍ବର ଅନୁଷ୍ଠିତ କାର୍ଯ୍ୟକ୍ରମରେ ତୃତୀୟ ସ୍ଥାନ ହାସଲ କରିଥିବା ଲକ୍ଷ୍ମୀପୁର ବ୍ଲକକୁ ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସମ୍ମାନୀତ କରିଥିଲେ। ପୁରସ୍କାର ସ୍ବରୂପ ୨୦ ଲକ୍ଷ ଟଙ୍କାର ଚେକ୍, ମାନପତ୍ର ପ୍ରଦାନ କରାଯାଇଛି।