ଲକ୍ଷ୍ୟ, ସିନ୍ଧୁଙ୍କୁ ବିଦେଶରେ ଟ୍ରେନିଂ ନେବାକୁ ମିଳିଲା ସୁଯୋଗ
ପ୍ୟାରିସ, ୨୩ା୫: ଅଲିିମ୍ପିକ ପ୍ରସ୍ତୁତି ପାଇ ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍ ଓ ପି. ଭି. ସିନ୍ଧୁଙ୍କୁ ଫ୍ରାନ୍ସ ଏବଂ ଜର୍ମାନୀରେ ଟ୍ରେନିଂ ନେବାକୁ ସୁଯୋଗ ମିଳିଛି। ଏବାବଦରେ ସେମାନଙ୍କ ସମସ୍ତ ଖର୍ଚ୍ଚ କ୍ରୀଡ଼ା ମନ୍ତ୍ରଣାଳୟର ମିଶନ ଅଲିମ୍ପିକ ସେଲ୍ (ଏମ୍ଓସି) ମଞ୍ଜୁର କରିଛି। ସେନ୍ ପ୍ୟାରିସ ଅଲିମ୍ପିକ୍ସ ପୁରୁଷ ସିଙ୍ଗଲ୍ସରେ ଭାଗ ନେବେ। ସେ ଫ୍ରାନ୍ସର ମର୍ସିଲି ଅନ୍ତର୍ଗତ ଦି ହାଲେ ଡେସ୍ ସ୍ପୋଟର୍ସ ପାର୍ସମେନ୍ଠାରେ ୧୨ ଦିନ ଧରି ଟ୍ରେନିଂ ନେବେ। ତାଙ୍କ […] The post ଲକ୍ଷ୍ୟ, ସିନ୍ଧୁଙ୍କୁ ବିଦେଶରେ ଟ୍ରେନିଂ ନେବାକୁ ମିଳିଲା ସୁଯୋଗ appeared first on Dharitri Odia News.
ପ୍ୟାରିସ, ୨୩ା୫: ଅଲିିମ୍ପିକ ପ୍ରସ୍ତୁତି ପାଇ ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍ ଓ ପି. ଭି. ସିନ୍ଧୁଙ୍କୁ ଫ୍ରାନ୍ସ ଏବଂ ଜର୍ମାନୀରେ ଟ୍ରେନିଂ ନେବାକୁ ସୁଯୋଗ ମିଳିଛି। ଏବାବଦରେ ସେମାନଙ୍କ ସମସ୍ତ ଖର୍ଚ୍ଚ କ୍ରୀଡ଼ା ମନ୍ତ୍ରଣାଳୟର ମିଶନ ଅଲିମ୍ପିକ ସେଲ୍ (ଏମ୍ଓସି) ମଞ୍ଜୁର କରିଛି।
ସେନ୍ ପ୍ୟାରିସ ଅଲିମ୍ପିକ୍ସ ପୁରୁଷ ସିଙ୍ଗଲ୍ସରେ ଭାଗ ନେବେ। ସେ ଫ୍ରାନ୍ସର ମର୍ସିଲି ଅନ୍ତର୍ଗତ ଦି ହାଲେ ଡେସ୍ ସ୍ପୋଟର୍ସ ପାର୍ସମେନ୍ଠାରେ ୧୨ ଦିନ ଧରି ଟ୍ରେନିଂ ନେବେ। ତାଙ୍କ ସହିତ କୋଚ୍ ଏବଂ ସପୋର୍ଟ ଷ୍ଟାଫ୍ ମଧ୍ୟ ଗସ୍ତ କରିବେ। ଅଲିମ୍ପିକ ଗେମ୍ସ ଜୁଲାଇ ୮ରୁ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ସିନ୍ଧୁ ଜର୍ମାନୀର ସାର୍ବ୍ରକେନଠାରେ ଅନୁଷ୍ଠିତ ହରମାନ-ନେଉବର୍ଗର ସ୍ପୋଟର୍ସସ୍କୁଲରେ ଟ୍ରେନିଂ ନେବେ। ପ୍ୟାରିସ ଗସ୍ତ କରିବା ପୂର୍ବରୁ ସେ ତାଙ୍କ କୋଚ୍ ଏବଂ ସପୋର୍ଟ ଷ୍ଟାଫ୍ଙ୍କ ସହ ଏକ ମାସ ଧରି ଟ୍ରେନିଂ ନେବେ। ଖେଳାଳି ଦ୍ୱୟଙ୍କ ବିମାନ ଖର୍ଚ୍ଚ, ବୋର୍ଡିଂ ଓ ଲଜିଂ ଖର୍ଚ୍ଚ, ସ୍ଥାନୀୟ ପରିବହନ, ଭିଜା ଫି’ ଏବଂ ସଟଲକକ୍ ବାବଦରେ ସମସ୍ତ ଖର୍ଚ୍ଚ ଏମ୍ଓସି ଦ୍ୱାରା ଗୃହୀତ ହୋଇଛି।
The post ଲକ୍ଷ୍ୟ, ସିନ୍ଧୁଙ୍କୁ ବିଦେଶରେ ଟ୍ରେନିଂ ନେବାକୁ ମିଳିଲା ସୁଯୋଗ appeared first on Dharitri Odia News.