ଲଗାଣ ବର୍ଷା ଯୋଗୁ ଓ୍ବାୟନାଡ଼ରେ ଭୟଙ୍କର ଭୂ-ସ୍ଖଳନ; ୫ମୃତ, ମାଟି ତଳେ ଫଶିଛନ୍ତି ୧୦୦

ଓ୍ବାୟନାଡ଼: କେରଳର ଓ୍ବାୟନାଡ଼ ପ୍ରଦେଶରେ ଭୟଙ୍କର ଭୂ-ସ୍ଖଳନ । ଲଗାଣ ବର୍ଷା ଯୋଗୁ ମେପାଡି ପାହାଡ଼ିଆ ଅଞ୍ଚଳ ଲ୍ୟାଣ୍ଡ ସ୍ଲାଇଡିଂ ହୋଇଛି । ଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ମାଟି ତଳେ ଫଶି ରହିଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ରହିଛନ୍ତି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଜାରି ରଖିଛନ୍ତି । ବାୟୁସେନାର ୨ଟି ହେଲିକପ୍ଟର Mi-17 ଏବଂ ALH ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।...ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଭୀଷଣ ଭୂ-ସ୍ଖଳନ ହୋଇଥିଲା । ଏହା ପରେ ପୁଣି ଥରେ ଭୋର୍ ୪.୧୦ ମିନିଟରେ ଲ୍ୟାଣ୍ଡସ୍ଲାଇଡିଂ ହୋଇଥିଲା । ଫଳରେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାୟ ଶହେ ଅଧିକ ଲୋକ ଧ୍ବଂସାବଶେଷ ତଳେ ଫଶିଯାଇଛନ୍ତି । କେରଳର ବିପର୍ଯ୍ୟୟ ପ୍ରଶମନ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରୁଛି । ଭୂ-ସ୍ଖଳନରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଶହେରୁ ଅଧିକ ଫଶିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଅନ୍ୟପଟେ ଉଦ୍ଧାରକାରୀ ଦଳ ବର୍ତ୍ତମାନ ସୁଦ୍ଧା ୧୬ଜଣଙ୍କୁ ରେସକ୍ୟୁ କରି ମେପାଡି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ପିନରାଈ ବିଜୟନ ଘଟଣା ଉପରେ ନଜର ରଖିଛନ୍ତି । ଶୀଘ୍ର ଉଦ୍ଧାର କାର୍ଯ୍ୟ ଶେଷ କରିବା ସହିତ ଫଶିଥିବା ଲ

ଲଗାଣ ବର୍ଷା ଯୋଗୁ ଓ୍ବାୟନାଡ଼ରେ ଭୟଙ୍କର ଭୂ-ସ୍ଖଳନ; ୫ମୃତ, ମାଟି ତଳେ ଫଶିଛନ୍ତି ୧୦୦

ଓ୍ବାୟନାଡ଼: କେରଳର ଓ୍ବାୟନାଡ଼ ପ୍ରଦେଶରେ ଭୟଙ୍କର ଭୂ-ସ୍ଖଳନ । ଲଗାଣ ବର୍ଷା ଯୋଗୁ ମେପାଡି ପାହାଡ଼ିଆ ଅଞ୍ଚଳ ଲ୍ୟାଣ୍ଡ ସ୍ଲାଇଡିଂ ହୋଇଛି । ଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ମାଟି ତଳେ ଫଶି ରହିଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ରହିଛନ୍ତି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଜାରି ରଖିଛନ୍ତି । ବାୟୁସେନାର ୨ଟି ହେଲିକପ୍ଟର Mi-17 ଏବଂ ALH ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।...

ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଭୀଷଣ ଭୂ-ସ୍ଖଳନ ହୋଇଥିଲା । ଏହା ପରେ ପୁଣି ଥରେ ଭୋର୍ ୪.୧୦ ମିନିଟରେ ଲ୍ୟାଣ୍ଡସ୍ଲାଇଡିଂ ହୋଇଥିଲା । ଫଳରେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାୟ ଶହେ ଅଧିକ ଲୋକ ଧ୍ବଂସାବଶେଷ ତଳେ ଫଶିଯାଇଛନ୍ତି । କେରଳର ବିପର୍ଯ୍ୟୟ ପ୍ରଶମନ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରୁଛି । ଭୂ-ସ୍ଖଳନରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଶହେରୁ ଅଧିକ ଫଶିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । 

ଅନ୍ୟପଟେ ଉଦ୍ଧାରକାରୀ ଦଳ ବର୍ତ୍ତମାନ ସୁଦ୍ଧା ୧୬ଜଣଙ୍କୁ ରେସକ୍ୟୁ କରି ମେପାଡି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ପିନରାଈ ବିଜୟନ ଘଟଣା ଉପରେ ନଜର ରଖିଛନ୍ତି । ଶୀଘ୍ର ଉଦ୍ଧାର କାର୍ଯ୍ୟ ଶେଷ କରିବା ସହିତ ଫଶିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଘଟଣାସ୍ଥଳକୁ ମୁଖ୍ୟମନ୍ତ୍ରୀ ଗସ୍ତ କରିବେ । ଭୂ-ସ୍ଖଳନ ପରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମିଶନ ଦ୍ବାରା କଣ୍ଟ୍ରେଲ ରୁମ୍ ଖୋଲାଯାଇ, ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ହେଲ୍ପଲାଇନ ନମ୍ବର-  9656938689 ଏବଂ 8086010833 । 




ଭୂ-ସ୍ଖଳନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ଏହା ସହିତ ସହୟତା ରାଶି ଘୋଷଣା କରିଛନ୍ତି । ମୃତକଙ୍କୁ 2ଲକ୍ଷ ଟଙ୍କା ଏବଂ ଆହତଙ୍କୁ 50 ହଜାର ଟଙ୍କା ଘୋଷଣା କରିଛନ୍ତି ।...